ଭୁବନେଶ୍ବର: ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମାମଲା ରୁଜୁ ଟୁଟୁ ନାୟକଙ୍କ ନାଁରେ ମାନହାନୀ ମକଦ୍ଦମା ଆଣିଲେ ପ୍ରକୃତି । ମୁମ୍ବାଇ ପୋଲିସ ନିକଟରେ କାଷ୍ଟିଙ୍ଗ କାଉଚ ଅଭିଯୋଗ ଘଟଣାକୁ ଆଧାର କରି ମାନହାନୀ ମକଦ୍ଦମା କଲେ ପ୍ରକୃତି। ମୁମ୍ବାଇର ଦାଦା ଭାଇ ନାରୋଜି ନଗର ପୋଲିସ ଷ୍ଟେସନରେ ମାମଲା ଦେଇଛନ୍ତି ।
ମୁମ୍ବାଇ ପୋଲିସ ନିକଟରେ କାଷ୍ଟିଙ୍ଗ କାଉଚ ଅଭିଯୋଗ ଘଟଣାକୁ ଆଧାରକରି ମାନହାନୀ ମୋକଦମ କଲେ ପ୍ରକୃତି । କାରଣ ଯେଉଁଦିନ ପ୍ରକୃତି ତାଙ୍କ କାଷ୍ଟିଙ୍ଗ କାଉଚ ଅଭିଯୋଗ ଆଣିଥିଲେ ସେହି ଦିନ ହିଁ ପ୍ରକୃତିଙ୍କୁ ଟାର୍ଗେଟ କରି ଟୁଟୁ ନାୟକ ତାଙ୍କ ଚରିତ୍ରକୁ ଆକ୍ଷେପ କରି କହିଥିଲେ । ଏପରିକି ଅଶାଳୀନ ମନ୍ତବ୍ୟ ଦେଇ ଅନେକ କିଛି କହିଥିଲେ । ଯାହା ପ୍ରକୃତିଙ୍କ ସମ୍ମାନକୁ ହାନି ହେଉଛି ବୋଲି ସେ ଅଭିଯୋଗ କରି ମୁମ୍ବାଇରେ ମାମଲା ରୁଜୁ କରିଛନ୍ତି। ଦଫା ୫୦୦ , ୫୦୪ ଓ ୫୦୬ ରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ମୁମ୍ବାଇର ଦାଦା ଭାଇ ନାରଜି ନଗର ପୋଲିସ ଷ୍ଟେସନରେ ମାମଲା ଦେଇଛନ୍ତି ।
ଏହା ବି ପଢନ୍ତୁ- Casting Couch In Ollywood: ପ୍ରୟୋଜକ ଟୁଟୁଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଲେ ପ୍ରକୃତି
ଗତ ଶୁକ୍ରବାର କିଛି ଓଲିଉଡ ଅଭିନେତ୍ରୀଙ୍କ ହ୍ବାଟ୍ସଆପ ଚାଟ୍ ଭାଇରାଲ ହୋଇଥିଲା । ଯେଉଁଥିରେ ଅଭିନେତ୍ରୀମାନେ ଓଲିଉଡରେ ହେଉଥିବା କାଷ୍ଟିଂ କାଉଚ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ସୋସିଆଲ ମିଡିଆରେ ଏହି ଚାଟ୍ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ଓଲିଉଡରେ କାମ କରିବା ଲାଗି ଆସୁଥିବା ନବାଗତମାନଙ୍କୁ ପ୍ରଯୋଜକ ଟୁଟୁ ନାୟକଙ୍କ ଶୋଷଣର ଶିକାର ହେବାକୁ ପଡ଼େ ବୋଲି ସେମାନେ ଦଆଲୋନା କରିଥିଲେ । ଏ ନେଇ ପ୍ରକୃତି ମଧ୍ୟ ବିଭିନ୍ନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସମାନ କଥାକୁ ଦୋହରାଇଥିଲେ । ଫିଲ୍ମରେ କାମ କରିବାକୁ କହି ଟୁଟୁ ନାୟକ ଏପରି କରୁଥିଲେ । ଆଉ ଯିଏ ଅମଙ୍ଗ ହେଉଥିଲା ରାତାରାତି ତାକୁ ଫିଲ୍ମରୁ ବାହାର କରିଦିଆଯାଉଥିଲା ବୋଲି ଅଭିଯୋଗ କରିଥିଲେ ପ୍ରକୃତି ।
ହେଲେ ଏହାକୁ ଖଣ୍ଡନ କରିଥିଲେ ପ୍ରଯୋଜକ ଟୁଟୁ ନାୟକ । ପ୍ରକୃତି ମିଶ୍ର ତାଙ୍କ ଉପରେ ବ୍ୟକ୍ତିଗତ ରାଗ ରଖି ଏପରି ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି ସେ କହିଥିଲେ । ଯଦି ଅଭିନେତ୍ରୀମାନେ ଏହି ଅଭିଯୋଗ ଆଣୁଛନ୍ତି ତେବେ ତଥ୍ୟ ପ୍ରମାଣ ସହିତ ଅଭିଯୋଗ କରନ୍ତୁ ବୋଲି ସେ କହିଥିଲେ । ଯଦି ଏପରି ନ ହୁଏ ତେବେ ସେ ପାଲଟା ମାନହାନି ଅଭିଯୋଗ ଆଣିବେ ବୋଲି କହିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର