ETV Bharat / state

ପୂଜାରେ ମଦ ମୁକ୍ତ ଭସାଣି, ବାଜିବନି DJ, ପୁଷ୍ପାଞ୍ଜଳିରେ ଶପଥ ନେବେ କମିଟି - Meeting For Dussehra - MEETING FOR DUSSEHRA

No DJ, Music, Liquor And Plastic During Puja: ଭୁବନେଶ୍ବରରେ ଏଥର ପାର୍ବଣ ହେବ ନିଶାମୁକ୍ତ ଡିଜେ ମୁକ୍ତ ଓ ପ୍ଲାଷ୍ଟିକ ମୁକ୍ତ । କମିଶନରେଟ ପୋଲିସ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ

Meeting For Durga Puja
Meeting For Durga Puja (ETV Bharat Odisha)
author img

By ETV Bharat Odisha Team

Published : Sep 24, 2024, 8:09 PM IST

ଭୁବନେଶ୍ବର: ଏଥର ପାର୍ବଣରେ ନିଶାମୁକ୍ତ ପୂଜା-ଭସାଣୀ ପାଇଁ ପ୍ରୟାସ କରିଛି କମିଶନରେଟ୍ ପୋଲିସ । ମା'ଙ୍କୁ ପୁଷ୍ପାଞ୍ଜଳି ଦେଇ ଶପଥ ନେବେ ପୂଜା କମିଟି ମଦ ପିଇବେ ନାହିଁ କି ମଦ୍ୟପଙ୍କୁ ମଣ୍ଡପରେ ପୁରାଇ ଦେବେନାହିଁ । ଏହାସହ ପୂଜ ପେଣ୍ଡାଲରେ ନିଶାମୁକ୍ତ ପୋଷ୍ଟର ଲାଗିବ । ଭସାଣୀରେ ବାଜିବନି ଡିଜେ। ଅନ୍ୟପଟେ ଚେକିଂ ଓ ବ୍ଲକିଂ ଜୋରଦାର କରାଯିବ । କମିଶନରେଟ ପୋଲିସ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ମଦ ମୁକ୍ତ, ଡିଜେ ମୁକ୍ତ ଓ ପ୍ଲାଷ୍ଟିକ ମୁକ୍ତ ପୂଜା:
"ସମସ୍ତ ପୂଜା କମିଟି କର୍ମକର୍ତ୍ତା, ବିଧାୟକ ଓ ମେୟର ତଥା ଭସାଣୀ କମିଟିଙ୍କୁ ନେଇ ବୈଠକ ହୋଇଥିଲା। ଏଥର କେମିତି ମଦ ମୁକ୍ତ, ଡିଜେ ମୁକ୍ତ ଓ ପ୍ଲାଷ୍ଟିକ ମୁକ୍ତ ପୂଜା କେମିତି ହେବ ସେଥିପାଇଁ ସମସ୍ତ ଚେଷ୍ଟା କରିବୁ। ଡିଜେ ଗାଡ଼ିକୁ ଅନୁମତି ଦିଆଯିବନାହି। ଗଣେଶ ପୂଜାବେଳେ ନିୟମ ଉଲଂଘନ କରିଥିବା ପୂଜା କମିଟି ଉପରେ ଆକ୍ସନ ନିଆଯାଇଥିଲା। ଏଥର ମଦ ମୁକ୍ତ ପାଇଁ ଚେଷ୍ଟା କରିବେ। ଏନେଇ ଶପଥ ପାଠ କରିବେ ପୋଷ୍ଟର ମଧ୍ୟ ଲଗାଇବେ । ମଦ ବା ମାଦକ ଦ୍ରବ୍ୟ ସେବନ କରିବେ ନାହିଁ କି କରାଇବେ ନାହିଁ। ପୂଜା ସମୟରେ ପୁଷ୍ପାଞ୍ଜଳି ସମୟରେ ଶପଥ କରାଇବେ ପୂଜକ। ବ୍ୟାପକ ପୋଲିସ ମୁତୟନ ସହ ଟ୍ରାଫିକ ଓ ନାଇଟ୍ ପାଟ୍ରେଲିଂ କରାଯିବ," ବୋଲି କହିଛନ୍ତି ପୋଲିସ କମିଶନର ।

Meeting For Durga Puja (ETV Bharat Odisha)

ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟବସ୍ଥା:
ଏଥର ପୁଜା ସମୟରେ ଭିଡକୁ ଦୃଷ୍ଟିରେ ରଖି ବିଶେଷ କରି ମହିଳା ଓ ବୟସ୍କ ଲୋକଙ୍କ ଶୂଙ଼ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି।ଏନେଇ ପୁଜା ମଣ୍ଡପରେ କମିଟି କତୃପକ୍ଷ ଏଦିଗରେ ସ୍ବତନ୍ତ୍ର ବ୍ୟବସ୍ଥା ସହ ଏକ ହ୍ୱିଲ ଚେୟାର ଯିବା ଭଳି ଏକ ବାଟରେ ବ୍ୟବସ୍ଥା କରିବାକୁ ଆଲୋଚନା କରାଯାଇଛି।ଏଥି ସହ ବ୍ରିଟ କଲୋନିରେ ମହିଳା ମାନଙ୍କ ଦ୍ଵାରା ପୁଜା ପରିଚାଳନା ଯୋଗୁଁ ।ସେଠାରେ କେବଳ ମହିଳା ପୋଲିସ ନିୟୋଜିତ କରିବା ପାଇଁ ମଧ୍ୟ ସ୍ଥିର ହୋଇଛି।

Meeting For Durga Puja
Meeting For Durga Puja (ETV Bharat Odisha)

ଷ୍ଟ୍ରିଟ କ୍ରାଇମ୍ ଓ କ୍ରିମିନାଲଙ୍କ ଉପରେ ନଜର:
ଏଥର ସୁରୁଖୁରୁରେ ପୂଜା ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ସବୁ ମଣ୍ଡପରେ ସିସଟିଭି ଲଗାଇବା ପାଇଁ ମଧ୍ୟ ପୂଜା ମଣ୍ଡପକୁ କୁହାଯାଇଛି।ଷ୍ଟ୍ରିଟ୍ କ୍ରାଇମ ସମ୍ଭାବନା ଅଧିକ ରହୁଛି। ସେନେଇ ଷ୍ଟ୍ରିଟ କ୍ରାଇମ୍ ଉପରେ ବିଶେଷ ନଜର ରହିବ। ଡ୍ରଙ୍କନ୍ ଡ୍ରାଇଭ ଚେକିଂ ଜୋରଦାର ହେବ। ଏବେଠୁ କ୍ରିମିନାଲ ମଧ୍ୟରେ ଆକ୍ସନ ଆରମ୍ଭ କରାଯାଇଛି। ଏନବିଡବ୍ଲୁ, ପେଷାଗତ ଅପରାଧି‌ଙ୍କ ପାଇଁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି।

ରାତି 12ଟା ଯାଏଁ ମେଲୋଡି:
"ପୂଜା ସମୟରେ ମେଲୋଡିକୁ ରାତି 12ଟା ଯାଏଁ ଚାଲିବାକୁ ଅନୁମତି ରହିଛି। ଏଥିସହ ରାବଣ ପୋଡି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ନିୟମ ପାଳନ କରାଯିବ । ରାବଣ ପୋଡିବେଳେ ସେହି ଅନୁଯାୟୀ, ବାଣ ପ୍ରଦର୍ଶନ ଅନୁମତି ମିଳିବ । କିନ୍ତୁ ପରିବେଶ ପ୍ରଦୂଷଣ ଦୃଷ୍ଟିରୁ ସେସବୁ ଉପରେ ମଧ୍ୟ ରୋକ ଲାଗିବା କଥା ବୋଲି ପ୍ରସ୍ତାବ ଦେଇଛୁ" ବୋଲି କହିଛନ୍ତି ମଧୁର ମାଧବ ଜେନା । ପୋଲିସ କମିଶନରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ ବୋଲି କହିଛନ୍ତି, "ବିଧାୟକ ଅନନ୍ତ ନାରାୟଣ ଜେନା। ସେପଟେ ମେୟର କହିଛନ୍ତି, "ଯେଉଁ ଗଛ ପତ୍ର ରାସ୍ତାକୁ ରହିଛି ବାଟରେ ବାଧା ହେଉଛି ସେନେଇ ଗଛ ଡ଼ାଳ କଟାକଟି କରିବୁ । ବିଏମସି ସଂଲଗ୍ନ ଡ୍ରେନର ସ୍ଲାବ ପକାଇବା ପାଇଁ ବ୍ୟବସ୍ଥା ଚାଲିଛି। ପୂଜା ପେଣ୍ଡାଲରୁ ଦୁଇଥର ଅଳିଆ ଉଠାଇବା ସହ ଲାଇଟ୍ ବ୍ୟବସ୍ଥା କରାଯିବ ।

ଏହା ବି ପଢନ୍ତୁ...No DJ Music: ଏଣିକି ପୂଜାରେ ଶୁଭିବନି ଡିଜେ, ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ - Bans DJ Music During Puja

ଏହା ବି ପଢନ୍ତୁ...ଆସୁଛନ୍ତି ମା' ଜଗତ ଜନନୀ; ମୃଣ୍ମୟୀ ମୂର୍ତ୍ତି ପାଇଁ ମାଟି ଅନୁକୂଳ, କୁଆଖାଇ ନଦୀରେ ପୂଜାର୍ଚ୍ଚନା - Devotees Collect Holy Soil

ଏହା ମଧ୍ୟ ପଢ଼ନ୍ତୁ...ଏଥର ଫିକା ପଡିବ ଗଣେଶ ପୂଜା ! ବାଜିବନି DJ, ମୁଖ୍ୟରାସ୍ତାରେ ଭସାଣି ମନା - ganesh puja preparation meeting

ଏହା ବି ପଢନ୍ତୁ...ଏହି ୭ ରାଶିଙ୍କ ପାଇଁ ସୁଖ ସମୃଦ୍ଧିର ଭଣ୍ଡାର ନେଇ ଆସୁଛନ୍ତି ମା' ଦୁର୍ଗା - Durga Puja Horoscope

ଭସାଣି ପାଇଁ ନିର୍ଦ୍ଦିଷ୍ଟ ପୋଖରୀ:
ରାଜଧାନୀରେ 17 1ପୂଜା ପେଣ୍ଡାଲ ରହିଛି। ପୂଜା ସମୟରେ ପୋଲିସ ବ୍ୟବସ୍ଥା ସହ ସେଠାକାର ସ୍ବେଚ୍ଛାସେବୀ ମଧ୍ୟ ନିୟୋଜିତ‌ ହୋଇଥାନ୍ତି। ୩ ଟି ଭସାଣୀ କମିଟି ରହିଛି । ଉତ୍ତର , ମଧ୍ୟ ଓ ଏକାମ୍ର ଭସାଣୀ ଉତ୍ସବ କମିଟିଙ୍କ ମିଳିତ ପ୍ରୟାସରେ ପାରମ୍ପରିକ ଭସାଣୀ ଓ ରୋଷଣୀ ପାଇଁ ବ୍ୟବସ୍ଥା କରାଯାଇଛି। ଭସାଣୀ ପାଇ ବିଏମସି ପକ୍ଷରୁ ନିର୍ଦ୍ଦିଷ୍ଟ ସ୍ଥାନରେ ଭସାଣୀ ପାଇଁ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା ହୋଇଛି। ସେହିଠାରେ ହିଁ ଭସାଣୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.