ETV Bharat / state

ଆମରଣ ଅନଶନରୁ ଓହରିଲେ ପ୍ରଯୋଜିକା ସନଲିସା ପଟେଲ, ଆଲୋଚନା ହେବା ଯାଏ ଜାରି ରହିବ ଧାରଣା - ପ୍ରଯୋଜିକା ସନଲିସା ପଟେଲ

ଆଲୋଚନା ପାଇଁ ମିଳିଲା ପ୍ରତିଶ୍ରୁତି । ଆମରଣ ଅନଶନରୁ ଓହରିଲେ ପ୍ରଯୋଜିକା ସନଲିସା ପଟେଲ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Nov 26, 2023, 10:05 AM IST

Updated : Nov 26, 2023, 12:24 PM IST

Sanlisa Patel

ଭୁବନେଶ୍ବର: ଧାରଣାର ତୃତୀୟ ଦିନରେ ଆମରଣ ଅନଶନରୁ ହଟିଲେ ଓଡ଼ିଆ ପ୍ରଯୋଜିକା ସନଲିସା ପଟେଲ । ଧାରଣାସ୍ଥଳରେ ପହଞ୍ଚି ଆଲୋଚନା ପାଇଁ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ଲିଖିତ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି । କୁନା ତ୍ରିପାଠିଙ୍କ ସହ ଅଭିନେତା ଅରିନ୍ଦମ ରୟ, ଅନୁଭବ ମହାନ୍ତି, ଅଭିନେତ୍ରୀ ମହେଶ୍ଵେତା ମହାନ୍ତି ଓ ଅନୁ ଚୌଧୁରୀ ପହଞ୍ଚି ସନଲିସା ପଟେଲଙ୍କୁ ସମର୍ଥନ କରିଥିଲେ । ଆସନ୍ତା ୨୮ ତାରିଖ ମଙ୍ଗଳବାରେ ଇଡକୋରେ ବୈଠକ ହେବ । ସରକାରୀ ସ୍ତରରେ ଆଲୋଚନା ହୋଇ ନିଷ୍କର୍ଷ ବାହାରିବା ନେଇ ସୂଚନା ଦେଇଛନ୍ତି କୁନା ତ୍ରିପାଠୀ ।

ଏହି ପ୍ରତିଶୃତି ପରେ ପ୍ରଯୋଜିକାଙ୍କୁ ଟିକେ ଆଶ୍ୱାସନା ମିଳିଥିବା ବେଳେ ସେ ନିଜର ଉପବାସ ଭାଙ୍ଗିଛନ୍ତି । ଧାରଣାସ୍ଥଳରେ ଅଭିନେତ୍ରୀ ମହେଶ୍ୱତା ମହାନ୍ତିଙ୍କୁ କିନ୍ତୁ ଦେଖି ଭାବ ବିହ୍ବଳ ହୋଇ ପଡ଼ିଥିଲେ ସନଲିସା । କାରଣ ସେ ଚାହୁଁଥିଲେ ତାଙ୍କର ଦାବି ଉପରେ ସରକାର ଆଲୋଚନା କରନ୍ତୁ ଯାହା ସମସ୍ତଙ୍କର ସମର୍ଥନ ଓ ସହଯୋଗ ଯୋଗୁଁ ସମ୍ଭବ ହୋଇଛି । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ପ୍ରତୀକ ଧାରଣା ଜାରି ରହିବ ବୋଲି ଧାରଣାରତ ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନର ସଦସ୍ୟମାନେ ସୂଚନା ଦେଇଛନ୍ତି । ଯଦି ସେଦିନ ବି ନିଷ୍କର୍ସ ନଆସେ ତେବେ ପୁଣି ଧାରଣାରେ ବସିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-'ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଦାବି'ରେ ସନଲିସାଙ୍କ ଧାରଣା, ସମର୍ଥନ କଲେ ବୁଦ୍ଧାଦିତ୍ୟ

ତେବେ ଆଲୋଚନା ପରେ ନିଶ୍ଚୟ ଓଡ଼ିଆ ଚଳଚିତ୍ର ଶିଳ୍ପ ପାଇଁ ନୂଆ ନିୟମ ଆସିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି । ଆଗକୁ ନୂଆ ସିନେମା ହଲ ନିଶ୍ଚୟ ହେବ ବୋଲି ପ୍ରତ୍ୟକ୍ଷରେ ବୋଲି ସୂଚନା ମିଳିଥିବା କହିଛନ୍ତି ଧାରଣରତ କଳାକାର । ଅନ୍ୟପଟେ ପ୍ରଥା ଚଳଚ୍ଚିତ୍ରରେ ପଶ୍ଚିମ ଓଡ଼ିଶାରେ ପୋଷ୍ଟର ଚିରା ପ୍ରସଙ୍ଗରେ ମନୋଜ ମିଶ୍ରଙ୍କୁ ସନଲିସା ଦାୟୀ କରିଥିବା ବେଳେ ଓଡ଼ିଶା ବିଭାଜନ କରିବାର ହୀନ ମାନସିକତା ନକରି ଓଡ଼ିଶା ପଶ୍ଚିମ ଉତ୍ତର ପୂର୍ବ ସବୁ ଆମର ବୋଲି କହିଛନ୍ତି ଅରିନ୍ଦମ । ଅନୁଭବ କହିଛନ୍ତି ଯେ, ବ୍ୟସ୍ତତା ପାଇଁ ମନୋଜ ମିଶ୍ର ଧାରଣା ସ୍ଥଳୀକୁ ଆସି ପାରି ନାହାଁନ୍ତି ଫୁରସତ ମିଳିଲେ ସେ ମନୋଜ ମିଶ୍ର ବି ଆସି ଆମ ସହ ବସିବେ । କାରଣ ଏଠି ଆମେ ସମସ୍ତେ ଚଳଚ୍ଚିତ୍ରର ବିକାଶ ପାଇଁ ଏକାଠି ହେଇଛୁ, ଓଡ଼ିଶା ଆମର ଚଳଚ୍ଚିତ୍ର ବିଭାଜନ କିଏ କରିବ।

ଧାରଣାରେ ବିଧାୟକ ସୁର ରାଉତରାଏ, ବିଜେପି ବିଧାୟକ ମୋହନ ମାଝୀ, ସୁକାନ୍ତ ପାଣିଗ୍ରାହୀ, ସୁରଜ ସୂର୍ୟବଂଶୀ, ଲଳିଲେନ୍ଦୁ ବିଦ୍ୟାଧର ମହାପାତ୍ର, ଶଙ୍କର ଓରାମ, କେ ନାରାୟଣ ରାଓ ପ୍ରମୁଖ ଯୋଗ ଦେଇ ଖୁବଶୀଘ୍ର ସରକାରଙ୍କ ସହ କଥାବାର୍ତ୍ତା କରି ସମାଧାନର ପନ୍ଥା ବାହାର କରିବେ ବୋଲି କହିଥିଲେ। ଏହି ଅବସରରେ ଓଡିଆ ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର,ନୃତ୍ୟ ନିର୍ଦ୍ଦେଶକ, ଫାଇଟ୍ ମାଷ୍ଟର, କ୍ୟାମେରାମ୍ୟାନ୍ ପ୍ରମୁଖ ଉପସ୍ଥିତ ଥିଲ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 26, 2023, 12:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.