ETV Bharat / state

ଓଡ଼ିଶାରେ କାର୍ଯ୍ୟକାରୀ ହେବ ମାର୍କେଟ ୟାର୍ଡ

author img

By

Published : May 9, 2023, 7:28 AM IST

କୃଷିଜାତ ଦ୍ରବ୍ୟର ଅବାଧ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶାରେ କାର୍ଯ୍ୟକାରୀ ହେବ ମାର୍କେଟ ୟାର୍ଡ । ଅଧିକ ପଢନ୍ତୁ

ଓଡ଼ିଶାରେ କାର୍ଯ୍ୟକାରୀ ହେବ ମାର୍କେଟ ୟାର୍ଡ
ଓଡ଼ିଶାରେ କାର୍ଯ୍ୟକାରୀ ହେବ ମାର୍କେଟ ୟାର୍ଡ

ଭୁବନେଶ୍ବର: ଓଡ଼ିଶାରେ କାର୍ଯ୍ୟକାରୀ ହେବ ଜାତୀୟ ଗୁରୁତ୍ବ ଥିବା ମାର୍କେଟ ୟାର୍ଡ । କୃଷିଜାତ ଦ୍ରବ୍ୟର ଅବାଧ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ବେଙ୍ଗାଲୁରୁରେ ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ କର୍ଣ୍ଣାଟକ, ଉତ୍ତରପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ବିହାର ଓ ଓଡ଼ିଶାରେ ଏହି ମାର୍କେଟ ୟାର୍ଡ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ପ୍ରସ୍ତାବର ସଫଳ କାର୍ଯ୍ୟାନ୍ବୟନ ପାଇଁ କାର୍ଯ୍ୟ ଢାଞ୍ଚା ସୁପାରିଶ କରିବାର ଦାୟିତ୍ବ ବିଶେଷଜ୍ଞ କମିଟି ଉପରେ ନ୍ୟସ୍ତ କରାଯାଇଛି । ଏ ବାବଦରେ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡର ସଦସ୍ୟ ସଚିବ ତଥା ବିଶେଷଜ୍ଞ କମିଟିର ସଦସ୍ୟ ସଂଜୀବ କୁମାର ଚଢ଼ା ସୂଚନା ଦେଇଛନ୍ତି ।

ଓଡ଼ିଶାରେ କାର୍ଯ୍ୟକାରୀ ହେବ ମାର୍କେଟ ୟାର୍ଡ
ଓଡ଼ିଶାରେ କାର୍ଯ୍ୟକାରୀ ହେବ ମାର୍କେଟ ୟାର୍ଡ

କୃଷକ ସମ୍ପ୍ରଦାୟର ନିରନ୍ତର କଲ୍ୟାଣସାଧନ ନିମନ୍ତେ ଭାରତ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । କୃଷିକ୍ଷେତ୍ରର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାଗୁଡ଼ିକର ବିକେନ୍ଦ୍ରୀକରଣ ପୂର୍ବକ ରାଜ୍ୟ ସରକାରମାନଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯାଇଛି । ସେମାନେ ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରକଳ୍ପ ପରିକଳ୍ପନା ସାଙ୍ଗକୁ ସେସବୁ କାର୍ଯ୍ୟକାରୀ କରୁଛନ୍ତି । ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ କୃଷି ଓ କୃଷକ କଲ୍ୟାଣ ବିଭାଗ ଦ୍ବାରା ଏହି ବିଶେଷଜ୍ଞ କମିଟି ଗଠିତ ହୋଇଛି । ଗୁଣବତ୍ତା, ପରିମାଣ ଏବଂ ପାରଦର୍ଶୀ ମୂଲ୍ୟ ନିରୁପଣ ବ୍ୟବସ୍ଥା ଉପରେ ଆଧାରିତ ଏକ ବରାଦ ଚାଳିତ ବାଣିଜ୍ୟ ପ୍ରତିଷ୍ଠା ଦିଗରେ ଏହି ମାର୍କେଟ ୟାର୍ଡ ପ୍ଲାଟଫର୍ମ କାର୍ଯ୍ୟ କରିବ ।

ଓଡ଼ିଶାରେ କାର୍ଯ୍ୟକାରୀ ହେବ ମାର୍କେଟ ୟାର୍ଡ
ଓଡ଼ିଶାରେ କାର୍ଯ୍ୟକାରୀ ହେବ ମାର୍କେଟ ୟାର୍ଡ

ମୌଳିକ ଆପଦ ପରିଚାଳନା ଓ ସମନ୍ବିତ ଲଜିଷ୍ଟିକ୍ ନୀତି ଏଥିରେ ଅନ୍ତର୍ଭୁକ୍ତ ହେବ । ଆନ୍ତଃ ଜିଲ୍ଲା ଓ ଆନ୍ତଃ ରାଜ୍ୟ କ୍ରେତାଙ୍କ ବିକାଶ ଉପରେ ଏହା ଗୁରୁତ୍ବାରୋପ କରିବ । ଲଟ ସାଇଜ, ଗୁଣବତ୍ତାମାନକ ଏବଂ ବଜାର ନିୟମଗୁଡ଼ିକ ସ୍ଥାନ ଓ ଋତୁ ଅନୁଯାୟୀ ପରିବର୍ତ୍ତନ କରାଯିବ । ଏକ ସ୍ବଚ୍ଛ ମୂଲ୍ୟ ନିରୁପଣ ବ୍ୟବସ୍ଥାକୁ ମଜଭୁତ କରିବା ଏବଂ ଏକ ସମନ୍ବିତ ବିତରଣ ମଡେଲ୍‌ ସହାୟତାରେ କୃଷକମାନଙ୍କ ଉତ୍ପାଦଗୁଡ଼ିକ ଆନ୍ତଃଜିଲ୍ଲା ଏବଂ ଆନ୍ତଃରାଜ୍ୟ କ୍ରେତାଙ୍କ ନିକଟରେ ପହଞ୍ଚାଯାଇ ପାରିବ । ଆନ୍ତଃରାଜ୍ୟ ବାଣିଜ୍ୟକୁ ସୁଗମ କରିବା ପାଇଁ କୃଷିଜାତ ଦ୍ରବ୍ୟର ଗୁଣବତ୍ତା ନିର୍ଦ୍ଧାରଣ ଅତ୍ୟାବଶ୍ୟକ ।

ଏହାଦ୍ବାରା ଦୂରରେ ଥିବା ବ୍ୟବସାୟୀମାନେ ପ୍ଲାଟଫର୍ମରେ ପ୍ରଦତ୍ତ ଗୁଣବତ୍ତା ମାନକଗୁଡ଼ିକୁ ଆଧାର କରି ସମୁଚିତ ନିଷ୍ପତ୍ତି ନେଇପାରିବେ । ସେମାନଙ୍କର ମୂଲ୍ୟ ପ୍ରଦାନ କରିପାରିବେ । ଏହି ପ୍ରକ୍ରିୟାକୁ ସ୍ବୟଂଚାଳିତ କରିବା ଏବଂ ପ୍ରଦର୍ଶନ ପାଇଁ ଇଲେକ୍ଟ୍ରୋନିକ ପ୍ଲାଟଫର୍ମରେ ଫଳାଫଳର ଅବାଧ ଓ ତୃଟିଶୂନ୍ୟ ଉପସ୍ଥାପନା ଏ ସମ୍ବନ୍ଧୀୟ ବିବିଧ ଆହ୍ବାନର ସଫଳ ସମାଧାନ କରିପାରିବ । ଆମ ରାଜ୍ୟରେ କପା, ମକା, ଅଦା ଓ ଲଙ୍କା କ୍ଷେତ୍ରରେ ଜାତୀୟ ଗୁରୁତ୍ବ ବହନ କରୁଥିବା ମାର୍କେଟ୍‌ ୟାର୍ଡ ପ୍ଲାଟଫର୍ମ ବ୍ୟବସ୍ଥା ପ୍ରଥମ ପର୍ଯ୍ୟାୟରେ ଲାଗୁ ହେବ । ବୈଠକ ଶେଷ ପରେ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଏନେଇ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.