ETV Bharat / state

ରାଜ୍ୟରେ କାର୍ଯ୍ୟକାରୀ ହେଲା ପ୍ରଥମ ମଡୁଲାର ଓଟି, ଉପକୃତ ହେବେ ଗୁରୁତର ରୋଗୀ - କ୍ୟାପିଟାଲ ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମ

Odisha's First Modular OT at Capital Hospital: ରାଜ୍ୟର ପ୍ରଥମ ହସ୍ପିଟାଲ ଭାବେ କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହୋଇଛି ମଡୁଲାର ଓଟି । ଏହା ଦ୍ବାରା ଅନେକ ଜଟିଳ ଅସ୍ତ୍ରୋପଚାର ପାଇଁ ଆସୁଥିବା ରୋଗୀ ମାନଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର କରାଯିବ ନାହିଁ । ଅଧିକ ପଢନ୍ତୁ ।

ରାଜ୍ୟରେ କାର୍ଯ୍ୟକାରୀ ହେଲା ପ୍ରଥମ ମଡୁଲାର ଓଟି, ଉପକୃତ ହେବେ ଗୁରୁତର ରୋଗୀ

author img

By ETV Bharat Odisha Team

Published : Nov 18, 2023, 7:17 PM IST

ରାଜ୍ୟରେ କାର୍ଯ୍ୟକାରୀ ହେଲା ପ୍ରଥମ ମଡୁଲାର ଓଟି, ଉପକୃତ ହେବେ ଗୁରୁତର ରୋଗୀ

ଭୁବନେଶ୍ବର: ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି ନିକଟରେ ଆମ ହସ୍ପିଟାଲ ଯୋଜନା ଅନ୍ତର୍ଗତ ଗାଁ ଠାରୁ ଆରମ୍ଭ କରି ସହରରେ ଥିବା ସମସ୍ତ ଛୋଟ ବଡ଼ ହସ୍ପିଟାଲରେ ନୂଆ ରୂପ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରଥମ ହସ୍ପିଟାଲ ଭାବେ କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହୋଇଛି ମଡୁଲାର ଓଟି । ଯେଉଁଠାରେ ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମର ବ୍ୟବସ୍ଥିତ ରହିବା ସହ ଏକ ସାଙ୍ଗରେ ୨୦ ଜଣଙ୍କର ଅସ୍ତ୍ରୋପଚାର କରାଯାଇ ପାରିବ । ଏହି ୧ ମହଲା ବିଶିଷ୍ଟ ଘରେ ୭ଟି ଗୃହ ରହିଛି ଯେଉଁଠି ୫ଟି ଗୃହରେ ରହିଛି ମଡୁଲାର ଓଟି ଏବଂ ବାକି ୨ ଟି ଗୃହରେ ରହିଛି ଅସ୍ତ୍ରୋପଚାର ପରବର୍ତ୍ତୀ ଅବଜରବେଶନ ଗୃହ ।

ଏହା ମଧ୍ୟ ପଢନ୍ତୁ...ବଦଳୁଛି କ୍ୟାପିଟାଲ ହସ୍ପିଟାଲର ରୂପରେଖ, ଆଜିଠୁ କାର୍ଯ୍ୟକ୍ଷମ ହେବ ମଡ୍ୟୁଲାର ଓଟି

ଏହି ଓଟିରେ ଏକାକାଳୀନ ଭାବରେ ୧୦ ଜଣଙ୍କର ଅସ୍ତ୍ରୋପଚାର କରାଯିବାର ବ୍ୟବସ୍ଥା ରହିଛି । ଏହା ସମ୍ପୂର୍ଣ୍ଣ ଭାବରେ କୋରିଆନ ସିଟରେ ତିଆରି ହୋଇଛି । ଏଥିରେ ସମସ୍ତ ସରଞ୍ଜାମ ଅତ୍ୟାଧୁନିକ ଅଟେ । ଅସ୍ତ୍ରୋପଚାର ସମୟରେ ବା ପରେ ଯେଉଁ ଭଳି ଭାବରେ ରୁମରେ ବ୍ୟାକ୍ଟେରିଆ ରହିବେ ନାହିଁ ସେନେଇ ମଧ୍ୟ ଅତ୍ୟାଧୁନିକ ମେସିନ ରହିଛି । ରୁମର ଅଟୋମେଟିକ୍ ତାପମାତ୍ରା ପରିବର୍ତ୍ତନର ବ୍ୟବସ୍ଥା ରହିଛି। ଏହାରି ମଧ୍ୟରେ କ୍ୟାମେରା ଦ୍ଵାରା ଏଲଇଡି ସହିତ ସଂଯୋଗ କରାଯାଇଛି । ଏହା ସତ୍ତ୍ବେ ବି ସମସ୍ତ କାର୍ଯ୍ୟ କୋରିଆରୁ ଆସିଥିବା ଫିଙ୍ଗର ପ୍ରିଣ୍ଟ ସ୍କାନରରେ ପରିଚାଳିତ ହେବ ଯାହାର କଣ୍ଟ୍ରୋଲ ପ୍ୟାନେଲ ୟୁକେରୁ ଆସିଛି । ଏହା ଦ୍ବାରା ଅନେକ ଜଟିଳ ଅସ୍ତ୍ରୋପଚାର ପାଇଁ ଆସୁଥିବା ରୋଗୀ ମାନଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର କରାଯିବ ନାହିଁ । ଏହା ଦ୍ବାରା ରେଫରାଲ ସଂଖ୍ୟା ମଧ୍ୟ ହ୍ରାସ ପାଇବ । ତେବେ ବିଶେଷ କରି ଅସ୍ଥିଶଲ୍ୟ ଓ ହୃଦରୋଗ ବିଭାଗର ଅସ୍ତ୍ରୋପଚାର ସୁବିଧାରେ ହୋଇପାରିବା ସହ ସାଧାରଣ ରୋଗୀ ମାନେ ମଧ୍ୟ ଅଧିକରୁ ଅଧିକ ଭାବରେ ଉପକୃତ ହୋଇପାରିବେ ।

ଏହା ମଧ୍ୟ ପଢନ୍ତୁ... Odisha GOVT to increase hospitals: ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ଲକ୍ଷ୍ୟ, ବଢ଼ିବ ମେଡିକାଲ ସଂଖ୍ୟା

ଏହି ଅତ୍ୟାଧୁନିକ ଓଟି ପାଇଁ ଖର୍ଚ୍ଚ ହୋଇଛି ୧୬.୭୬ କୋଟି ଟଙ୍କା । ରାଜ୍ୟ ସରକାର ୧୫.୩୪ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିମାନବନ୍ଦର ପ୍ରାଧିକରଣ ଔଦାଗୀୟ ସାମାଜିକ କର୍ତ୍ତବ୍ୟ ପାଣ୍ଠିରୁ ୧.୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ମଡୁଲାର ଓଟି କାର୍ଯ୍ୟକ୍ଷମ କରିବାରେ ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲ ହେଉଛି କ୍ୟାପିଟାଲ ହସ୍ପିଟାଲ । ଏହା ଫଳରେ ହସ୍ପିଟାଲକୁ ଆସୁଥିବା ରୋଗୀ ମାନେ ଆଉ କଟକ କି ଏମ୍ସକୁ ରେଫର୍ କରାଯିବନାହିଁ । ଏଠାରେ ଛୋଟ ଠାରୁ ଆରମ୍ଭ କରି ଗୁରୁତର ଅସ୍ତ୍ରୋପଚାର କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡ. ଲକ୍ଷ୍ମୀଧର ସାହୁ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.