ETV Bharat / state

Pushkara: ପୁଷ୍କରା ନୂଆ ପୋଷ୍ଟର ଆଉଟ୍, ଏହି ଦିନ ରିଲିଜ ହେବ ଟ୍ରେଲର

author img

By ETV Bharat Odisha Team

Published : Aug 23, 2023, 2:12 PM IST

ଖୁବଶୀଘ୍ର ବଡ ପରଦାରେ ରିଲିଜ ହେବ ସବ୍ୟସାଚୀ ମିଶ୍ରଙ୍କ ଫିଲ୍ମ 'ପୁଷ୍କରା' । ଫିଲ୍ମରୁ ରିଲିଜ ହୋଇଛି ନୂଆ ପୋଷ୍ଟର । ସୋସିଆଲ ମିଡିଆରେ ଅଭିନେତା ଏହି ପୋଷ୍ଟର ରିଲିଜ କରି ଟ୍ରେଲର କେବେ ରିଲିଜ ହେବ ସେନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ପୁଷ୍କରା ନୂଆ ପୋଷ୍ଟର ଆଉଟ୍, ଏହି ଦିନ ରିଲିଜ ହେବ ଟ୍ରେଲର

ଭୁବନେଶ୍ବର: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ସିଲଭର ସ୍କ୍ରିନରେ ଫିଲ୍ମ 'ପୁଷ୍କରା' ସହ ଦୀର୍ଘ 2 ବର୍ଷ ପରେ ନଜର ଆସିବେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ଏହି ଫିଲ୍ମ ଗଣେଶ ପୂଜାରେ ରିଲିଜ ହେବ । ପୂର୍ବରୁ ଫିଲ୍ମର ସବ୍ୟସାଚୀଙ୍କ ପ୍ରଥମ ଲୁକ୍, ମୋସନ ପୋଷ୍ଟର ଏବଂ ଅନେକ ଷ୍ଟାରଙ୍କ ପୋଷ୍ଟର ଲୁକ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମରୁ ଆଉ ଏକ ନୂଆ ପୋଷ୍ଟର ରିଲିଜ ହୋଇଛି । ସୋସିଆଲ ମିଡିଆରେ ଫିଲ୍ମର ନୂଆ ପୋଷ୍ଟର ରିଲିଜ କରି ସବ୍ୟସାଚୀ ଫିଲ୍ମର ଟ୍ରେଲର କେବେ ରିଲିଜ ହେବ ସେନେଇ ସୂଚନା ଦେଇଛନ୍ତି ।

ସବ୍ୟସାଚୀ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ନୂଆ ପୋଷ୍ଟର ରିଲିଜ କରି ଟ୍ରେଲର ରିଲିଜର ସୂଚନା ଦେଇଛନ୍ତି । ଏହି ପୋଷ୍ଟରରେ ପୁଷ୍କରାଙ୍କ ବାପାଙ୍କ ଲୁକ୍ ଦେଖିବାକୁ ମିଳିଛି । ପୋଷ୍ଟର ସେୟାର କରି ଅଭିନେତା ଲେଖିଛନ୍ତି, ପୁଷ୍କରାଙ୍କ ବାପା ଘନା ନନା । ସେପ୍ଟେମ୍ବର 1ରେ ଟ୍ରେଲର ରିଲିଜ ହେବ । ଏହି ଫିଲ୍ମରେ ପୁଷ୍କରା ଭୂମିକାରେ ସବ୍ୟସାଚୀ ମିଶ୍ର ନଜର ଆସିବାକୁ ଥିବା ବେଳେ ତାଙ୍କ ବାପାଙ୍କ ଭୂମିକାରେ ଅଶ୍ରୁମୋଚନ ଓରଫ ଘନା ନନା ନଜର ଆସିବେ । ଏଥିସହ ଏହି ଫିଲ୍ମରେ ସୁପ୍ରିୟା ନାୟକ, ବିକାଶ ଚୌଧୁରୀ, ସ୍ବର୍ଗତ ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ଶଙ୍କର ତ୍ରିପାଠୀଙ୍କ ରଚିତ ଓଡ଼ିଆ ଉପନ୍ୟାସ 'ନଡା ବିନ୍ଦୁ'ରୁ ପ୍ରସ୍ତୁତ ହୋଇଛି ଚଳଚିତ୍ର ପୁଷ୍କରା । ଏହି ଫିଲ୍ମର କାହାଣୀ ଏବଂ ସଂଳାପ ମଧ୍ୟ ଶଙ୍କର ତ୍ରିପାଠୀ ଲେଖିଛନ୍ତି । ଫିଲ୍ମ ତରଙ୍ଗ ପ୍ରଡକ୍ସନ ଦ୍ବାରା ନିର୍ମିତ ହୋଇଥିବା ବେଳେ ଶୁଭ୍ରାଂଶୁ ଦାସ ନିର୍ଦ୍ଦେଶନା ଦେଇଛନ୍ତି । ପୂର୍ବରୁ ଫିଲ୍ମର ମୋସନ ପୋଷ୍ଟର ଏବଂ ଅଭିନେତ୍ରୀ ସୁପ୍ରିୟା ନାୟକ, ଚୌଧୁରୀ ବିକାଶ ଦାସଙ୍କ ପ୍ରଥମ ଲୁକ୍ ରିଲିଜ ହୋଇସାରିଛି । ଫିଲ୍ମରେ ସବ୍ୟସାଚୀଙ୍କୁ ଏକ ନୂଆ ଲୁକରେ ଦେଖିବାକୁ ମିଳିବ । ସୁପ୍ରିୟା ନାୟକ ଏହି ଫିଲ୍ମରେ ସବ୍ୟସାଚୀଙ୍କ ବିପକ୍ଷରେ ନଜର ଆସିବେ । ଏଥିସହ ଚୌଧୁରୀ ବିକାଶ ଦାସ ଅଘୋରୀ ଭୂମିକାରେ ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: ଉତ୍ତରକାଶୀରେ ଜଗନ୍ନାଥଙ୍କ ଦର୍ଶନ କଲେ ସବ୍ୟସାଚୀ, ମନ୍ଦିରର ପୁନଃରୁଦ୍ଧାର ପାଇଁ ଉଦ୍ୟମ

ହଜିଯାଉଥିବା ସଂସ୍କୃତି, ପରମ୍ପରା ଏବଂ କୌଳିକ ବୃତ୍ତି ଉପରେ ଆଧାର କରି ଫିଲ୍ମ ପ୍ରସ୍ତୁତ ହୋଇଛି । ତେବେ ଫିଲ୍ମର ସମସ୍ତ ପୋଷ୍ଟରକୁ ଅନେକ କଳାକାର ସମେତ ଫ୍ୟାନ୍ସ ଲାଇକ କରିବା ସହ ଫିଲ୍ମକୁ ନେଇ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ପ୍ରତିକ୍ରିୟାରେ ଅନେକ ଫ୍ୟାନ୍ସ ଏହି ଫିଲ୍ମ ପାଇଁ ଶୁଭକାମନା ଜଣାଇଥିବା ବେଳେ ଦୀର୍ଘ 2 ବର୍ଷ ପରେ ସବ୍ୟସାଚୀଙ୍କୁ ପୁଣି ପରଦାରେ ଦେଖିବାକୁ ଫ୍ୟାନ୍ସ ଉତ୍ସାହିତ ଅଛନ୍ତି । ତେବେ ଏହି ପିଲ୍ମ ଚଳିତ ବର୍ଷ ଗଣେଶ ପୂଜାରେ ରିଲିଜ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.