ETV Bharat / state

Odisha Train Tragedy: DNA ରିପୋର୍ଟ ଆସିବା ପରେ 6 ଦାବିଦାରଙ୍କୁ ମୃତଦେହ ହସ୍ତାନ୍ତର - ୫ ଦାବିଦାରଙ୍କୁ ମୃତଦେହ ହସ୍ତାନ୍ତର

ବାହନଗା ଟ୍ରେନ ଟ୍ରାଜେଡି ଘଟଣାରେ ପ୍ରଥମ ପର୍ଯ୍ୟାୟରେ ୨୯ଟି DNA ରିପୋର୍ଟ ଆସିଛି । ରିପୋର୍ଟ ଆସିବା ପରେ 6 ଦାବିଦାରଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ଅଧିକ ପଢନ୍ତୁ

୫ ଦାବିଦାରଙ୍କୁ ମୃତଦେହ ହସ୍ତାନ୍ତର
୫ ଦାବିଦାରଙ୍କୁ ମୃତଦେହ ହସ୍ତାନ୍ତର
author img

By

Published : Jun 30, 2023, 10:40 PM IST

Updated : Jul 1, 2023, 12:10 PM IST

6 ଦାବିଦାରଙ୍କୁ ମୃତଦେହ ହସ୍ତାନ୍ତର

ଭୁବନେଶ୍ବର: ବାହନଗା ଟ୍ରେନ ଟ୍ରାଜେଡିରେ ମୃତଦେହ ଚିହ୍ନଟ ଘଟଣା । ପ୍ରଥମ ପର୍ଯ୍ୟାୟରେ ୨୯ଟି ଡିଏନଏ ରିପୋର୍ଟ ଆସିଛି । ଡିଏନଏ ରିପୋର୍ଟ ଆସିବା ପରେ 6 ଦାବିଦାରଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ରେଳ ବିଭାଗର ଅଧିକାରୀ, ଏମ୍ସ ଅଧିକାରୀ ଏବଂ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ଦିଆଯାଇଛି ମୃତ ଶରୀର । ୨୯ଟି ଡିଡିଏନଏ ରିପୋର୍ଟ ମଧ୍ୟରୁ ୫ଟି ପରିବାରଙ୍କୁ ବର୍ତ୍ତମାନ ସୁଦ୍ଧା ମୃତଦେହ ହସ୍ତାନ୍ତର ପକ୍ରିୟା ଜାରି ରହିଛି ।

ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗର ପୁରୁଲିଆ ଅଞ୍ଚଳର ସମୀର ବାଉରୀ, ବିହାରର ପୂର୍ଣ୍ଣୀୟା ଜିଲ୍ଲାର ସୁରଜ କୁମାର, ବିହାର ବେଗୁସୁରିଆ ଅଞ୍ଚଳର ସୁଜିତ କୁମାର, ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଅଞ୍ଚଳର ଅଞ୍ଜାର ଉଲହକ, ଝାଡ଼ଖଣ୍ଡର ପୁରାନି ସାହେବଗଞ୍ଜର ଭୀମ ଚୌଧୁରୀ । ସେହିପରି ଭାବରେ ୨୯ଟି ଡିଏନଏ ରିପୋର୍ଟ ମଧ୍ୟରୁ ଓଡିଶାର 2 ଜଣ ମୃତକ ଚିହ୍ନଟ ହୋଇଛନ୍ତି । ମୃତ ବ୍ୟକ୍ତି ହେଲେ ମୟୂରଭଞ୍ଜ ଜିଲ୍ଲାର ବ୍ରହ୍ମାକାନ୍ତ ଦାସ । ବ୍ରହ୍ମାକାନ୍ତଙ୍କ ବୟସ ୩୪ ବର୍ଷ ହୋଇଥିବା ଜଣାପଡିଛି । ବ୍ରହ୍ମାକାନ୍ତଙ୍କ ପୁଅ ସୋନୁ ଦାସ ସହିତ ଡିଏନଏ ମ୍ୟାଚ୍‌ ହୋଇଥିବାବେଳେ ଅନ୍ୟ ଜଣଙ୍କ ନାମ ଏଯାଏଁ ଜଣାପଡ଼ିନାହିଁ ।

ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଅନେକ ପରିବାରଲୋକ ନିଜ ସମ୍ପର୍କୀୟଙ୍କ ମୃତଦେହ ନେବା ଲାଗି ଚାହିଁ ବସିଥିବାବେଳେ କର୍ତ୍ତୃପକ୍ଷଙ୍କ ଦ୍ୱାରା ପଠାଯାଇଥିବା ଡିଏନଏ ରିପୋର୍ଟ ଆସିଛି । ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୨୯ଟି ରିପୋର୍ଟ ଆସିିବା ଜଣା ପଡିଛି । ତେବେ ଜୁନ ୫ ତାରିଖରେ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ପ୍ରକ୍ରିୟାରେ ଅସୁବିଧା ଯୋଗୁଁ ଡିଏନ୍ଏ ଟେଷ୍ଟିଂର ଶେଷ ବିକଳ୍ପ ଗ୍ରହଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...Train Tragedy: ପୁଅ ମୃତଦେହ ଅପେକ୍ଷାରେ ଦିବ୍ୟାଙ୍ଗ ଦମ୍ପତି, DNA ରିପୋର୍ଟ ଆସିବା ପରେ ମିଳିବା ଆଶା

ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଆସିବାରେ ପାଖାପାଖି 1 ମାସ ସମୟ ଲାଗିଥିବାବେଳେ ବାକି ରିପୋର୍ଟ କେବେ ଆସିବ ସେନେଇ କୌଣସି ସୂଚନା ମିଳିପାରିନାହିଁ । ତେବେ ୮୧ଟି ମୃତଦେହ ମଧ୍ୟରୁ ୨୯ଟି ମୃତଦେହରେ ଡିଏନଏ ରିପୋର୍ଟ ଆସି ସାରିଛି । ଅପରପକ୍ଷେ ବାହନଗାରେ ଅଜଣା ଲାକମାନେ ମୃତକଙ୍କ ଦଶାହ କ୍ରିୟା କର୍ମ କରୁଥିବାବେଳେ ମୃତକଙ୍କ ନିଜ ପରିବାର ଲୋକେ କ୍ରିୟାକର୍ମ ଲାଗି ଏମ୍ସ ପ୍ରାଙ୍ଗଣରେ ଚାହିଁ ବସିଛନ୍ତି । ଅନ୍ୟପଟେ ଏବେବି ଏମ୍ସରେ ୮୧ଟି ମୃତଦେହ ପଡି ରହିଛି। ତେବେ ଡିଏନଏ ରିପୋର୍ଟ ଆସିବା ପରେ ସେଥି ମଧ୍ୟରୁ ୫ଟି ମୃଚଦେହକୁ ଚିହ୍ନଟ କରାଯାଇ ସେମାନଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଦ୍ବିତୀୟ ପର୍ଯ୍ୟାୟରେ ଅନ୍ୟମାନଙ୍କ ଡିଏନଏ ରିପୋର୍ଟ ଆସିବା ପରେ ଆଉ କିଛି ମୃତଦେହ ଚିହ୍ନଟ ହୋଇପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଏମ୍ସ କର୍ତ୍ତୃପକ୍ଷ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 1, 2023, 12:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.