ETV Bharat / state

ସ୍ଵତନ୍ତ୍ର ଶିକ୍ଷକଙ୍କୁ ଅଣଦେଖା, ନିଯୁକ୍ତି ଅପେକ୍ଷାରେ ୬ ହଜାର ଆଶାୟୀ - ସ୍ବତନ୍ତ୍ର ଶିକ୍ଷକ

ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ ଲାଗି ରାଜ୍ୟରେ ସ୍ବତନ୍ତ୍ର ଶିକ୍ଷକ ଆବଶ୍ୟକ । ହେଲେ ରାଜ୍ୟ ସରକାର ଏମାନଙ୍କୁ ଅଣଦେଖା କରିଥିବା ବେଳେ ସଂଘ ରାଷ୍ଟ୍ରପତିଙ୍କୁ ଭେଟିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 3, 2023, 4:58 PM IST

ନିଯୁକ୍ତି ଅପେକ୍ଷାରେ ୬ ହଜାର ଆଶାୟୀ

ଭୁବନେଶ୍ବର: ରାଜ୍ୟରେ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଶିକ୍ଷା ପାଇଁ ସ୍ବତନ୍ତ୍ର ଶିକ୍ଷକ ଆବଶ୍ୟକ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ମଧ୍ୟ ରାଜ୍ୟ ସରକାର ନିଯୁକ୍ତି ନେଇ କୌଣସି ଆନ୍ତରିକତା ଦେଖାଉ ନାହାନ୍ତି । ତେବେ ନିର୍ଦ୍ଦେଶକୁ ଦୀର୍ଘ ୨୦ ମାସ ବିତିଯାଇଥିଲେ ମଧ୍ୟ ନିଯୁକ୍ତି ପାଇଁ ପ୍ରକାଶ ପାଇନାହିଁ ବିଜ୍ଞପ୍ତି । ଏନେଇ ମହାମହିମ ରାଷ୍ଟ୍ରପତିଙ୍କୁ OSEFD ସଂଘ ଭେଟି ନିଯୁକ୍ତି ପାଇଁ ଅନୁରୋଧ କରିଛନ୍ତି ।

ରାଷ୍ଟ୍ରପତିଙ୍କ ସହ ଆଲୋଚନା ପରେ ସମସ୍ୟା ସମାଧାନ ଲାଗି ବେଶ ଆଶାବାଦୀ ଅଛି ସଂଘ । ରାଜ୍ୟରେ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ୨୦୨୧ ମସିହା ଅକ୍ଟୋବର ୨୮ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ତେବେ ସୁପ୍ରିମକୋର୍ଟ ଶୁଣାଣି କରି କହିଥିଲେ ଯେ, ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଲେଖାଏଁ ସ୍ବତନ୍ତ୍ର ଶିକ୍ଷକ ଓ ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇବା ଆବଶ୍ୟକ ।

ଏହା ବି ପଢନ୍ତୁ- ନିଯୁକ୍ତି ପାଇଁ ଅଭିନବ ପ୍ରତିବାଦ, ରାଜଧାନୀରେ ବସିଲା ବେକାରୀ ହାଟ

ଯଦି ଗୋଟେ ବିଦ୍ୟାଳୟରେ ଗୋଟିଏ ବି ଭିନ୍ନକ୍ଷମ ପିଲା ଅଛି ସେଠି ଜଣେ ସ୍ବତନ୍ତ୍ର ଶିକ୍ଷକ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ନିର୍ଦ୍ଦେଶକୁ ଦୀର୍ଘ ୨୦ ମାସ ବିତିଯାଇଥିଲେ ମଧ୍ୟ ରାଜ୍ୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ବାହାରି ନାହିଁ। ଅନ୍ୟପଟେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା କେସ ହୋଇଥିବା ସତ୍ତ୍ବେ ମଧ୍ୟ ତାହାକୁ ରାଜ୍ୟ ସରକାର କାର୍ଯକାରୀ କରିନାହାନ୍ତି । ତେବେ ଗତ ଜୁଲାଇ ୨୫ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଥିଲେ । ଏହି ସମୟରେ ସଂଘର ରାଜ୍ୟ ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୌଧୁରୀ ତାଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି ।

ଏହା ବି ପଢନ୍ତୁ- ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବର୍ଷେ: ମିଳିଲାନି ନିଯୁକ୍ତି, କେକ୍‌ କାଟି ସ୍ୱତନ୍ତ୍ର ଶିକ୍ଷକଙ୍କ ଅଭିନବ ପ୍ରତିବାଦ

ଆଲୋଚନା ସମୟରେ ଏ ବାବଦରେ ରାଜ୍ୟ ସରକାରଙ୍କୁ ଚିଠି କରିବେ ବୋଲି ରାଷ୍ଟ୍ରପତି ସଂଘକୁ ପ୍ରତିଶ୍ରୁତି ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟରେ କାର୍ଯ୍ୟକାରୀ କରି ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ବାହାରିବା ପାଇଁ ଆଲୋଚନା କରିବା ସହ ଅନୁରୋଧ ମଧ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସାଧାରଣ ବିଦ୍ୟାଳୟରେ ୧ ଲକ୍ଷ ୪୬ ହଜାର ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରୁଛନ୍ତି।

ସେହି ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ଦାନ କରିବା ପାଇଁ ଭାରତୀୟ ପୁନର୍ବାସ ପରିଷଦରେ ଓଡ଼ିଶାର ୬୦୦୦ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନାମ ପଞ୍ଜିକରଣ କରି ବେରୋଜଗାରୀ ହୋଇ ଅଛନ୍ତି। ତେବେ ରାଜ୍ୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେଲେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନେ ଉତ୍ତମ ଶିକ୍ଷା ପାଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ବୋଲି ସଂଘ ଆଶାବ୍ୟକ୍ତ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.