ETV Bharat / state

Train Tragedy: ଭୁବନେଶ୍ୱର ହେବ ସମୂହ ମୃତଦେହ ଦାହ, ପ୍ରସ୍ତୁତ ଦୁଇ ମଶାଣି - ବାହାନଗା ଟ୍ରେନ ଦୁର୍ଘଟଣା

ସତ୍କାର ହେବ ବାହାନଗା ଟ୍ରେନ ଦୁର୍ଘଟଣାର ମୃତକଙ୍କ ମୃତଦେହ । ଅନ୍ତିମ ସତ୍କାର ପାଇଁ ବିଏମସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ

Train Tragedy
ବାହାନଗା ଟ୍ରେନ ଦୁର୍ଘଟଣା
author img

By

Published : Jun 30, 2023, 9:54 PM IST

Updated : Jun 30, 2023, 10:36 PM IST

ଭୁବନେଶ୍ୱର ହେବ ସମୂହ ମୃତଦେହ ଦାହ

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାକୁ ପୁରିଛି ୨୯ ଦିନ । ଏହାରି ଭିତରେ ଆସିଛି ଡିଏନଏ ଟେଷ୍ଟ ରିପୋର୍ଟ । ଗୋଟିଏ ମୃତଦେହର ଅନେକ ଦାବିଦାର ରହିଥିବା ବେଳେ DNA ଟେଷ୍ଟ ମାଧ୍ୟମରେ ପ୍ରକୃତ ଦାବିଦାରଙ୍କୁ ଚିହ୍ନଟ ପାଇଁ ଏହି ଟେଷ୍ଟ କରାଯାଇଥିଲା । ଏହାର ରିପୋର୍ଟ ଆସିବା ପରେ ପ୍ରକୃତ ଦାବିଦାରଙ୍କୁ ମୃତଦେହ ମିଳିବ । ଏନେଇ ଏମ୍ସରେ ମୃତଦେହ ଚିହ୍ନଟ ସହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ଅଚିହ୍ନା ମୃତଦେହ ଓ ଯେଉଁମାନେ ମୃତଦେହ ନେବେ ନାହିଁ ସେମାନଙ୍କର ଭୁବନେଶ୍ୱରରେ ସମୂହ ଅନ୍ତିମ ସଂସ୍କାର କରାଯିବ ।

ସମୂହ ଅନ୍ତିମ ସଂସ୍କାର ପାଇଁ ବିଏମସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରର ଭରତପୁର ଓ ସତ୍ୟନଗର ସ୍ମଶାନରେ ମୃତଦେହ ଦାହ କରାଯିବ । ଏଥିପାଇଁ ଭରତପୁର ଶ୍ମଶାନରେ ପ୍ରଦୀପ ସେବା ଟ୍ରଷ୍ଟକୁ ଦାୟିତ୍ୱ ମିଳିଥିବା ବେଳେ ବିଏମସି ପକ୍ଷରୁ ସତ୍ୟନଗରରରେ ମୃତଦେହ ଦାହ କରାଯିବ । ରିପୋର୍ଟ ଆସିବା ପରେ ପରିବାରକୁ ମୃତଦେହ ନେବା ପାଇଁ ଖବର ଦିଆଯାଇଛି । ଏଯାବତ ୫ ଜଣଙ୍କର ମୃତଦେହ ଚିହ୍ନଟ ହୋଇଛି ବୋଲି କହିଛନ୍ତି ଭୁବନେଶ୍ୱର ମେୟର । ବାହାନଗା ଟ୍ରେନ ଦୁର୍ଘଟଣାରେ ପୂର୍ବରୁ ପ୍ରାଣ ହରାଇଥିବା ୨୮୮ ଯାତ୍ରୀଙ୍କ ମଧ୍ୟରୁ ୨୦୭ଟି ମୃତଦେହ ଚିହ୍ନଟ ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରି ଦିଆଯାଇଛି l

ଏହା ମଧ୍ୟ ପଢ଼ନ୍ତୁ: ଏମ୍ସରେ ବ୍ୟବସ୍ଥିତ ଢଙ୍ଗରେ ଚାଲିଛି ମୃତଦେହ ଚିହ୍ନଟ ପ୍ରକ୍ରିୟା: ଧର୍ମେନ୍ଦ୍ର

ଏଥି ମଧ୍ୟରୁ ଏମ୍ସରେ ଥିବା ୧୨୬ ମୃତଦେହ ଦିଆଯାଇଥିବା ବେଳେ ସେଥିମଧ୍ୟରୁ ଯେଉଁ ୮୧ଟି ଅଚିହ୍ନା ମୃତଦେହ ଏମ୍ସରେ ରହିଥିଲା ସେଥିରୁ ୨୯ଟିର DNA ରିପୋର୍ଟ ଆସିଛି । ରିପୋର୍ଟ ପହଞ୍ଚିବା ପରେ ସମ୍ପର୍କୀୟ ମାନଙ୍କା ଶରୀର ହସ୍ତାନ୍ତର କରାଯିବା ଯୋଜନା କରାଯାଇଛି । ଏଥିସହ ଯେଉଁ ମାନେ ଅନେକ ଦୂରକୁ ଯିବାର ଅଛି ବା ଯେଉଁ ପରିବାରବର୍ଗ ଅନେକ ଦୂରରୁ ଆସିଛନ୍ତି ଏବଂ ମୃତଦେହ ଘରକୁ ନେବା ପାଇଁ ଅସମର୍ଥ ସେମାନଙ୍କ ପାଇଁ ଭୁବନେଶ୍ବରର ଭରତପୁର ଓ ସତ୍ୟନଗର ଶ୍ମଶାନ ସଂସ୍କାର କରାଯିବା ପାଇଁ ପ୍ରଶାସନ ପକ୍ଷରୁ ସୁବିଧା ଯୋଗାଇ ଦିଆଯାଇଛି l

ଏନେଇ ଭୁବନେଶ୍ବର ମେୟର ସୂଚନା ଦେଇ କହିଛନ୍ତି, " ସଂସ୍କାର ସମୟରେ ବିଏମସି ଅଧିକାରୀ ଉପସ୍ଥିତ ରହିବେ l ସଂସ୍କାର କାର୍ଯ୍ଯର ଦାୟିତ୍ଵ ପ୍ରଦୀପ ସେବା ଟ୍ରଷ୍ଟକୁ ଦିଆଯାଇଛି l ଟ୍ରଷ୍ଟ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୫ ଟି ଜୁଇ ଭରତପୁର ଶ୍ମଶାନରେ ପ୍ରସ୍ତୁତ କରି ରଖିଛନ୍ତି । କାଠ ସଜେଇ ପ୍ରତିଟି ଜୁଇକୁ ପ୍ରସ୍ତୁତ କରି ନିଜେ ପୋଡିବା ପାଇଁ ଟ୍ରଷ୍ଟର ୬ରୁ ଊର୍ଦ୍ଧ୍ବ ସଦସ୍ୟ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 30, 2023, 10:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.