ETV Bharat / state

Ram: ରିଲିଜ ହେଲା ଅଡିଓ, ଦଶହରାରେ ପରଦାରେ ଧମାକା କରିବେ ଅରିନ୍ଦମ - ଓଡ଼ିଆ ଫିଲ୍ମ ରାମ

ଓଡ଼ିଆ ଫିଲ୍ମ 'ରାମ' ସହ ଦଶହରାରେ ଧମାକା କରିବାକୁ ଯାଉଛନ୍ତି ଅରିନ୍ଦମ ରୟ । ବର୍ତ୍ତମାନ ଫିଲ୍ମର ଅଡିଓ ରିଲିଜ କରିଛନ୍ତି ନିର୍ମାତା । ତେବେ ଗୀତ ସହ ଫିଲ୍ମ ମଧ୍ୟ ଦର୍ଶକ ପସନ୍ଦ କରିବେ ବୋଲି କହିଛନ୍ତି ଫିଲ୍ମର ପୁରା ଟିମ୍ । ଅଧିକ ପଢନ୍ତୁ

Ram: ରିଲିଜ ହେଲା ଅଡିଓ, ଦଶହରାରେ ପରଦାରେ ଧମାକା କରିବେ ଅରିନ୍ଦମ

author img

By ETV Bharat Odisha Team

Published : Oct 16, 2023, 6:53 PM IST

ଅରିନ୍ଦମ ରୟଙ୍କ ଫିଲ୍ମ 'ରାମ'ର ଅଡ଼ିଓ ରିଲିଜ

ଭୁବନେଶ୍ବର: ଦୀର୍ଘ ବର୍ଷ ପରେ ପରଦାକୁ ଫେରୁଛନ୍ତି ଓଲିଉଡ ଅଭିନେତା ଅରିନ୍ଦମ ରୟ । ନିକଟରେ ଅଭିନେତାଙ୍କ ଫିଲ୍ମର ନାଁ 'ରାମ' ଘୋଷଣା ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମର ଅଡ଼ିଓ ରିଲିଜ ହୋଇଛି । ଚଳଚ୍ଚିତ୍ରଟି ଦଶହରାରେ ରିଲିଜ ହୋଇ ଦର୍ଶକଙ୍କ ପୂଜା ସେଲିବ୍ରେସନକୁ ଦ୍ବିଗୁଣିତ କରିବ । ତେବେ ନିଜ ପସନ୍ଦର ଷ୍ଟାରଙ୍କୁ ସ୍କ୍ରିନରେ ଦେଖିବାକୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ ।

ରତ୍ନା ବ୍ୟାନରର ଚତୁର୍ଥ ଅବଦାନ ତଥା ଅରିନ୍ଦମ ରୟ ପ୍ରଯୋଜିତ ବହୁ ଚର୍ଚ୍ଚିତ ''ରାମ୍''ର ଅଡିଓ ଭୁବନେଶ୍ୱର ସ୍ଥିତ ମହାରାଜା ସିନେମା ହଲ୍ ପରିସରରେ ବହୁ ସିନେପ୍ରେମୀଙ୍କ ଗହଣରେ ରିଲିଜ୍ ହୋଇଛି । ଏହି ସମୟରେ ଫିଲ୍ମର ଗୀତ ପୁଙ୍ଗି ତାଳରେ ଅରନ୍ଦିମଙ୍କ ଗୀତର ହୁକ୍ ଷ୍ଟେପ ଦେଖିବାକୁ ମିଳିଥିବା ବେଳେ ଉପସ୍ଥିତ ଦର୍ଶକ ମଧ୍ୟ ଗୀତରେ ଝୁମିଥିଲେ । ତେବେ ଫିଲ୍ମର ସମସ୍ତ ଗୀତ ପୁଷ୍ପକ ପରିଡାଙ୍କ ଦ୍ବାରା ରଚନା ହୋଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଗୀତ ନିର୍ଦ୍ଦେଶକ ଅସଦ ନିଜାମ ଏବଂ ଲିଙ୍କନ । ରାମ୍ ଚଳଚ୍ଚିତ୍ରର ଗୀତ ଗୁଡିକୁ ଓଲିଉଡ଼ର ନାମୀ କଣ୍ଠଶିଳ୍ପୀ ଯଥା ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ସତ୍ୟଜିତ ପ୍ରଧାନ ଏବଂ ସୋହିନୀ ମିଶ୍ର ଗାଇଥିବା ବେଳେ ସମସ୍ତେ ଏହି ଅଡିଓ ରିଲିଜ୍ ଅବସରରେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ: ପୁଣି ବଡ ପରଦାକୁ ଫେରିଲେ ଅରିନ୍ଦମ, ଘୋଷଣା ହେଲା ଫିଲ୍ମର ନାଁ
‘ବାବୁ ଭାଇଜାନ୍’ ପରେ ଅରିନ୍ଦମ ଏହି ଆକ୍ସନ ଫିଲ୍ମରେ ନୂଆଲୁକ୍, ନୂଆ କାହାଣୀ ସହ ପରଦାକୁ ଫେରୁଛନ୍ତି । ଏହି ଫିଲ୍ମରେ ଅରିନ୍ଦମଙ୍କ ସହ ଅନୁଭବ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏଥିସହ ବଙ୍ଗୀୟ ଚୁଲବୁଲି ସୁନ୍ଦରୀ ନାୟିକା ରୁପ୍ସା ଅରିନ୍ଦମଙ୍କ ବିପକ୍ଷରେ ଅଭିନୟ କରିଛନ୍ତି । ରାମ୍ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଭାରଦ୍ୱାଜ ପଣ୍ଡା ଲେଖିଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ଅଶୋକ ପତି । ‘ରାମ୍’ ଏକ ବିଗ୍‌ ବଜେଟ୍‌ର ସିନେମା । ବହୁଦିନର ବ୍ୟବଧାନ ପରେ ଅରିନ୍ଦମ ଏବଂ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଅନେକଙ୍କୁ ଖୁସି ଆଣିଦେବା ସହ ଲୋକେ ମଧ୍ୟ ଏକ ଭଲ ସିନେମାର ମଜା ନେଇପାରିବେ ବୋଲି କହିଛନ୍ତି ଅଭିନେତା ଅରିନ୍ଦମ ରୟ । ସେପଟେ ଫିଲ୍ମଟି ଦର୍ଶକଙ୍କ ମନୋରଞ୍ଜନ କରିବା ସହ ଦଶହରା ପର୍ବ ଉତ୍ସବମୁଖର କରିବ ବୋଲି ଆଶା କରିଛି ପ୍ରଯୋଜନା ସଂସ୍ଥା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.