ETV Bharat / state

AP Train Tragedy: ହସ୍ପିଟାଲରେ ଆହତଙ୍କୁ ଭେଟିବେ, ଦୁର୍ଘଟଣାସ୍ଥଳକୁ ଗଲେ ରାଜସ୍ଵ ମନ୍ତ୍ରୀ ସୁଦାମ ମାର୍ଣ୍ଡି - ଆନ୍ଧ୍ରପ୍ରଦେଶ ରେଳ ଦୁର୍ଘଟଣା

ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ଟ୍ରେନ୍‌ ଦୁର୍ଘଟଣାସ୍ଥଳକୁ ଗଲେ ଓଡ଼ିଶା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଆଗକୁ ପଢ଼ନ୍ତୁ

AP Train Tragedy
AP Train Tragedy
author img

By ETV Bharat Odisha Team

Published : Oct 30, 2023, 11:00 AM IST

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ଟ୍ରେନ୍‌ ଦୁର୍ଘଟଣାସ୍ଥଳକୁ ଗଲେ ଓଡ଼ିଶା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସୁଦାମ ମାର୍ଣ୍ଡି ଦୁର୍ଘଟଣାସ୍ଥଳ ଗସ୍ତ କରିଛନ୍ତି । ରାଜସ୍ବ ମନ୍ତ୍ରୀଙ୍କ ସହ ଅତିରିକ୍ତ SRC ମଧ୍ୟ ଗସ୍ତ କରିଛନ୍ତି । ସେଠାରେ ହସ୍ପିଟାଲ ଯାଇ ଆହତ ଓ ମୃତକଙ୍କ ପରିବାରବର୍ଗଙ୍କୁ ଭେଟିବା ନେଇ ସୂଚନା ରହିଛି ।

ତେବେ ଗତକାଲି(ରବିବାର) ସନ୍ଧ୍ୟା ସମୟରେ ଓଡ଼ିଶା ସୀମାବର୍ତ୍ତୀ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଆଲମଣ୍ଡା ଷ୍ଟେସନ ନିକଟରେ ଟ୍ରେନ ଦୁର୍ଘଟଣା ହୋଇଛି । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା 14 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ନେଇ ଆଶଙ୍କା କରାଯାଉଛି । ଅନ୍ୟପଟେ ଏହି ଦୁର୍ଘଟଣା ସମୟରେ ଟ୍ରେନରେ ଓଡ଼ିଶାର ଯାତ୍ରୀ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଯେଉଁଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଆଲର୍ଟ ରହିଛନ୍ତି । ଯେଉଁଥିପାଇଁ ଦୁର୍ଘଟଣାସ୍ଥଳ ଓ ହସ୍ପିଟାଲ ଯାଇ ଘଟଣା ସମ୍ପର୍କରେ ଅବଗତ ହେବାକୁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୁଦାମଙ୍କ ସହିତ ଅତିରିକ୍ତ SRC ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି ।

ଏହାମଧ୍ୟ ପଢନ୍ତୁ..AP Train Accident: ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା, ମୃତ୍ୟୁସଂଖ୍ୟା 14କୁ ବୃଦ୍ଧି

ତେବେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଆଲମଣ୍ଡା ଏବଂ କଣ୍ଟାପାଲି ମଧ୍ୟରେ ଏକସମୟରେ ତିନୋଟି ଟ୍ରେନ ଧକ୍କା ହୋଇଥିଲା । ପ୍ରଥମେ ବିଶାଖାପାଟନମ-ରାୟଗଡ଼ା ପାସେଞ୍ଜର ଟ୍ରେନ ଓ ପଲାସା ବିଶାଖାପାଟନମ ପାସେଞ୍ଜର ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ 3ଟି ବଗି ଲାଇନଚ୍ୟୁତ ହୋଇଥିଲା । ଏହାପରେ ପଲାସାର ଲାଇନଚ୍ୟୁତ ବଗିକୁ ଅନ୍ୟ ଏକ ମାଲବାହୀ ଟ୍ରେନ ସେହି ସମୟରେ ଧକ୍କା ଦେଇଥିଲା । ତେବେ ଏହି ଭୟଙ୍କର ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ଆନ୍ଧ୍ରପ୍ରଦେଶ ଓ ଓଡିଶାର ଉପରିସ୍ଥ କର୍ମଚାରୀମାନେ ପହଞ୍ଚି ତଦନ୍ତ କରୁଛନ୍ତି ।

ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି," ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଯାତ୍ରୀଙ୍କର ମୃତ୍ୟୁ କଥା ଶୁଣି ମୁଁ ଦୁଃଖିତ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ସମବେଦନା ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।" ଯେକୌଣସି ପ୍ରକାର ପରିସ୍ଥିତିର ମୁକାବିଲା ଲାଗି ଓଡିଶା-ଆନ୍ଧ୍ର ସୀମାନ୍ତ ରାୟଗଡା, କୋରାପୁଟ ଜିଲ୍ଲା ପ୍ରଶାସନକୁ ସଜାଗ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ପକ୍ଷରୁ ପରାମର୍ଶ ଦେଇଛନ୍ତି । ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ଆବଶ୍ୟକ ପଡିଲେ ଘଟଣା ସ୍ଥଳକୁ ଫାୟାର ସର୍ଭିସ, ଓଡ୍ରାଫ ଓ ଆମ୍ବୁଲାନ୍ସ ଟିମ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଯଦି କେହି ଓଡ଼ିଆ ଯାତ୍ରୀ ଥିବେ, ସେମାନଙ୍କ ଆସିବା ଲାଗି ବସ୍‌ ମଧ୍ୟ ପଠାଯାଇଛି । ଆହତଙ୍କ ଚିକିତ୍ସା ପାଇଁ ରାୟଗଡା ହସ୍ପିଟାଲକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ବାଲେଶ୍ବର ବାହାନଗା ଟ୍ରେନ ଟ୍ରାଜେଡିର ସ୍ମୃତିକୁ ପୁଣି ତାଜା କରିଦେଇଛି ଆନ୍ଧ୍ରପ୍ରଦେଶ ଦୁର୍ଘଟଣା । ବାହାନଗା ଟ୍ରାଜେଡି ମନରୁ ଲିଭିନଥିବା ବେଳେ ପୁଣି ସମାନ ଦୁର୍ଘଟଣା ଘଟିଛି ଆନ୍ଧ୍ରପ୍ରଦେଶରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.