ETV Bharat / state

ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ୬୬ତମ ପ୍ରତିଷ୍ଠା ଦିବସ ପାଳିତ - ଓଡ଼ିଶା ପଣ୍ୟାଗାର ନିଗମର ୬୬ତମ ପ୍ରତିଷ୍ଠା ଦିବସ

ପାନ୍ଥନିବାସ ଠାରେ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ୬୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଅଧିକ ପଢନ୍ତୁ

ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

author img

By

Published : Mar 22, 2023, 11:02 AM IST

ଭୁବନେଶ୍ବର: ରାଜ୍ୟ ପଣ୍ୟାଗାର ନିଗମର ୬୬ତମ ପ୍ରତିଷ୍ଠା ଦିବସ ଭୁବନେଶ୍ବର ପାନ୍ଥନିବାସ ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଣ୍ୟାଗାର ନିଗମର ଭବିଷ୍ୟତରେ ହେବାକୁ ଥିବା ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡ଼କର ସମୀକ୍ଷା କରାଯାଇଥିଲା । ୧୯୫୮ ମସିହାରେ ମାତ୍ର ୫୦୦ ମେଟ୍ରିକ୍ ଟନ ଗୋଦାମ ଘରୁ ଏହି ନିଗମ କାର୍ଯ୍ୟ ଆରମ୍ଭ କରିଥିବାବେଳେ ଏବେ ୫ ଲକ୍ଷ ୨୧ ହଜାର ୪୦୦ ମେଟ୍ରିକ୍ ଟନ କ୍ଷମତା ବିଶିଷ୍ଟ ଗୋଦାମ ଘର ପରିଚାଳନା କରୁଛି । ବର୍ତ୍ତମାନ ରାଜ୍ୟରେ ସମୁଦାୟ ୬୮ଟି ଗୋଦାମ ରହିଛି । ଆଗାମୀ ଦିନମାନଙ୍କରେ ୫-ଟି ଆଧାରରେ ଏହି ଗୋଦାମ ଗୁଡ଼ିକର ବିକାଶ କରାଯିବା ସହ ଷ୍ଟକ ବଢାଯିବା ପାଇଁ ସ୍ଥିର କରାଯାଇଛି ବୋଲି ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢାଇ କହିଛନ୍ତି ।

ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ୬୬ତମ ପ୍ରତିଷ୍ଠା ଦିବସ ପାଳିତ
ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

ସେହିପରି ୫-ଟି ମନ୍ତ୍ରର ସଦୁପଯୋଗ କରି ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମକୁ ରାଜ୍ୟର ସର୍ବୋତ୍କୃଷ୍ଟ ନିଗମର ମାନ୍ୟତା ଦେବା ପାଇଁ ନିଗମର ଅଧିକାରୀ ଓ କର୍ମଚାରୀମାନେ ସଂକଳ୍ପବଦ୍ଧ ହୁଅନ୍ତୁ ବୋଲି ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆହ୍ୱାନ କରିଛନ୍ତି । ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଆଜି ରାଜ୍ୟର ୩୦ଟି ଜିଲ୍ଲାର ୬୮ଟି ସ୍ଥାନରେ ୫ ଲକ୍ଷ ୨୧ ହଜାର ୪୦୦ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ ଗୋଦାମଘର ପରିଚାଳନା କରିବା ଗୌରବର ବିଷୟ । ଏହା ନିଗମରେ କାର୍ଯ୍ୟରତ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀଙ୍କ ନିଷ୍ଠାପର ଅବଦାନ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ନିଗମକୁ ସ୍କଚ୍ ଅର୍ଡର ଅଫ୍ ମେରିଟ୍‌-୨୦୨୨ରେ ସମ୍ମାନିତ କରାଯିବା ନିଗମ ପାଇଁ ସମ୍ମାନର ବିଷୟ । ୮୦ ଦଶକ ପର୍ଯ୍ୟନ୍ତ ଓଡ଼ିଶା ଅଭାବୀ ରାଜ୍ୟ ଭାବେ ପରିଗଣିତ ହେଉଥିଲା । ଆଜି ଖାଦ୍ୟଶସ୍ୟ ଉତ୍ପାଦନରେ ଆମେ ବଳକା ରାଜ୍ୟ । ୫ ଥର କୃଷିକର୍ମଣ ପୁରସ୍କାର ମିଳିସାରିଛି । ଧାନ ସଂଗ୍ରହରେ ଓଡ଼ିଶା ଦେଶରେ ସବୁଠୁ ଆଗରେ ଅଛି । ଖାଦ୍ୟ ସୁରକ୍ଷା ଯୋଜନାରେ ଆମେ କୃତିତ୍ୱ ଅର୍ଜନ କରି ପ୍ରଶଂସା ସାଉଁଟିଛୁ । ପ୍ରଚୁର ଖାଦ୍ୟଶସ୍ୟ ଉତ୍ପାଦନ ଯେତିକି ଜରୁରୀ ତା’ର ସମୁଚିତ ସଂରକ୍ଷଣ ତାହା ଠାରୁ ଅଧିକ ଆବଶ୍ୟକ । ରାଜ୍ୟ ପଣ୍ୟାଗାର ନିଗମ ସେହି ମହତ୍ତ୍ୱପୂର୍ଣ୍ଣ ଭୂମିକା ସୁଚାରୁରୂପେ ନିର୍ବାହ କରିଚାଲିଛି ।

ତେବେ ପଣ୍ୟାଗାର ନିଗମର ୬୮ଟି ଗୋଦାମଘର ଯଥେଷ୍ଟ ନୁହେଁ ଆହୁରି ଅଧିକ ଗୋଦାମ ଘରର ବ୍ୟବସ୍ଥା ହେବା ଦରକାର । ଗୋଦାମ ଗୁଡ଼ିକ ଯେପରି ନିଗମ ପାଇଁ ଲାଭଜନକ ହେବ ସେ ଦିଗରେ ସମସ୍ତେ ଦୃଷ୍ଟି ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, ପଣ୍ୟାଗାରଗୁଡ଼ିକର ପରିଚାଳନା ଓ ଆନୁଷଙ୍ଗିକ କାର୍ଯ୍ୟକୁ କମ୍ପ୍ୟୁଟରୀକରଣ ମାଧ୍ୟମରେ ସ୍ୱଚ୍ଛ ଓ କ୍ରିୟାଶୀଳ କରିବା ପାଇଁ ୱେୟାର ହାଉସ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌ କାର୍ଯ୍ୟକାରୀ କରାଯାଉଛି । ଏହାଦ୍ୱାରା ଗୋଦାମ ଘର ଗୁଡ଼ିକରେ ଗଚ୍ଛିତ ଦ୍ରବ୍ୟର ଦେଣନେଣ, ସଂରକ୍ଷଣ, ଗୁଣବତ୍ତା ନିୟନ୍ତ୍ରଣ, ଷ୍ଟକର ଯାଞ୍ଚ ପ୍ରକ୍ରିୟା ଦ୍ୱରାନ୍ୱିତ କରାଯାଇଛି । ଏଥିପାଇଁ ନିଗମକୁ ସ୍କଚ୍‌ ଅର୍ଡର ଅଫ୍‌ ମେରିଟ୍‌-୨୦୨୨ରେ ସମ୍ମାନିତ କରାଯାଇଛି ।

କେନ୍ଦ୍ର ସରକାର ଅଧିନସ୍ଥ ଗୋଦାମ ଗୃହ ବିକାଶ ଏବଂ ନିୟାମକ ପ୍ରାଧିକରଣ. ଡବ୍ଲୁ.ଡି.ଆର୍‌.ଏ.ରେ ପଞ୍ଜୀକରଣ ପାଇଁ ଆବେଦନ କରାଯାଇଥିବା ୫୧ଟି ଗୋଦାମ ମଧ୍ୟରୁ ୪୦ଟି ଗୋଦାମ ପଞ୍ଜୀକୃତ ହୋଇଛି । ଗୋଦାମ ଗୁଡ଼ିକର ପଞ୍ଜୀକରଣ ବ୍ୟବସାୟିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ଏବଂ କୃଷକ ବା ଜମାକାରୀମାନେ ଗଚ୍ଛିତ ଶସ୍ୟ ପାଇଁ ହସ୍ତାନ୍ତର ଯୋଗ୍ୟ ପଣ୍ୟାଗାର ରସିଦ ମାଧ୍ୟମରେ ବ୍ୟାଙ୍କରୁ ଋଣର ସୁବିଧା ପାଇପାରିବେ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତୀୟ ଖାଦ୍ୟ ନିଗମ, ଓଡ଼ିଶା ଶାଖାର ସାଧାରଣ ପରିଚାଳକ ବି.ପି. ସିଂ, ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢ଼େଇ, ସମବାୟ ସମିତି ନିବନ୍ଧକ ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍‌ର ପରିଚାଳନା ନିର୍ଦ୍ଦେଶକ ଡ. ଉଦ୍ଧବ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.