ETV Bharat / state

ଟ୍ରାକକୁ ଫେରୁଛି ପର୍ଯ୍ୟଟନ, ବଢିବ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା

author img

By

Published : Nov 27, 2022, 7:16 AM IST

କୋଭିଡ ପରେ ଟ୍ରାକକୁ ଫେରୁଛି ଓଡିଶା ପର୍ଯ୍ୟଟନ । ଆଗାମୀ ଦିନରେ ରାଜ୍ୟରେ ବିଦେଶୀ ଓ ଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ । ବିଜେଡି ବିଧାୟକଙ୍କ ପ୍ରଶ୍ନରେ ଏହି ଉତ୍ତର ଦେଲେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର । ଅଧିକ ପଢନ୍ତୁ

ଟ୍ରାକକୁ ଫେରୁଛି ପର୍ଯ୍ୟଟନ, ବଢିବ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା
ଟ୍ରାକକୁ ଫେରୁଛି ପର୍ଯ୍ୟଟନ, ବଢିବ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା

ଭୁବନେଶ୍ବର: କୋଭିଡ ପରେ ଟ୍ରାକକୁ ଫେରୁଛି ଓଡିଶା ପର୍ଯ୍ୟଟନ । ପର୍ଯ୍ୟଟନ ସ୍ଥଳର ବିକାଶ ଓ ପର୍ଯ୍ୟଟକଙ୍କ ସୁବିଧା ଲାଗି ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଲଣ୍ଡନରେ ବିଶ୍ୱ ଟ୍ରାଭେଲ ମାର୍କେଟ ଓ ଟ୍ରାଭେଲ ବଜାର ପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଗାମୀ ଦିନରେ ବିଦେଶୀ ଓ ଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର( Minister Aswini Patra) । ଓଡିଶାରେ କେଉଁ ପର୍ଯ୍ୟଟନ ସ୍ଥଳୀକୁ ବିଦେଶୀ ପର୍ଯ୍ୟଟକ ଆସନ୍ତି ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ଭୁପିନ୍ଦର ସିଂ ।

ଉତ୍ତରରେ ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ଯେ, ''2017 ମସିହାରେ 1,00,014 ପର୍ଯ୍ୟଟକ ବିଦେଶରୁ ଓଡିଶାକୁ ଆସିଛନ୍ତି । ରାଜ୍ୟ ବାହାରୁ 56,04,828 ପର୍ଯ୍ୟଟକ ଆସିଛନ୍ତି । ସେହିପରି 2018 ମସିହାରେ ବିଦେଶରୁ ଆସିଛନ୍ତି 1,10,818 ପର୍ଯ୍ୟଟକ । ରାଜ୍ୟ ବାହାରୁ 60,83,722 ପର୍ଯ୍ୟଟକ ଆସିଛନ୍ତି । 2019 ମସିହାରେ ବିଦେଶୀ ପର୍ଯ୍ୟଟକ 1,15,128 ଓ ରାଜ୍ୟ ବାହାରୁ 61,23,382 ପର୍ଯ୍ୟଟକ ଆସିଛନ୍ତି ।

ଏହାମଧ୍ୟ ପଢନ୍ତୁ: Odisha Assembly News: ଓଡିଶା ଅଗ୍ନିଶମ ସଂଶୋଧନ ବିଲ ୨୦୨୨ ପାରିତ

2020 ମସିହାରେ ବିଦେଶରୁ ଆସିଛନ୍ତି 10,206 ପର୍ଯ୍ୟଟକ । ରାଜ୍ୟ ବାହାରୁ 18,49,066 ପର୍ଯ୍ୟଟକ ଆସିଛନ୍ତି । କୋଭିଡ଼ ଯୋଗୁଁ ବିଶେଷ ଭାବେ ପ୍ରଭାବିତ ହୋଇଥିବା 2021 ମସିହାରେ ବିଦେଶରୁ ଆସିଛନ୍ତି 2,269 ପର୍ଯ୍ୟଟକ । ଦେଶୀୟ ପର୍ଯ୍ୟଟକଙ୍କ ସଂଖ୍ୟା 14,97,078 ରହିଛି । ଅଧିକ ପର୍ଯ୍ୟଟକ ଆସୁଥିବା ପର୍ଯ୍ୟଟନ କେନ୍ଦ୍ର ହେଲା ପୁରୀ, କୋଣାର୍କ, ରାମଚଣ୍ଡୀ, ବ୍ରହ୍ମଗିରି, ଧଉଳି, ଭୁବନେଶ୍ୱର, ଖଣ୍ଡଗିରି, ଉଦୟଗିରି, ଚିଲିକା, ନନ୍ଦନକାନନ, ଚନ୍ଦନେଶ୍ୱର ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.