ETV Bharat / state

ପୁଷ୍ଟିହୀନତା ରୋକିବାରେ ଉଦାହରଣ ସୃଷ୍ଟି କରିଛି ଓଡିଶା: ଖାଦ୍ୟ କମିଶନ ଅଧ୍ୟକ୍ଷ - ପୁଷ୍ଟିହୀନତା ରୋକିବାରେ ଓଡିଶା ଉଦାହରଣ

କ୍ୟାରିଟାସ ଇଣ୍ଡିଆ ପକ୍ଷରୁ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆୟୋଜିତ । ପୁଷ୍ଟିହୀନତା ରୋକିବାରେ ଓଡିଶା ଉଦାହରଣ ସୃଷ୍ଟି କରିଛି କହିଲେ ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ । ଅଧିକ ପଢନ୍ତୁ

କ୍ୟାରିଟାସ ଇଣ୍ଡିଆର ଦୁଇ ଦିନିଆ ଜାତୀୟ ସମ୍ମିଳନୀ

author img

By ETV Bharat Odisha Team

Published : Dec 2, 2023, 10:31 AM IST

ଭୁବନେଶ୍ବର: ନୂଆଦିଲ୍ଲୀରେ କ୍ୟାରିଟାସ ଇଣ୍ଡିଆ ପକ୍ଷରୁ ଆୟୋଜିତ ହୋଇଛି ଦୁଇ ଦିନିଆ ଜାତୀୟ ସମ୍ମିଳନୀ । ଏଥିରେ ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ପୁଷ୍ଟିସାଧନ କ୍ଷେତ୍ରରେ ତ୍ଵରିତ କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ଦ୍ଵାରା ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଏହି ଅବସରରେ ଖାଦ୍ୟ କମିଶନ ଅଧ୍ୟକ୍ଷ କହିଛନ୍ତି ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ରାଜ୍ୟ ପାଇଁ ଧାର୍ଯ୍ୟ ଥିବା ଲକ୍ଷ୍ୟ ୩.୨୭ କୋଟି ତୁଳନାରେ ୩.୨୩ କୋଟି ଲୋକଙ୍କୁ ସାମିଲ କରିବାରେ ଓଡ଼ିଶା ସରକାର ସଫଳ ହୋଇଛନ୍ତି । ଗର୍ଭବତୀ ମହିଳା ଓ ପ୍ରସୂତି ମାଆମାନଙ୍କ ଉପଯୁକ୍ତ ପୁଷ୍ଟି ସାଧନ କ୍ଷେତ୍ରରେ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସହ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । ଯାହାର ସଫଳ ରୂପାୟନ ଫଳରେ ରାଜ୍ୟରେ ଶିଶୁ ଓ ପ୍ରସୂତି ମହିଳା ମୃତ୍ୟୁହାର କମିବାରେ ଲାଗିଛି । ଶିଶୁମାନଙ୍କୁ ମାଆ କ୍ଷୀର ପାନ ଦିଗରେ ସଚେତନତା ସୃଷ୍ଟି କରାଯାଉଛି । ଏହା ଦ୍ବାରା ରାଜ୍ୟରେ ଶିଶୁଙ୍କ ପୁଷ୍ଟିହୀନତା ଓ ଗେଡ଼ାପଣ ରୋକିବାରେ ଓଡ଼ିଶା ସରକାର ସଫଳତା ହାସଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କମିବ ରକ୍ତହୀନତା ଓ ଗେଡାପଣ ସମସ୍ୟା, ସୁବର୍ଣ୍ଣ ୧୦୦୦ ଦିନକୁ ଦିଆଯିବ ଗୁରୁତ୍ୱ

ଏହା ମଧ୍ୟ ପଢନ୍ତୁ: ଶିଶୁଙ୍କ ମଧ୍ୟରେ ଅପପୃଷ୍ଟି ନିୟନ୍ତ୍ରଣ ପାଇଁ ବହୁବିଧ ପ୍ରଚେଷ୍ଟା

ଉକ୍ତ ଜାତୀୟ ସମ୍ମିଳନୀକୁ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଉଦଘାଟନ କରିଥିବାବେଳେ ଅତିଥିମାନଙ୍କ ଗହଣରେ ସମ୍ମିଳନୀର ପୁସ୍ତିକା ମଧ୍ୟ ଉନ୍ମୋଚିତ କରିଛନ୍ତି । ଏହି ଅବସରରେ ରାଜ୍ୟ ଖାଦ୍ୟ କମିଶନଙ୍କ ସଦସ୍ୟ ଶିବାନୀ ମହାନ୍ତି ରାଜ୍ୟ ସରକାରଙ୍କ ଖାଦ୍ୟ ନିରାପତ୍ତା ଓ ପୁଷ୍ଟି ସାଧନ କ୍ଷେତ୍ରରେ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଛନ୍ତି । କୋରୋନା ମହାମାରୀ ସମୟରେ ଖାଦ୍ୟ ନିରାପତ୍ତା ଓ ପୁଷ୍ଟିସାଧନ ଦିଗରେ ବିଶ୍ଵବ୍ୟାପୀ ସମସ୍ୟା ଥିବାବେଳେ ଓଡିଶା ସରକାର ସ୍ୱାସ୍ଥ୍ୟ ଓ ଖାଦ୍ୟ ଯୋଗାଣ ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଥିବା କଥା ସେ ଉଲ୍ଲେଖ କରିଛନ୍ତି ।

ଓଡ଼ିଶାରେ ରକ୍ତହୀନତା ଓ ଗେଡାପଣ ଭଳି ସମସ୍ୟା ରହିଥିବା ବେଳେ ଏହାକୁ ଦୂର କରିବା ପାଇଁ ମାଆ କ୍ଷୀରକୁ ପ୍ରାଧାନ୍ୟ ଦେବାକୁ ରାଜ୍ୟ ସରକାରଙ୍କ ସହଭାଗିତାରେ ଏଆଇପିଏଚ ୟୁନିଭରସିଟି ଓ ଜର୍ଜଟାଉନ ୟୁନିଭରସିଟି ମେଡିକାଲ ସେଣ୍ଟର ଆନୁକୂଲ୍ୟରେ ଅନୁଷ୍ଠିତ କର୍ମଶାଳାରେ ମଧ୍ୟ ପୂର୍ବରୁ ଆଲୋଚନା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.