ETV Bharat / state

ଓଲା ଅଫିସରେ ଡ୍ରାଇଭରଙ୍କ ଭଙ୍ଗାରୁଜା, 10ରୁ ଊର୍ଦ୍ଧ୍ବ ଚାଳକଙ୍କୁ ଟେକିନେଲା ପୋଲିସ

ଓଲା କାର ଡ଼୍ରାଇଭରମାନେ ୫ ଦିନ ଧରି ଧାରଣା ଦେଇଛନ୍ତି । ଧାରଣା ସତ୍ତ୍ବେ ଓଲା ଅଧିକାରୀମାନେ ସେମାନଙ୍କ ଦାବି ଶୁଣୁ ନ ଥିବା ଅଭିଯୋଗ ହୋଇଛି । ଏଥିରେ ଉତ୍ୟକ୍ତ ହୋଇ କିଛି ଓଲା କାର ଚାଳକମାନେ ଓଲା ଅଫିସ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 3, 2019, 10:00 PM IST

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ଓଲା କାର ଡ଼୍ରାଇଭରମାନେ ୫ ଦିନ ଧରି ଧାରଣା ଦେଇଛନ୍ତି । ଧାରଣା ସତ୍ତ୍ବେ ଓଲା ଅଧିକାରୀମାନେ ସେମାନଙ୍କ ଦାବି ଶୁଣୁ ନ ଥିବା ଅଭିଯୋଗ ହୋଇଛି । ଏଥିରେ ଉତ୍ୟକ୍ତ ହୋଇ କିଛି ଓଲା କାର ଚାଳକମାନେ ଓଲା ଅଫିସ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି । ଏହାପରେ ସହିଦନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି 10ରୁ ଊର୍ଦ୍ଧ୍ବ କାର ଚାଳକକୁ ଉଠାଇ ନେଇଛି । ଏହି ଘଟଣା ପରେ ଓଲା ଅଫିସ ସମ୍ମୁଖରେ ପୋଲିସ ମୁତୟନ କରାଯାଇଛି ।

ରାଜଧାନୀରେ ପ୍ରାୟ 2000 ଓଲା ଚାଳକ ରହିଛନ୍ତି । ସେମାନଙ୍କ ମଧ୍ୟରୁ 300 ଜଣ ବିଭିନ୍ନ ଦାବି ନେଇ ଧାରଣାରେ ବସିଥିଲେ । କାର ବୋନସ୍‌ ବଢେଇବା, 10ଘଣ୍ଟା କାର ଚାଲିଲେ 2000 ଟଙ୍କା ଭଳି 11ଟି ଦାବି କରିଥିଲେ ଓଲା ଚାଳକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦାବି ଗୁଡିକୁ ନେଇ ଓଲା କାର ଚାଳକମାନେ ଅଫିସକୁ ଆସି ଆଲୋଚନା କରିବାକୁ ଚେଷ୍ଟା କରିଥିଲେ । ହେଲେ ଓଲା କମ୍ପାନୀର ଅଧିକାରୀମାନେ ଏହି ଦାବିକୁ ଖଣ୍ଡନ କରିଥିଲେ । ଫଳରେ କିଛି ଚାଳକ ଉତ୍ୟକ୍ତ ହୋଇ ଓଲା ଅଫିସରେ ରହିଥିବା ଜିନିଷ ପତ୍ର ଭାଙ୍ଗିବା ସହ କାଗଜ ପତ୍ର ନଷ୍ଟ କରିଥିଲେ । ସହିଦନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛି । ହେଲେ ଘଟଣା ସଂପର୍କରେ ଓଲା ଅଧିକାରୀଙ୍କୁ ପଚାରିବାରୁ ସେ ଏହି ବାବଦରେ କିଛି ମନ୍ତବ୍ୟ ଦେବାକୁ ମନା କରିଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:କଟକ: ଅପାରଗ ହୋଇପଡିଛି କଟକ ମୁନିସପାଲ କର୍ପୋରେସନ । ସହର ର ପ୍ରତି ଦିଗରେ ପ୍ରତିକୂଳ ପରିବେଶ ରହିଥିବା ବେଳେ ସିଏମସି ଏଯାବତ ଚୁପ ରହିଛି । ନାଁ ଅଛି ନିଘା ନା ଅଛି କାର୍ଯ୍ୟାନୁଷ୍ଠାନ । କହିବାକୁ ଗଲେ ସିଏମସି ହାତରେ ପଡିଛି ପେଡି । ତେବେ ଏହି କ୍ରମ ରେ ଆଜି ତମାମ ପ୍ରସଙ୍ଗ ନେଇ ସିଏମସି କମିଶନର ଅନନ୍ୟା ଦାସ କୁ ଭେଟିଛନ୍ତି କଟକ ଯୁବ କଂଗ୍ରେସ ।

Body:ବାରଵାଟି ବିଧାୟକ ମହମ୍ମଦ ମୁକିମ ଙ୍କ ନିର୍ଦେଶ କ୍ରମେ ସମସ୍ତ କର୍ମୀ ଆଜି କମିଶନରଙ୍କୁ ଭେଟି କଟକ ର ତମାମ ଅସୁବିଧା ସମ୍ପର୍କରେ ଅବଗତ କରାଇଛନ୍ତି । ତେବେ ଏହି ନୀତି ଯଦି ଜାରି ରୁହେ ତେବେ ଆଗାମୀ ଦିନ ମାନଙ୍କରେ କଟକ ର ଐତିହ ସମ୍ପୂର୍ଣ ରୂପେ ଲୋପ ପାଇଯିବ ବୋଲି କହିଛନ୍ତି କଟକ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବିକି ଚକ୍ରବର୍ତୀ ।

Conclusion:ବାଇଟ:ବିକି ଚକ୍ରବର୍ତୀ (ଯୁବ କଂଗ୍ରେସ ସାଧାରଣ ସମ୍ପାଦକ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.