ETV Bharat / state

ଛତିଶଗଡରୁ ଓଡି଼ଶା ଆସୁଛନ୍ତି ୯୦ ପ୍ରତିଶତ ମାଓବାଦୀ, ସୀମାନ୍ତ ଜିଲ୍ଲାରେ ହାଇ ଆର୍ଲଟ - ଏଡିଜି ଅମିତାଭ ଠାକୁର

ଦନ୍ତେୱାଡା ଆକ୍ରମଣ ପରେ ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ । ମାଓବାଦୀଙ୍କ ପ୍ରବେଶ ରୋକିବାକୁ ସିଲ୍ ହେଲା ସମସ୍ତ ସୀମାନ୍ତ ଜିଲ୍ଲା । ଅଧିକ ପଢନ୍ତୁ

ସିଲ୍ ହେଲା ସୀମାନ୍ତ ଜିଲ୍ଲା
ସିଲ୍ ହେଲା ସୀମାନ୍ତ ଜିଲ୍ଲା
author img

By

Published : May 2, 2023, 2:06 PM IST

ଛତିଶଗଡରୁ ଓଡି଼ଶା ଆସୁଛନ୍ତି ୯୦ ପ୍ରତିଶତ ମାଓବାଦୀ

ଭୁବନେଶ୍ବର: ଛତିଶଗଡ଼ରେ ନକ୍ସଲ ଆକ୍ରମଣ ପରେ ଓଡ଼ିଶାର ସବୁ ସୀମାନ୍ତ ଜିଲ୍ଲାରେ ଏବେ ବି ହାଇଆର୍ଲଟ ଜାରି ରହିଛି । ବିଶେଷକରି ଛତିଶଗଡକୁ ଲାଗିଥିବା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ପୂର୍ବରୁ ହାଇଆଲର୍ଟରେ ଥିବାବେଳେ ଏବେ ବରଗଡ଼ ଓ କଳାହାଣ୍ଡିରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ଓଡ଼ିଶାକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡରୁ ହିଁ ଆସିଥାନ୍ତି । ତେଣୁ ଦନ୍ତେୱାଡା ଆକ୍ରମଣ ଘଟଣା ପରେ ଛତିଶଗଡରୁ ମାଓବାଦୀମାନେ କିଭଳି ରାଜ୍ୟକୁ ନଆସିବେ ସେଥିପାଇଁ ସମସ୍ତ ସୀମାନ୍ତ ଜିଲ୍ଲାକୁ ସିଲ୍ କରାଯାଇଛି । ଏନେଇ ଏଡିଜି(ଅପରେସନ) ଅମିତାଭ ଠାକୁର ସୂଚନା ଦେଇଛନ୍ତି ।

ଓଡି଼ଶାକୁ ମାଓବାଦୀଙ୍କ ପ୍ରବେଶ ରୋକିବାକୁ ସୀମାନ୍ତ ଜିଲ୍ଲାଗୁଡିକୁ ସିଲ୍ କରାଯାଇଛି । ସୀମାନ୍ତ ଜିଲ୍ଲାର ଏସପିମାନଙ୍କ ସହ ଭିଡିଓ କନ୍ଫେରେନ୍ସି ଜରିଆରେ ସ୍ଥିତିର ଅନୁଧ୍ୟାନ କରାଯାଉଥିବା ଏଡିଜି କହିଛନ୍ତି । ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ଶୋଷଣ କରାଯାଉଛି । ଯେତେବେଳେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରୁଛନ୍ତି ସେମାନେ ଏହିଭଳି କାହାଣୀ ପୋଲିସ ଆଗରେ କହୁଛନ୍ତି । ତେଣୁ ସମସ୍ତ ମାଓବାଦୀଙ୍କୁ ଅପିଲ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଏଡିଜି ଅମିତାଭ ଠାକୁର ଅପିଲ୍ କରିଛନ୍ତି ।

ସୂଚନା ଅନୁଯାୟୀ, ଛତିଶଗଡ଼ରେ ଆଇଡି ବିସ୍ଫୋରଣ ପରେ ଏହି ରାଜ୍ୟକୁ ଲାଗିଥିବା ନବରଙ୍ଗପୁର ଜିଲ୍ଲା ସୀମାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହାରି ଭିତରେ ସାଥୀ ମାଓବାଦୀଙ୍କ ସହ ମାଓ କମାଣ୍ଡର ମୁରଲୀ ପଡ଼ୋଶୀ ରାଜ୍ୟର ଘଞ୍ଚ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିବା ସୂଚନା ଦେଇଥିଲେ ବରିଷ୍ଠ ପୁଲିସ ଅଧିକାରୀ । ମଙ୍ଗଳବାର ନବରଙ୍ଗପୁର ସୀମାବର୍ତ୍ତୀ ରାଇଘର ଏବଂ ପଡ଼ୋଶୀ ଛତିଶଗଡ଼ର ଗରିଆବନ୍ଧ-ଶୋଭା ଅଞ୍ଚଳରେ କିଛି ନକ୍ସଲ କମାଣ୍ଡର ଥିବା ନେଇ ପୋଲିସକୁ ଗୁଇନ୍ଦା ବିଭାଗଠାରୁ ସୂଚନା ମିଳିଥିଲା । ଏସଓଜି ଯବାନଙ୍କ ଦୁଇଟି ୟୁନିଟ ରାତିରୁ ସେହି ଅଞ୍ଚଳରେ ଅପରେସନ ଆରମ୍ଭ କରିଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: ଭୁବନେଶ୍ବରରେ ବିଗୁଡୁଛି ଅପରାଧର ଛବି, ରାଜ୍ୟ ବାହାର ଅପରାଧୀଙ୍କ ପାଇଁ ବଢୁଛି ଚିନ୍ତା

ଏହାସହ ଗରିଆବନ୍ଧ ଜିଲ୍ଲା ଶୋଭା ଥାନା ଅନ୍ତର୍ଗତ ଉଦନ୍ତୀ ଅଭୟାରଣ୍ୟରେ ନକ୍ସଲ ସହ ଯବାନମାନେ ମୁହାମୁହିଁ ହୋଇଥିଲେ । ମାଓ କମାଣ୍ଡର ମୁରଲୀ ନେତୃତ୍ୱରେ ପାଖାପାଖି ୨୦ରୁ ୨୫ ଜଣ ମାଓବାଦୀ ସେଠାରେ କ୍ୟାମ୍ପ କରି ରହିଥିଲେ । ସେମାନଙ୍କ ମଧ୍ୟରେ ଦୁର୍ଦ୍ଦାନ୍ତ ନକ୍ସଲ କାର୍ତ୍ତିକ, ଗୁଡ଼ୁ, ଆକାଶ ଏବଂ ନନ୍ଦଲ ମଧ୍ୟ ଏହି କ୍ୟାମ୍ପରେ ଥିଲେ ।

ଏହାମଧ୍ୟ ପଢନ୍ତୁ: ଏହାମଧ୍ୟ ପଢନ୍ତୁ: ତିହାର ଜେଲରେ ଗ୍ୟାଙ୍ଗଷ୍ଟାର ତିଲୁ ତାଜପୁରିୟାକୁ ହତ୍ୟା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.