ETV Bharat / state

ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ, ରାଉରକେଲାରୁ ଭୁବନେଶ୍ୱରକୁ ସଂଯୋଗ କରିବ

author img

By

Published : Aug 14, 2023, 3:42 PM IST

ଖୁବଶୀଘ୍ର ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ରାଉରକେଲାରୁ ଭୁବନେଶ୍ୱର ଯାଏଁ ଚଳାଚଳ କରିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଅଧିକ ପଢ଼ନ୍ତୁ

vande bharat express
ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ବର: ଖୁବଶୀଘ୍ର ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ରାଉରକେଲାରୁ ଭୁବନେଶ୍ବରକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ । ଏନେଇ ଭୁବନେଶ୍ୱରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି । ଦ୍ୱିତୀୟ ବନ୍ଦେ ଭାରତ ପାଇଁ ରୁଟ୍ ଚାର୍ଟ ପ୍ରସ୍ତୁତି ସରିଛି । ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଟି ଯେଉଁ ରୁଟରେ ଚଳାଚଳ କରିବ ତାହା ନିଷ୍ପତ୍ତି ନିଆଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ତାଳଚେରକୁ ଯୋଡ଼ିବ ଏହି ଟ୍ରେନ । ଏହାର କାମ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ମେ'ରେ ଗଡ଼ିଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ: ଚଳିତ ବର୍ଷ ଗତ ମେ' ମାସ ୧୮ ତାରିଖରେ ରାଜ୍ୟରେ ଗଡ଼ିଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଭର୍ଚ୍ଚୁଆଲ ମୋଡ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଶୁଭାରମ୍ଭ କରିଥିଲେ । ଏହି ସେମି ହାଇସ୍ପିଡ ଟ୍ରେନଟି ପୁରୀରୁ ହାୱଡା ମଧ୍ୟରେ ଚଳାଚଳ ଆରମ୍ଭ କରିଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ । ସେତେବେଳେ ବନ୍ଦେ ଭାରତ ଲୋକାର୍ପଣ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଓଡ଼ିଶା ପକ୍ଷରୁ କେତେକ ଦାବି ରଖାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଦାବି କରିଥିଲେ । ପୁରୀରୁ ରାଉରକେଲା ଓ ଭୁବନେଶ୍ୱରରୁ ହାଇଦ୍ରାବାଦ । ସେହିପରି ଅନୁଗୋଳରୁ ସୁକିନ୍ଦା ଓ ପାରାଦୀପରୁ ହରିଦାସପୁର ରେଳ ଲାଇନରେ ପାସେଞ୍ଜର୍‌ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ।
ଏହା ମଧ୍ୟ ପଢ଼ନ୍ତୁ: ବାହାନଗା ରେଳ ଷ୍ଟେସନରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ

ବନ୍ଦେ ଭାରତ ଏକ୍ସପ୍ରେସରେ ରହିଛି ଏହି ସମସ୍ତ ସୁବିଧା: ଏହି ଟ୍ରେନ୍‌ ରେଳଯାତ୍ରୀଙ୍କୁ ଦ୍ରୁତ, ଆରାମ ଦାୟକ ଏବଂ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବ । ପର୍ଯ୍ୟଟନକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳର ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ । ବନ୍ଦେ ଭାରତ ଟ୍ରେନ୍‌ ପାଖାପାଖି ୫୦୦ କିଲୋମିଟର ଦୂରତା ସାଢ଼େ ୬ ଘଣ୍ଟାରେ ଅତିକ୍ରମ କରିବାର ସାମର୍ଥ୍ୟ ରହିଛି । ସାଧାରଣ ଟ୍ରେନ୍‌ ତୁଳନାରେ ଏହା ବେଶ ଆରାମଦାୟକ ଅଟେ । ଏହି ଟ୍ରେନର ସବୁ କୋଚ୍ ଏସି ରହିଛି । ଟ୍ରେନରେ ଜିପିଏସ ଓ ଫାୟାର୍ ସେନ୍ସର ଲଗାଯାଇଛି । ୱାଇଫାଇ ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଖାଦ୍ୟପାନୀୟ ପାଇଁ ଡିପ ଫ୍ରିଜର ରଖାଯାଇଛି । ଯାତ୍ରୀଙ୍କ ପାଖରେ ରହିଛି ମୋବାଇଲ୍ ଚାର୍ଜିଂ ପଏଣ୍ଟ । ଲଗେଜ ରଖିବା ପାଇଁ ମଡ୍ୟୁଲାର ରାକ୍ ମଧ୍ୟ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.