ETV Bharat / state

Pintu Nanda Passes Away: ଆରପାରିରେ ଅଭିନେତା ପିଣ୍ଟୁ ନନ୍ଦ

author img

By

Published : Mar 2, 2023, 6:50 AM IST

Updated : Mar 2, 2023, 7:02 AM IST

ଲୋକପ୍ରିୟ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଆଖିବୁଜିଲେ ଅଭିନେତା । ନିଖୁଣ ଅଭିନୟ ପାଇଁ ପ୍ରତିଟି ଓଡିଆଙ୍କ ହୃଦୟରେ ଘର କରିଥିଲେ । ଅଧିକ ପଢନ୍ତୁ

ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ
ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ

ଭୁବନେଶ୍ବର: ଆରପାରିରେ ଲୋକପ୍ରିୟ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବୁଧବାର ବିଳମ୍ବିତ ରାତି ପ୍ରାୟ ୧୧ଟା ୨୫ ମିନିଟ ସମୟରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁବେଳକୁ ତାଙ୍କୁ ୪୭ ବର୍ଷ ହୋଇଥିଲା। ସେ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇଥିବା ବେଳେ ତାଙ୍କର ଲିଭର ନଷ୍ଟ ହୋଇଯାଇଥିଲା । ଲିଭର ପ୍ରତିରୋପଣ ପାଇଁ ତାଙ୍କୁ ହାଇଦ୍ରାବାଦର ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବାବେଳେ ଅଭିନେତା ଆଖି ବୁଜିଛନ୍ତି ।

ପ୍ରଥମେ ତାଙ୍କୁ ଦିଲ୍ଲୀ ନିଆଯାଇଥିବା ବେଳେ ଫେବୃୟାରୀ ୨୫ ତାରିଖରେ ହାଇଦ୍ରାବାଦ ଯଶୋଦା ହସ୍ପିଟାଲକୁ ଅଣାଯାଇଥିଲା । ଯେଉଁଠି ତାଙ୍କର ଲିଭର ପ୍ରତିରୋପଣ କରାଯାଇଥାନ୍ତା । ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ବେ ତାଙ୍କର ପରଲୋକ ହୋଇଛି । ଓଡିଶାବାସୀଙ୍କ ଭଲ ପାଇବା ଓ ଆଶୀର୍ବାଦ ମଧ୍ୟ ତାଙ୍କୁ ବଞ୍ଚାଇ ପାରିଲାନାହିଁ । ତାଙ୍କ ମୃତ୍ୟୁରେ ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ବିୟୋଗ ସିନେପ୍ରେମୀ ଓ ଅଭିନେତାଙ୍କ ପ୍ରଶଂସକଙ୍କୁ ବେଶ୍ ଆଘାତ ଦେଇଛି ।

ନିଜର ନିଖୁଣ ଅଭିନୟରେ ଓଡିଶାବାସୀଙ୍କ ହୃଦୟରେ ଘର କରିଥିଲେ ପିଣ୍ଟୁ ନନ୍ଦ । ଗୌରା ଚରିତ୍ର ହେଉ ବା ଖଳନାୟକ ଚରିତ୍ର ସେ ସବୁବେଳେ ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ‘ଜୟ ଜଗନ୍ନାଥ’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ସାଥୀରେ’, ‘ପ୍ରେମ ପାଇଁ ମହାଭାରତ’, ‘କଥା ଦେଲି ମଥା ଛୁଇଁ’, ‘ଲଭ୍ ମାଷ୍ଟର’, ‘ଦୋସ୍ତି’, ‘ପ୍ରେମ ଋତୁ ଆସିଲା ‌ରେ’, ‘ହାତ ଧରି ଚାଲୁଥା’, ‘ରଙ୍ଗ ନମ୍ବର’ ଓ ‘ଲଭ୍‌ ଏକ୍ସପ୍ରେସ୍‌’ ଭଳି ଅନେକ ଓଡ଼ିଆ ସିନେମାରେ ପିଣ୍ଟୁ ନନ୍ଦ ଅଭିନୟ କରିଛନ୍ତି । ତାଙ୍କର ଅଭିନୀତ ଓଡ଼ିଆ ଆଲବମ୍ 'ଏ ଗଉରା' ତାଙ୍କୁ ସର୍ବାଧିକ ଲୋକପ୍ରିୟ କରିଥିଲା ।

ସୂଚନା ମୁତାବିକ, ଗତ କିଛିଦିନ ହେବ ପିଣ୍ଟୁ ଲିଭର ସୋରାସିସ ରୋଗରେ ପୀଡିତ ଥିବାରୁ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିଲା । ସେ କିମ୍‌ସରେ ଚିକିତ୍ସିତ ହେଉଥିବା ବେଳେ ଫେବୃଆରୀ ୭ ତାରିଖରେ ଯକୃତ ପ୍ରତିରୋପଣ ବା ଲିଭର ଟ୍ରାନ୍ସପ୍ଲାନେଟ ପାଇଁ ତାଙ୍କୁ ଦିଲ୍ଲୀ ନିଆଯାଇଥିଲା । ILVS ହସ୍ପିଟାଲରେ ପିଣ୍ଟୁଙ୍କର ହୋଇଥାନ୍ତା ଅପରେସନ । ଆସନ୍ତା ୬ ମାସ ମଧ୍ୟରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରେଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଯଦି ପ୍ରତିରୋପଣ ନହୁଏ ତା’ହେଲେ ପିଣ୍ଟୁଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇପାରେ ବୋଲି ଡାକ୍ତର କହିଥିଲେ ।

ଏଥିପାଇଁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଟିକିଏ ସ୍ଥିର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ନିଆଯାଇଥିଲା । ସେଠାରୁ ପୁଣି ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ଅଣାଯାଇଥିଲା । ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କା ଆବଶ୍ୟକ ଥିବାରୁ ଓଡ଼ିଆ ସିନେ ଜଗତର ବହୁ କଳାକାର ଓ ପ୍ରଶଂସକମାନେ ସ୍ବେଚ୍ଛାକୃତ ଭାବେ ସହାୟତା ରାଶି ପ୍ରଦାନ କରିଥିଲେ । ଯାହା ଅସଫଳ ହୋଇଛି । ଗତକାଲି ସମସ୍ତଙ୍କର ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଆରପାରିକୁ ଚାଲି ଯାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 2, 2023, 7:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.