ଖୋର୍ଦ୍ଧା : ଭୟଙ୍କର ରୂପ ନେଇ ଉପକୂଳ ଆଡ଼କୁ ମାଡି ଆସୁଛି ସାମୁଦ୍ରିକ ଝଡ଼ ଫନି । ଏହାକୁ ନେଇ ପ୍ରଶାସନିକ ସ୍ତରରେ ବେଶ ତତ୍ପରତା ଦେଖାଦେଇଛି । ଗୁରୁବାର ଖୋର୍ଦ୍ଧାରେ ଓଡ୍ରାଫର 34 ଜଣିଆ ଟିମ ପହଞ୍ଚିଛନ୍ତି ।
ଜଣେ କମାଣ୍ଡରଙ୍କ ନେତୃତ୍ୱରେ ଜଣେ ଅଫିସର,5ଜଣ ହାବିଲଦାର ପ୍ରମୁଖ ଭୁବନେଶ୍ୱର ବ୍ଲକକୁ ଅତ୍ୟାଧୁନିକ ଯନ୍ତ୍ରପାତୀ ଯଥା ମଟର ବୋଟର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ବାତ୍ୟା ପ୍ରଭାବରେ ରାସ୍ତାରେ ଗଛ ଉପୁଡି ପଡିଲେ ତାକୁ କାଟି ରାସ୍ତା ସଫା କରିବା ପାଇଁ କଟର ମେସିନ,ଫାଷ୍ଟଏଡ଼ ସମଗ୍ରୀ ପ୍ରମୁଖ ସାଙ୍ଗରେ ଧରି ବାହାରିଛନ୍ତି ଟିମ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ