ETV Bharat / state

ଓଡିଶାର ପ୍ରମୁଖ ସହର ହେବ ଷ୍ଟାର୍ଟ ଅପ ହବ୍‌

author img

By

Published : Jun 1, 2019, 11:52 PM IST

ରାଜ୍ୟର ପ୍ରମୁଖ ସହରଗୁଡିକୁ ଷ୍ଟାର୍ଟଅପ ହବ୍‌ ଭାବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଏହି ଷ୍ଟାର୍ଟଅପ ହବ୍‌ ମାଧ୍ୟମରେ ରାଜ୍ୟର ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି, ବାଣିଜ୍ୟିକ ପ୍ରୋତ୍ସାହନ ଦେବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ରହିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ସହରଗୁଡିକୁ ଷ୍ଟାର୍ଟଅପ ହବ୍‌ ଭାବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଏହି ଷ୍ଟାର୍ଟଅପ ହବ୍‌ ମାଧ୍ୟମରେ ରାଜ୍ୟର ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି, ବାଣିଜ୍ୟିକ ପ୍ରୋତ୍ସାହନ ଦେବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ରହିଛି ।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଷ୍ଟାର୍ଟଅପର ପ୍ରୟୋଗ ସଂପର୍କରେ ଅନୁଧ୍ୟାନ କଲାବେଳେ ପ୍ରସ୍ତାବିତ ହବ୍ ଗୁଡିକର ବିଜନେସ୍‌ ପ୍ଲାନକୁ କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଏକ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ(ଏମଏସଏମଇ)ର ଅତିରିକ୍ତ ମୁଖ୍ୟ ସଚିବ ଏଲ.ଏନ୍‌ ଗୁପ୍ତା କହିଛନ୍ତି ଯେ, 2018ରେ ଷ୍ଟାର୍ଟଅପ ରାଙ୍କିଂରେ ଓଡିଶା ଶ୍ରେଷ୍ଠ ପ୍ରଦର୍ଶକ ଭାବେ ଉଭା ହୋଇଛି । 27ଟି ଅଂଶଗ୍ରହଣକାରୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଓଡିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରହିଛି । ଏହି ରାଙ୍କିଂରେ 38ଟି ସୂଚକାଙ୍କକୁ ଗୁରୁତ୍ବ ଦିଆଯାଇଛି । ଏଥିରେ ଯୋଜନାର ପ୍ରୟୋଗ, କ୍ୟାପିଟାଲ ଫଣ୍ଡିଙ୍ଗ୍‌ ସପୋର୍ଟ, ସିଡ୍‌ ଫଣ୍ଡିଙ୍ଗ୍‌ ସପୋର୍ଟ ଭଳି ସୂଚକାଙ୍କ ରହିଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟୋଗ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରଚାର ପ୍ରସାର ବିଭାଗ(ଡିପିଆଇଆଇଟି) ଏହାକୁ କାର୍ଯ୍ୟକାରୀ କରାଉଛି । ଓଡିଶା ଷ୍ଟାର୍ଟ ଅପ ପୋର୍ଟାଲ୍‌ ଜରିଆରେ ବର୍ତ୍ତମାନ ସୁଦ୍ଧା 592ଟି ଭେନ୍‌ଚୁଅର ପଞ୍ଜୀକୃତ ହୋଇସାରିଛି । ଯେଉଁଥିରେ 138ଟି ମହିଳାଙ୍କ ଦ୍ବାରା ପରିଚାଳିତ ଷ୍ଟାର୍ଟ ଅପ ରହିଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.