ଭୁବନେଶ୍ବର: ଆସନ୍ତାକାଲିଠୁ (ସୋମବାର) ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ । ଏନେଇ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । କମ୍ପ୍ୟୁଟର ବେସଡ ଟେଷ୍ଟ ମାଧ୍ୟମରେ କାଲିଠୁ ପରୀକ୍ଷା ଆରମ୍ଭ ହୋଇ ଆସନ୍ତା 15 ତାରିଖ ଯାଏ ଚାଲିବ । ଦୈନିକ 3ଟି ସିପ୍ଟରେ ପରୀକ୍ଷା ହେବ । ରାଜ୍ୟରେ 30ଟି ସହରରେ 44ଟି ପରୀକ୍ଷା କେନ୍ଦ୍ର ହୋଇଛି । ମେ 31 ତାରିଖରେ ଫଳାଫଳ ପ୍ରକାଶ ପାଇବ ।
ଓଜେଇଇ ପକ୍ଷରୁ ପ୍ରକାଶିତ ସୂଚୀ ଅନୁସାରେ ଦିନକୁ ୩ଟି ସିଫ୍ଟରେ ହେବ ପରୀକ୍ଷା । କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) ମୋଡରେ ପରୀକ୍ଷା ହେବ । ତେବେ ସକାଳ ୯ ଟାରୁ ୧୧ଟା ଯାଏ ପ୍ରଥମ ସିଫ୍ଟ ପରୀକ୍ଷା ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ୩୦ ସମୟ ଯାଏ ଦ୍ବିତୀୟ ସିଫ୍ଟ ଓ ସାଢ଼େ ୪ ଟାରୁ ସାଢ଼େ ୬ଟା ଯାଏ ତୃତୀୟ ସିଫ୍ଟ ପରୀକ୍ଷା ପରୀକ୍ଷା ହେବ । ପ୍ରଥମ ଦିନର ପରୀକ୍ଷାରେ ଲାଟେରାଲ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ମାନେ ପରୀକ୍ଷା ଦେବେ । ଦ୍ବିତୀୟ ଦିନ ଅର୍ଥାତ ୯ ତାରିଖରେ ଏମସିଏ, ଏମଟେକ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ତୃତୀୟ ଦିନ ୧୧ ତାରିଖରେ ଏମବିଏ ପାଇଁ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ୧୨ ତାରିଖରେ ବିଫାର୍ମା ଓ ୧୫ ତାରିଖରେ ଲାଟେରାଲ ଡିପ୍ଲୋମା, ଏଲଇ ଫାର୍ମା, ଇଣ୍ଟିଗ୍ରେଟେଡ ଏମବିଏ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ ।
ଓଡ଼ିଶାରେ ୩୦ଟି ସ୍ଥାନରେ ୪୪ ଓ ରାଜ୍ୟ ବାହାରରେ ୩ କେନ୍ଦ୍ରରେ ପରୀକ୍ଷା ହେବ । ମୋଟ ୫୫ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବେ । ଆଶାୟୀମାନଙ୍କ ଆଡ଼ମିଟ କାର୍ଡରେ ଓଜେଇଇ ପକ୍ଷରୁ ଜାରି କରାଯାଇଛି । ତେବେ ମୋଟ ୨୩ଟି ବର୍ଗରେ ନାମଲେଖା ପାଇଁ ପ୍ରାୟ ୫୬ହଜାର ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବେ । ପ୍ରତ୍ୟେକ ସିଫ୍ଟରେ ଛାତ୍ରଛାତ୍ରୀମାନେ ୨ ଘଣ୍ଟାର ପରୀକ୍ଷା ଦେବେ ।
ଏହା ବି ପଢନ୍ତୁ...Jharsuguda By Poll: ହେଭିୱେଟଙ୍କ ପ୍ରଚାରରେ କମ୍ପିବ ମୈଦାନ, ପ୍ରଚାର କରିବେ ନବୀନ-ଧର୍ମେନ୍ଦ୍ର
ଏହା ବି ପଢନ୍ତୁ...କଙ୍ଗୋରେ ପ୍ରଳୟଙ୍କାରୀ ବନ୍ୟା, ୨୦୦ରୁ ଅଧିକ ମୃତ
ସୂଚନା ଅନୁଯାୟୀ, ବିଫାର୍ମରେ ୧୩ ହଜାର ୮୧୩, ଏମବିଏରେ ୯ ହଜାର ୩୦୫, ଇଣ୍ଟିଗ୍ରେଟେଡ ଏମବିଏରେ 1372, ଲାଟେରାଲ ଡିପ୍ଲୋମାରେ ୧୭ ହଜାର ୭୬୩, ଏମଫାର୍ମା ୧ ହଜାର ୧୮୭, ଏମସିଏରେ ୮ ହଜାର ୮୪୧, ଲାଟେରାଲ ଫାର୍ମାରେ ୮୪୮, ଏମଟେକରେ ୧ ହଜାର ୬୫୯ ଜଣ ପରୀକ୍ଷା ଦେବେ ।
ଇଟିଭି ଭାରତ, ଭୁବନେଶ୍ବର