ETV Bharat / state

ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ପ୍ରସ୍ତୁତି: ଆଗାମୀ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରୁହ କହିଲେ ଉନ୍ନୟନ କମିଶନର

author img

By

Published : May 13, 2023, 7:38 AM IST

ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ବୈଠକ କଲା ଜଳ ସଂପଦ ବିଭାଗ । ତ୍ରୁଟି ଅନୁଧ୍ୟାନ କରି ଆଗାମୀ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରୁହ କହିଲେ ଉନ୍ନୟନ କମିଶନର । ଅଧିକ ପଢନ୍ତୁ

ଜଳ ସଂପଦ ବିଭାଗର ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ
ଜଳ ସଂପଦ ବିଭାଗର ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ
ଜଳ ସଂପଦ ବିଭାଗର ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ
ଜଳ ସଂପଦ ବିଭାଗର ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଦେଇଛି ରାଜ୍ୟ ଜଳ ସଂପଦ ବିଭାଗ । ଶୁକ୍ରବାର ବିଭାଗ ପକ୍ଷରୁ ଏକ ପ୍ରାକ ବନ୍ୟା-ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ରାଜୀବ ଭବନ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତିଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ରାଜ୍ୟର ବିଭିନ୍ନ ନଦୀ ଅବବାହିକା ଅନ୍ତର୍ଗତ ଡିଭିଜନ ଗୁଡିକରେ ଅବସ୍ଥାପିତ ଜଳ ସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ, ସହକାରୀ ମୁଖ୍ୟଯନ୍ତ୍ରୀମାନେ ଭିସି ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ ।

ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଭକ୍ତ ରଞ୍ଜନ ମହାନ୍ତି ପାୱାର ପଏଣ୍ଟ ମାଧ୍ୟମରେ ବନ୍ୟା ଓ ବାତ୍ୟା ପ୍ରସ୍ତୁତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା ସମେତ ୧୧ଟି ନଦୀ ଅବବାହିକାରେ ଥିବା ୮ଟି ବୃହତ ଜଳ ଭଣ୍ଡାର ଓ ୪୭ଟି ମଧ୍ୟମ ଜଳଭଣ୍ଡାରର ସ୍ଥିତି ସଂପର୍କରେ ଅବଗତ କରାଇଛନ୍ତି । ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, ଗତବର୍ଷ ୨୦୨୨ ଅଗଷ୍ଟ ମାସ ବନ୍ୟାରେ ପାଖାପାଖି ୧୨ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେବା ବେଳେ ବନ୍ୟା ପରିଚାଳନା ସଫଳତାର ସହ କରିଛୁ । ଏ ବର୍ଷ ବୃହତ ଓ ମଧ୍ୟମ ଜଳ ଭଣ୍ଡାର ଗୁଡିକର ସ୍ଥିତି ଭଲ ରହିଛି । ରାଜ୍ୟର ବନ୍ୟା ପରିଚାଳନା ନେଇ ଯେଉଁ ମଡେଲ ରହିଛି, ଏହାକୁ ଆଧାର କରି ଆଗାମୀ ଦିନରେ ବନ୍ୟା ଓ ବାତ୍ୟାର ସଫଳ ମୁକାବିଲା କରିପାରିବୁ ।

ଉନ୍ନୟନ କମିଶନ ଅନୁ ଗର୍ଗ କହିଛନ୍ତି ଯେ, ଗତବର୍ଷ ବନ୍ୟାକୁ ଆମେ ସଫଳତାର ସହ ମୁକାବିଲା କରିଛୁ । କିନ୍ତୁ ଏଥିରେ ଆମେ ସନ୍ତୁଷ୍ଟ ନହୋଇ ଆମକୁ ଅଧିକ ଯତ୍ନ ଓ ସତର୍କତାର ସହ କାର୍ଯ୍ୟ କରିବାକୁ ପଡିବ । ଗତବର୍ଷ ବନ୍ୟା ମୁକାବିଲାରେ ରହିଥିବା ତ୍ରୁଟିକୁ ଅନୁଧ୍ୟାନ କରି ଆଗାମୀ ବନ୍ୟା-ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ବନ୍ୟା-ବାତ୍ୟା ପରିଚାଳନା ସହ ବନ୍ୟା ଛାଡିବା ପରେ ଜଳ ସଞ୍ଚୟ ପାଇଁ ଗେଟଗୁଡିକର ସ୍ଥିତି ଯେପରି ଠିକ ରୁହେ, ସେଥିପ୍ରତି ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି । ବନ୍ୟା ସମୟରେ ନଦୀ ବନ୍ଧଗୁଡିକ ଯେପରି ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ ଓ ଜନସାଧାରଣଙ୍କ ଯାତାୟତ ପାଇଁ ସୁବିଧା ରୁହେ, ସେଥିପ୍ରତି ଧ୍ୟାନ ଦେଇ ରାସ୍ତା ଗୁଡିକର ସ୍ଥିତି ଯାଞ୍ଚି କରି ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ସମୟରେ ଛୋଟ ଛୋଟ ଘଳିଆ ସୂଚନା ମିଳିବା ସଙ୍ଗେ ସଙ୍ଗେ ତୁରନ୍ତ ଦୃଷ୍ଟିକୁ ନେଇ ବନ୍ଧ ମରାମତି କରିବାକୁ ଉନ୍ନୟନ କମିଶନର କହିଛନ୍ତି ।

ଗତଥର ହୋଇଥିବା ୮ଟି ସ୍ଥାନରେ ଘାଇ ମଧ୍ୟରୁ ୩ଟି ସଂପୂର୍ଣ୍ଣ ମରାମତି ସରିଛି । ଅନ୍ୟ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ମେ' ମାସ ୧୦ ତାରିଖ ସୁଦ୍ଧା ଜଳ ସଂପଦ ବିଭାଗର ସଂପୃକ୍ତ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ବିଭିନ୍ନ ନଦୀବନ୍ଧର ସ୍ଥିତି ସଂପର୍କରେ ଯୁଗ୍ମ ତନଖି ବିବରଣୀ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲାରେ ଯୁଗ୍ମ ତନଖି କାର୍ଯ୍ୟ ସରିଛି । ରାଜ୍ୟର ବିଭିନ୍ନ ଜଳସଂପଦ ଡିଭିଜନରେ ମୋଟ ୭୪୭୩.୨୦୬ କି.ମି ବନ୍ଧ ତଟ ରହିଛି । ସେଥିରୁ ୧୬୩୫.୯୪୫ କି.ମି ଲୁଣି ବନ୍ଧ ରହିଛି । ବିଭିନ୍ନ ନଦୀ ଓ ଜଳ ଭଣ୍ଡାରର ଗେଟ, ସ୍କୁଇସ ଗେଟ, ଦୁର୍ବଳ ଓ ସମ୍ବେଦନଶୀଳ ନଦୀ ବନ୍ଧ ଗୁଡିକର ମରାମତି ଓ ସ୍ଥିତି ସଂପର୍କରେ ଆଲୋଚନା କରାଯାଇଛି । ପ୍ରତିବର୍ଷ ଭଳି ଆବଶ୍ୟକ ସ୍ଥାନରେ ଡିଭିଜନୱାରୀ ବାଲିବସ୍ତା, ବାଲି ବ୍ୟାଗ, ବନ୍ୟା-ବାତ୍ୟା ମୁକାବିଲା ପାଇଁ ଆବଶ୍ୟକ ଯାନ୍ତ୍ରିକ ବ୍ୟବସ୍ଥା ଓ ଉପକରଣ କ୍ରୟ ପ୍ରକ୍ରିୟା ଜାରି ରହିଛି ।

ଦାୟିତ୍ବରେ ଥିବା ଅଧିକାରୀ ଓ ସଂସ୍ଥାମାନଙ୍କର ଜରୁରୀ ଟେଲିଫୋନ ନମ୍ବର ରଖି ନିୟମିତ ଯୋଗାଯୋଗରେ ରହିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀ କାଳୀନ ଯୋଗାଯୋଗ ପାଇଁ ଅଧିକାରୀମାନଙ୍କ ଟେଲିଫୋନ ନମ୍ବର ସମସ୍ତଙ୍କୁ ଦିଆଯିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଛି । ବନ୍ୟା-ବାତ୍ୟା ମୁକାବିଲା ପାଇଁ ଜିଲ୍ଲାସ୍ତରରେ ଜନ ପ୍ରତିନିଧି, ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ, ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହିତ ବୈଠକ କରାଯାଉଛି । ଜଳ ସଂପଦ ବିଭାଗର କର୍ତ୍ତୃପକ୍ଷମାନଙ୍କୁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ସହିତ ଯୋଗାଯୋଗରେ ରହିବାକୁ କୁହାଯାଇଛି । ଜୁନ ୧ ରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ସେଚ ସଦନ ସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ କାର୍ଯ୍ୟ କରିବ । ସେହିପରି ବନ୍ୟା-ବାତ୍ୟା ସମୟରେ ଡିଭିଜନ ଓ ସର୍କଲ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ରମ ହେବ । ଏହାକୁ ସହକାରୀ ମୁଖ୍ୟ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀମାନେ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବନ୍ୟା ସଂପର୍କିତ ବୁଲେଟିନ ନିୟମିତ ପ୍ରଦାନ, ବନ୍ୟା ଜଳ ଛାଡିବା ପୂର୍ବରୁ ସତର୍କ ସୂଚନା ସଂପୃକ୍ତ ସମସ୍ତଙ୍କୁ ଜଣାଇବା ସହ ଗଣମାଧ୍ୟମରେ ପ୍ରକାଶନ ଓ ପ୍ରସାରଣ ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି । ଅନ୍ୟ ପକ୍ଷରେ ବନ୍ୟା ସମୟରେ ବିଭିନ୍ନ ନଦୀ ଜଳ ଭଣ୍ଡାରରୁ ପ୍ରବେଶ କରିବାକୁ ଥିବା ଜଳ ପରିମାଣ ଜାଣିବା ପାଇଁ ସଂପୃକ୍ତ ପଡୋଶୀ ରାଜ୍ୟର ଯନ୍ତ୍ରୀମାନଙ୍କ ସହିତ ଯୋଗାଯୋଗରେ ରହିବାକୁ ସଂପୃକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନବ ନିଯୁକ୍ତ କନିଷ୍ଠ ଯନ୍ତ୍ରୀମାନେ କ୍ଷେତ୍ରସ୍ତରରେ କିପରି ବନ୍ୟା ସଂପର୍କରେ ପାଟ୍ରୋଲିଂ କରାଯାଏ, ସେ ସଂପର୍କରେ ଏବେଠୁ ପ୍ରଶିକ୍ଷଣ ନେବାକୁ ଉନ୍ନୟନ କମିଶନର ପରାମର୍ଶ ଦେଇଛନ୍ତି । ସେମାନଙ୍କ ଠାରୁ ଶତ ପ୍ରତିଶତ ସେବା ଆଶା କରିଛନ୍ତି । ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ନକ୍ସାଙ୍କନ), ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ଉଠା ଜଳସେଚନ, ମୁଖ୍ୟ ଯନ୍ତ୍ରୀ ଓ ଅବବାହିକା ପରିଚାଳକ, ମହାନଦୀ-କାଠଯୋଡି ଅବବାହିକା, ମୁଖ୍ୟ ଯନ୍ତ୍ରୀ, ଏଚଏଚ ଏବଂ ଜିଆଇଏସ, ସିଏମ ଭୁବନେଶ୍ବର, ମୁଖ୍ୟ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ, ମୁଖ୍ୟ ଯନ୍ତ୍ରୀ ଡ୍ରେନେଜ, ମୁଖ୍ୟଯନ୍ତ୍ରୀ, ମନିଟରିଂ, ମୁଖ୍ୟ ଯନ୍ତ୍ରୀ ବନ୍ଧ ନିରାପତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.