ETV Bharat / state

ଯୋଜନା ସମୀକ୍ଷା ଲାଗି କ୍ଷେତ୍ରୀୟ ପରିଦର୍ଶନରେ ଯିବେ ଅଧିକାରୀ

author img

By

Published : Jan 30, 2023, 10:39 PM IST

କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଚିବାଳୟ ସେବାର ୧୭ ଜଣ ଅଧିକାରୀ ସାମିଲ ହୋଇଛନ୍ତି । ସେମାନେ ଗଞ୍ଜାମ, କନ୍ଧମାଳ, ନୟାଗଡ, ଢ଼େଙ୍କାନାଳ ଏବଂ ଅନୁଗୋଳ ଭଳି ୫ଟି ଜିଲ୍ଲାର ବିଭିନ୍ନ ବ୍ଲକକୁ କ୍ଷେତ୍ରୀୟ ପରିଦର୍ଶନରେ ଯିବେ । ବିଭିନ୍ନ ଯୋଜନାର ଅନୁଧ୍ୟାନ କରିବେ । ଆର୍ଥିକ ଓ ପ୍ରଶାସନିକ ପରିଚାଳନା ମାଧ୍ୟମରେ ଯୋଜନା ଗୁଡିକର ବ୍ୟାପକତା ସଂପର୍କରେ ଅଧିକାରୀମାନେ ତଥ୍ୟ ହାସଲ କରିବେ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ଓ ଜନମଙ୍ଗଳକାରୀ ଯୋଜନା କାର୍ଯ୍ୟକାରୀ ହେଉଛି । ତୃଣମୂଳସ୍ତରରେ ଯୋଜନା କିପରି କାର୍ଯ୍ୟ କରୁଛି? ଲୋକଙ୍କ ପାଖରେ ଯୋଜନା ପହଞ୍ଚୁଛି ନା ନାହିଁ ? ତାହାର ତଦାରଖ ସଂପର୍କରେ ଜାଣିବା ସହ ଯୋଜନାର ଲକ୍ଷ୍ୟ ହାସଲ ନିମନ୍ତେ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମକୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ରାଜ କୁମାର ଶର୍ମା ଉଦଘାଟନ କରିଛନ୍ତି ।

କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଚିବାଳୟ ସେବାର ୧୭ ଜଣ ଅଧିକାରୀ ସାମିଲ ହୋଇଛନ୍ତି । ସେମାନେ ଗଞ୍ଜାମ, କନ୍ଧମାଳ, ନୟାଗଡ, ଢ଼େଙ୍କାନାଳ ଏବଂ ଅନୁଗୋଳ ଭଳି ୫ଟି ଜିଲ୍ଲାର ବିଭିନ୍ନ ବ୍ଲକକୁ କ୍ଷେତ୍ରୀୟ ପରିଦର୍ଶନରେ ଯିବେ । ବିଭିନ୍ନ ଯୋଜନାର ଅନୁଧ୍ୟାନ କରିବେ । ଆର୍ଥିକ ଓ ପ୍ରଶାସନିକ ପରିଚାଳନା ମାଧ୍ୟମରେ ଯୋଜନା ଗୁଡିକର ବ୍ୟାପକତା ସଂପର୍କରେ ଅଧିକାରୀମାନେ ତଥ୍ୟ ହାସଲ କରିବେ । ଉକ୍ତ କାର୍ଯ୍ୟକ୍ରମକୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ରାଜ କୁମାର ଶର୍ମା ଉଦଘାଟନ କରିଛନ୍ତି ।

ଏହା ସହ ବିଭିନ୍ନ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ଅଧିକାରୀମାନଙ୍କ ପ୍ରେରଣାଦାୟୀ ସହଯୋଗ କାମନା କରିଛନ୍ତି । ଉକ୍ତ ତାଲିମ କାର୍ଯ୍ୟକ୍ରମ ଉଭୟ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଏବଂ ନୂଆଦିଲ୍ଲୀସ୍ଥିତ ସଚିବାଳୟ ତାଲିମ ଏବଂ ପରିଚାଳନା ସଂସ୍ଥା (ISTM) ସହଯୋଗିତାରେ ପ୍ରସ୍ତୁତ କରାଯାଇଛି । ଏହା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । କାର୍ଯ୍ୟକ୍ରମରେ ISTMର କୋର୍ସ ନିର୍ଦ୍ଦେଶକ କୈଳାଶ କୁମାର ସୋନୀ ଏବଂ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଉପ ମହାନିର୍ଦ୍ଦେଶକ ପ୍ରତାପ କୁମାର ମିଶ୍ର, ଅତିରିକ୍ତ କମିଶନର ଡ଼ଃ ହିମାଂଶୁ ଭୁଷଣ ପଣ୍ଡା, ଯୁଗ୍ମ ନିର୍ଦ୍ଦେଶକ କାନନବାଳା ନାୟକ, ଉପ ନିର୍ଦ୍ଦେଶକ ଡ଼ଃ ମମତାରାଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.