ETV Bharat / state

ଫିକା ପଡିବ ଗଣେଶ ପୂଜା; ଆହୁରି 24 ଘଣ୍ଟା ବର୍ଷା - ରାଜ୍ୟ

ରାଜ୍ୟକୁ ପୁଣି ଘାରିଛି ବର୍ଷା ଚିନ୍ତା । ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 1, 2019, 8:02 PM IST

ଭୁବନେଶ୍ବର: ରାଜ୍ୟକୁ ପୁଣି ଘାରିଛି ବର୍ଷା ଚିନ୍ତା । ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ । ଏଥିସହ ଆଗାମୀ 48 ଘଣ୍ଟା ମଧ୍ୟରେ ସୃଷ୍ଟ ଲଘୁଚାପ ସକ୍ରିୟ ହୋଇ ୱାଲ ମାର୍କରେ ପରିଣତ ହେବା ନେଇ ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର, ମାଲକାନଗିରି, ରାୟଗଡା, କନ୍ଧମାଳ, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ପୁରୀରେ ପ୍ରବଳ ବର୍ଷା ହେବା ସହ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

ଅନ୍ୟପଟେ ସୋମବାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ଅତି ପ୍ରବଳ ବର୍ଷା ଏବଂ ବଲାଙ୍ଗୀର, ବରଗଡ, ସମ୍ବଲପୁର, ଢେଙ୍କାନାଳ, ଅନୁଗୋଳ, ସୋନପୁର, କଳାହାଣ୍ଡି, ବୌଦ୍ଧ, କଟକ, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡା, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୂଦ୍ର ଭିତରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପାଣିପାଗ ସୂଚନା

Body:ରାଜ୍ୟରେ ଲଘୁଚାପ ।ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପ।,୪୮ ଘଣ୍ଟାରେ ଅଧିକ ସକ୍ରିୟ ହେବ।ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଅଦନ୍ତ ୨୪ ଘଣ୍ଟା ଭିତରେ ଲଘୁଚାପ ରୂପ ନେବାକୁ ଯାଉଛି।ଏହା ସହ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ସକ୍ରିୟ ହୋଇ ୱାଲ ମାର୍କରେ ପରିଣତ ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ନବରଙ୍ଗପୁର,ମାଲକାନଗିରି,ରାୟଗଡା,କନ୍ଧମାଳ,ଗଜପତି,ଗଂଜାମ,କଳାହାଣ୍ଡି ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ସହ ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।ଆସନ୍ତା କାଲି କୋରାଳୁତ,ମାଲକାନଗିରି,ନବରଙ୍ଗପୁର,କଳାହାଣ୍ଡି ଓ କନ୍ଧମାଳରେ ଅତି ପ୍ରବଳ ବର୍ଷା ଏବଂ ବଲାଙ୍ଗୀର,ବରଗଡ଼,ସମ୍ବଲପୁର,ଢେଙ୍କାନାଳ,ଅନୁଗୁଲ,ସୋନପୁର,କଳାହାଣ୍ଡି,ବୌଦ୍ଧ,କଟକ,ମୟୁରଭଞ୍ଜ, କେଓଁଝର,ରାୟଗଡା,ପୁରୀ,ଖୋର୍ଦ୍ଧା ଜଗତସିଂହପୁର ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।ଆସନ୍ତା ଦୁଇ ଦିନ ପାଇଁ ସମୁଦ୍ର ଭିତରକୁ ନଯିବାକୁ ମସ୍ୟଜୀବୀମାନଙ୍କୁ ବାରଣ କରିଛି ପାଣିପାଗ ବିଭାଗ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.