ETV Bharat / state

ବାଣିଜ୍ୟ ଓ ପରିବହନ ବିଭାଗର ପ୍ରେସମିଟ୍‌, ଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ସ୍ଥାନରୁ ଗଡ଼ିବ ସରକାରୀ ବସ୍‌

author img

By

Published : Mar 15, 2023, 10:57 PM IST

ସଡକ ସୁରକ୍ଷାରେ ଓଡ଼ିଶାର ପଦକ୍ଷେପକୁ ସୁପ୍ରିମ କୋର୍ଟ କମିଟି ପ୍ରଶଂସା କରିଛନ୍ତି। ଲିଡ୍‌ସ ସୂଚକାଙ୍କରେ ଆଚିଭର ଗ୍ରୁପରେ ଓଡିଶା ରହିଛି । ବାଣିଜ୍ୟ ଓ ପରିବହନ ବିଭାଗର ସୂଚନା । ଅଧିକ ପଢ଼ନ୍ତୁ

ବାଣିଜ୍ୟ ଓ ପରିବହନ ବିଭାଗର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: 2023-24 ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରକୁ ଦିଆଯାଇଥିବା ବଜେଟ୍‌କୁ ନେଇ ବିଭାଗ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ କରାଯାଇଛି। ମନ୍ତ୍ରୀ ଟୁକୁନୀ ସାହୁଙ୍କ ସହ ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ ଏ ବାବଦରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି। ଏହି ସୂଚନା ମୁତାବକ ମେ 2023 ରୁ ଭୁବନେଶ୍ବର ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ବିମାନ ଉଡିବାର ସମ୍ଭାବନା ରହିଛି। ଏହି କ୍ରମରେ ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ହେବ।

ସଡକ ସୁରକ୍ଷାରେ ଓଡ଼ିଶାର ପଦକ୍ଷେପକୁ ସୁପ୍ରିମ କୋର୍ଟ କମିଟି ପ୍ରଶଂସା କରିଛନ୍ତି। ଲିଡ୍‌ସ ସୂଚକାଙ୍କରେ ଆଚିଭର ଗ୍ରୁପରେ ଓଡିଶା ରହିଛି । ସିଭିଲ ଆଭିଏସନ ନୀତି କାର୍ଯ୍ୟକାରୀ ଏବଂ ବିମାନ ବନ୍ଦର ପ୍ରତିଷ୍ଠା କରିବାରେ ରାଜ୍ୟର ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶା ଅନ୍ୟମାନଙ୍କଠାରୁ ଆଗରେ ରହିଛି। ଓଡିଶା ଏକମାତ୍ର ରାଜ୍ୟ ଭାବରେ କେନ୍ଦ୍ର ସରକାରଙ୍କ ସ୍କାର୍ପିଂ ପଲିସିକୁ ଠିକ ସମୟରେ ସ୍ବଚ୍ଛତାର ସହ କାର୍ଯ୍ୟକାରୀ କରୁଛି ।

ସେହିଭଳି ବାଣିଜ୍ୟ କ୍ଷେତ୍ରର ଉନ୍ନତି ପାଇଁ ରାଜ୍ୟରେ 14ଟି ବନ୍ଦର ପ୍ରତିଷ୍ଠା ପାଇଁ ଜାଗା ଚିହ୍ନଟ ସରିଛି । ବର୍ତ୍ତମାନ ସୁଦ୍ଧା 2ଟି କାର୍ଯ୍ୟକ୍ଷମ ଥିବା ବେଳେ ଅନ୍ୟ 2ଟି ପାଇଁ କାମ ଚାଲିଛି। ନବୀନ ଓଡିଶା- ସଶକ୍ତ ଓ ପ୍ରଗତିଶୀଳ ଓଡିଶା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରତିଶୃତିବଦ୍ଧ। ଜଳପଥ, ଜାତୀୟ ରାଜପଥ, ବନ୍ଦର, ବିମାନ ବନ୍ଦର, ରେଳପଥ ଏକାବେଳେ ଏସବୁର ସୁପରିଚାଳନା ଦାୟିତ୍ବ ଗୋଟିଏ ବିଭାଗ ପାଖରେ ରଖିବାରେ ଓଡ଼ିଶା ପ୍ରଥମ ରାଜ୍ୟ ।

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ, ଉପାନ୍ତରୁ ଉପକୂଳ, ସବୁ ପଞ୍ଚାୟତକୁ ମିଳିବ ବସ ସେବା। ଲକ୍ଷ୍ମୀ (LACCMI) ଯୋଜନାରେ ପ୍ରତ୍ୟେକ ସ୍ଥାନରେ ଲୋକଙ୍କ ପାଇଁ ସରକାରୀ ପରିବହନ ସେବା ବ୍ୟବସ୍ଥା କାରଯିବ । ଏହି କ୍ରମରେ ବାଣିଜ୍ୟ ଓ ପରିବହନ ସଚିବ ଆଜି ରାଜ୍ୟରେ ଆରମ୍ଭ ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଆନ୍ଦୋଳନ ବଦଳରେ ଡ୍ରାଇଭର ସଂଘ ଆଲୋଚନା ପାଇଁ ଆଗେଇ ଆସୁ ବୋଲି ସେ ଆହ୍ୱାନ ଦେଇଛନ୍ତି।

ଆଜି ସାରା ରାଜ୍ୟରେ ଡ୍ରାଇଭର ମହାସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ କରାଯାଇଛି । ଏହାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଆନ୍ଦୋଳନ ଯୋଗୁଁ ସାଧାରଣ ଜନ ଜୀବନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ଅତ୍ୟାବଶ୍ୟକ ପରିବହନ ସେବାକୁ ଏହି ଆନ୍ଦୋଳନକୁ ବାଦ ଦିଆଯାଇଛି । ଏହା ସତ୍ତ୍ୱେ ଅନେକ ସ୍ଥାନରେ ଡ୍ରାଇଭର ସଂଘର ଆନ୍ଦୋଳନକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.