ETV Bharat / state

ଏସଟି ଓ ଏସସି ମେଡିକାଲ ଓ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଠପଢା ଖର୍ଚ୍ଚ ବହନ କରିବ ବିଭାଗ

author img

By ETV Bharat Odisha Team

Published : Sep 1, 2023, 8:46 AM IST

ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ପଢୁଥିବା ଏସଟି ଓ ଏସସି ଛାତ୍ରଛାତ୍ରୀଙ୍କ କୋର୍ସ ଫି ଫେରସ୍ତ କରାଯିବ । ଅଧିକ ପଢନ୍ତୁ

ଏସଟି ଏସସି ମେଡିକାଲ ଛାତ୍ରଛାତ୍ରୀଙ୍କ ଫି ଛାଡ
course fee free for sc and st students

ଭୁବନେଶ୍ବର: ମେଡିକାଲ ଓ ଇଞ୍ଜିନିୟରିଂ ପଢୁଥିବା ଏସଟି ଓ ଏସସି ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ପଢୁଥିବା ଏସଟି ଓ ଏସସି ଛାତ୍ରଛାତ୍ରୀଙ୍କ କୋର୍ସ ଫି ଫେରସ୍ତ କରାଯିବ । ଏମାନଙ୍କ ପାଠପଢା ଖର୍ଚ୍ଚ ଏବେ ବିଭାଗ ବହନ କରିବ । ପାଠପଢା ଖର୍ଚ୍ଚ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ବହନ କରାଯିବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ସଚିବ ।

ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ସମସ୍ତ ଏସଟି ଓ ଏସସି ଛାତ୍ରଛାତ୍ରୀଙ୍କୁ ଫି ଫେରସ୍ତ କରିବ ବିଭାଗ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା (ଏମଏମସିପିୱାଇ)ରେ ରାଜ୍ୟ ବଜେଟରୁ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏମଏମସିପିୱାଇ ଅଧୀନରେ ଏମବିବିଏସ ଏବଂ ଇଞ୍ଜିନିୟରିଂ (ବି-ଟେକ୍, ଏମ-ଟେକ୍) ପାଠ୍ୟକ୍ରମ ମାଗଣାରେ ପ୍ରଦାନ କରାଯାଉଛି । ସରକାରୀ ଅନୁଷ୍ଠାନରେ ପଢୁଥିବା ଯୋଗ୍ୟ ଏସଟି ଏବଂ ଏସସି ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ଅବଧିର ସମ୍ପୂର୍ଣ୍ଣ କୋର୍ସ ଫି ଅନ୍ତର୍ଭୁକ୍ତ ହେବ ।

ଏହା ବି ପଢନ୍ତୁ...ଉପେକ୍ଷିତ ସମ୍ବଲପୁର ଓଡିଶା ହୋମିଓପାଥି କଲେଜ, 21ବର୍ଷ ହେଲା ବାହାରୁନି ନୂତନ ପଦବୀ

କୋର୍ସ ଫି'ରେ ନାମଲେଖା ଦେୟ/ସିଟ୍ ଗ୍ରହଣ ଦେୟ, ପ୍ରାରମ୍ଭିକ ଜମା, ବାର୍ଷିକ ପାଠ୍ୟକ୍ରମ ଫି (ଟ୍ୟୁସନ୍ ଫି' ଏବଂ ଅନୁଷ୍ଠାନକୁ ସମସ୍ତ ବାଧ୍ୟତାମୂଳକ ଦେୟ ), ହଷ୍ଟେଲ ନାମଲେଖା ଦେୟ ଏବଂ ବାର୍ଷିକ ହଷ୍ଟେଲ/ମେସ୍ ଚାର୍ଜ ଏବଂ ପାଠପଢ଼ା ପାଇଁ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଯଥା ବହି/ଅଧ୍ୟୟନ ସାମଗ୍ରୀ କୋଚିଂ/ଟ୍ୟୁଟୋରିଆଲ୍ ଖର୍ଚ୍ଚ ଏଥିରେ ଅନ୍ତର୍ଭୁକ୍ତ ହୋଇ ରହିବ । ଅନୁଷ୍ଠାନର ଡିନ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାକ୍ଷରିତ ଏ ସମସ୍ତ ଖର୍ଚ୍ଚକୁ ଏହି ଯୋଜନା ଅଧୀନରେ ଭରଣା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପଠାଯିବ ।

୨୦୨୩-୨୪ ମସିହାରୁ ଏହି ବିଭାଗକୁ ସମସ୍ତ ଯୋଗ୍ୟ ଏସଟି ଓ ଏସସି ଛାତ୍ରଛାତ୍ରୀଙ୍କ ଉପରୋକ୍ତ ଆବଶ୍ୟକତା ପଠାଯିବ । ସୂଚନା ଅନୁଯାୟୀ ସମସ୍ତ ପାଠପଢା ଖର୍ଚ୍ଚ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ତରଫରୁ ବହନ କରାଯିବ ବୋଲି କମିଶନର-ତଥା ଶାସନ ସଚିବ ରୂପା ରୋଶନ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.