ETV Bharat / state

Mission 2023: ନୂଆବର୍ଷରେ ପୋଲିସର ବଡ଼ ଚ୍ୟାଲେଞ୍ଜ, ରାଜ୍ୟରେ ୫ଅଭିଯାନ ହେବ ଜୋରଦାର

author img

By

Published : Jan 1, 2023, 10:04 PM IST

ନୂଆ ଆଶା, ଉଦ୍ଦୀପନା, ଆହ୍ବାନ ନେଇ ଆସିଛି ନବବର୍ଷ ୨୦୨୩ । ନୂଆବର୍ଷ ପୋଲିସ ବିଭାଗ ପାଇଁ ମଧ୍ୟ ଆଣିଛି ବଡ଼ ଚ୍ୟାଲେଞ୍ଜ (New Year Challenge for Police) । ରାଜ୍ୟରେ ୫ ଅଭିଯାନକୁ ଜୋରଦାର କରିବା ଲାଗି ପୋଲିସ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି । ଅଧିକ ପଢନ୍ତୁ

New Year Challenge for Police
New Year Challenge for Police
ନୂଆବର୍ଷରେ ପୋଲିସର ବଡ଼ ଚ୍ୟାଲେଞ୍ଜ, ରାଜ୍ୟରେ ୫ଅଭିଯାନ ହେବ ଜୋରଦାର

ଭୁବନେଶ୍ବର: ନୂଆବର୍ଷ ଆରମ୍ଭ ହୋଇଥିବା ବେଳେ ପୋଲିସ ପାଇଁ ରହିଛି ବଡ଼ ଚ୍ୟାଲେଞ୍ଜ (New Year Challenge for Police) । ମିଶନ ୨୦୨୩ ପାଇଁ ୫ ଅଭିଯାନ ହେବ ଜୋରଦାର । ଏନେଇ ସମସ୍ତ ପୋଲିସ ଅଧିକାରୀଙ୍କୁ ଡିଜିପି ସୁନୀଲ ବଂଶଲଙ୍କ ଗୁରୁମନ୍ତ୍ର । ଫୋକସରେ ରହିବ ହକି ବିଶ୍ବକପ ସହ ମାଓଦମନ । ନିଶା କାରବାର ରୋକ ଲଗାଇବା ସହ ସାଇବର ଠକେଇରେ ସୁଧାର ଓ ଟ୍ରାଫିକ ନିୟନ୍ତ୍ରଣରେ ପରିବର୍ତ୍ତନ। ନୂଆ ବର୍ଷରେ ୫ଟି ଅଭିଯାନକୁ ନେଇ ବର୍ଷ ୨୦୨୩ ପାଇଁ ତାଲିକା ପ୍ରସ୍ତୁତ କରିଛନ୍ତି ପୋଲିସ ଡିଜି । ନୂଆ ବର୍ଷରେ କ୍ୟାମ୍ପସ ଅଫିସରେ ଡିଜିଙ୍କୁ ଭେଟିଥିବା ସମସ୍ତ ଅଫିସରଙ୍କୁ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ପୋଲିସ ଡିଜି।

୧. ହକି ବିଶ୍ବକପ୍ ଆୟୋଜନ

ଜାନୁଆରୀ ୧୧ରୁ ଆୟୋଜନ ହେଉଛି ହକି ବିଶ୍ବକପ ୨୦୨୩ । ଯେଉଁଠି ବିଦେଶରୁ ଅନେକ ସକାଳ ଟିମ୍ ସହ ପର୍ଯ୍ୟଟକ ଓଡ଼ିଶାକୁ ଛୁଟିବ ସୁଅ। ୧୬ଟି ଦେଶର ଖେଳାଳି ବିଶ୍ବର ବିଭିନ୍ନ ଦେଶରୁ ଓଡି଼ଶାକୁ ଆସିବେ ବିଦେଶୀ ଅତିଥି । ଏହାରି ଭିତରେ ଭିଭିଆଇଙ୍କ ମୁଭମେଣ୍ଟ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡି଼ଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏଣୁ ବିଶ୍ବକପ ହକି ପରିଚାଳନା ଓଡିଶା ପୋଲିସ ପାଇଁ ସମ୍ମାନର ପ୍ରସଙ୍ଗ । ଏଣୁ ସେମାନଙ୍କୁ ନେଇ ଉଭୟ ଭୁବନେଶ୍ବର ଓ ରାଉରକେଲାରେ ପୋଲିସ ଜରିଆରେ ଟ୍ରାଫିକ ନିୟନ୍ତ୍ରଣ ସହ ପର୍ଯଟକଙ୍କ ପାଇଁ ସୁରୁଖୁରୁରେ ହକି ଆୟୋଜନ ଓ ଖେଳାଳିଙ୍କ ପାଇଁ ସୁରକ୍ଷା ଦେବା ଓଡ଼ିଶା ପୋଲିସ ପାଇଁ ସମ୍ମାନଜନକ ପ୍ରସଙ୍ଗ ହେବ।

୨. ମାଓ ଦମନ ଅଭିଯାନ

ବର୍ଷ ୨୦୨୩ରେ ମାଓଦମନ ହେବ ବଡ଼ ଚ୍ୟାଲେଞ୍ଜ। କାରଣ ବିଗତ ଦିନରେ ଓଡ଼ିଶା ସରକାର ମଓବାଦୀଙ୍କୁ ମୁଖ୍ୟସ୍ରୋତକୁ ଫେରାଇବା ଓ ମାଓ ପ୍ରବଣ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ କରିବାରେ ସଫଳ ହୋଇଛି । ଏହାରି ଭିତରେ ପଡୋଶୀ ରାଜ୍ୟରୁ ମାଓବାଦୀ ଓ ସୀମାବର୍ତ୍ତୀ ଅଞ୍ଚଳରେ ଗତିବିଧି ରହିଛି । ଯାହାଙ୍କୁ ମୁଖ୍ୟସ୍ରୋତରୁ ଫେରାଇବା ବଡ଼ ଅଭିଯାନ ରହିଛି । ଏନେଇ ମାଓଦମନ ମଧ୍ୟ ଗୁରୁତ୍ବପୁର୍ଣ ଭୁମିକା ରହିବ । କାରଣ ୮ବର୍ଷରେ ୨୧୦ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କଲେଣି । କେବଳ ବିଗତ ୬ମାସରେ ୨୫୫୪ଜଣ ମାଓ ସମର୍ଥକ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ଏହା ବି ପଢନ୍ତୁ- Russian Death case: ୩ୟ ଦିନରେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି, ହୋଟେଲ କର୍ମଚାରୀଙ୍କୁ ଜେରା

୩. ସାଇବର ଠକେଇ

ରାଜ୍ୟରେ ସାଇବର ଠକେଇ ଏବେ ଚିନ୍ତାଜନକ ବିଷୟ ପାଲଟିଛି । ଏନେଇ ସାଧାରଣ ଲୋକଙ୍କୁ ଆରମ୍ଭ କରି ପ୍ରତିପତ୍ତି ବ୍ୟବସାୟୀ ଓ ପ୍ରତିଷ୍ଠିତ ଲୋକ ମଧ୍ୟ ହେଉଛନ୍ତି ଠକାମିର ଶିକାର । ଏନେଇ ସାଇବର କ୍ରାଇମକୁ କିପରି ମୁକାବିଲା କରାଯିବ ସେ ନେଇ ଅଫିସରଙ୍କୁ ଟ୍ରେନିଂ ଦିଆଯିବ । ଏନେଇ ଲୋକଙ୍କୁ କିପରି ସଚେତନ କରାଯିବ ଯାହାଦ୍ବାରା ୮୦ପ୍ରତିଶତ ସାଇବର କ୍ରାଇମ ରୋକାଯାଇ ପାରିବ ବୋଲି କହିଛନ୍ତି ପୋଲିସ ଡିଜି।

୪. ନିଶା ନିବାରାଣ

ରାଜ୍ୟରେ ବଢୁଥିବା ନିଶାକାରବାର ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇଛି । ବ୍ରାଉନସୁଗାରଠୁ ଆରମ୍ଭ କରି ଗଞ୍ଜେଇ ଚାଲାଣ, କଫ୍‌ ସିରପ ଭଳି ବେଆଇନ ଚୋରା ମଦ କାରବାର ଏସବୁ ଦିଗରେ ରୋକିବା ଗୁରୁତ୍ବପୁର୍ଣ୍ଣ ହୋଇଛି । କାରଣ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଏବେ ବ୍ରାଉନସୁଗାର‌ ବେପାରୀଙ୍କ କାରବାର ଅପରେଟ ହେଉଛି । ଏପରିକି ଫୁଲବାଣୀ କନ୍ଧମାଳ ଅଞ୍ଚଳରୁ ଗଞ୍ଜେଇ ଚାଲାଣ ମଧ୍ୟ ଚିନ୍ତାଜନକ ବିଷୟ ପାଲଟିଛି । ସେହିପରି ଚୋରା ମଦ କାରବାର ଓ କଫ ସିରପ କାରବାର ମଧ୍ୟ ରୋକିବା ପୋଲିସ ପାଇଁ ଏକ ବଡ଼ ଭୂମିକା ହେବ।

୫. ଟ୍ରାଫିକ ନିୟନ୍ତ୍ରଣ

ସଡ଼କ ଦୁର୍ଘଟଣା ଓ ଟ୍ରାଫିକ ପରିଚାଳନା ଏବେ ରାଜ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ଅନେକ ଅମାନିଆ କଡ଼ା ନିୟମ ସତ୍ତ୍ବେ ମାନୁନାହାନ୍ତି । ତେଣୁ ସେସବୁ ଦିଗରେ ମୋଟର ଯାନ ଆଇନକୁ କଡାକଡି କରିବା । ଟ୍ରାଫିକ ପରିଚାଳନା ଦିଗରେ ଅଧିକ ଯତ୍ନବାନ ହୋଇ ବଡ଼ ଇଭେଣ୍ଟ ସମୟରେ ସାଧାରଣ ଲୋକଙ୍କ ଜୀବନ ଯାତ୍ରାରେ ପ୍ରଭାବିତ ନହୋଇ ସୁରକ୍ଷିତ ଯାତ୍ରା ଓ ଟ୍ରାଫିକ ପରିଚାଳନା ଦିଗରେ ଫୋକସ ଦେବାକୁ ଲକ୍ଷ୍ୟ ରଖାଯାଇଛି ।

ସେପଟେ କମିଶନରେଟ ପୋଲିସ ମଧ୍ୟ ଦ୍ବୈତ ନଗରୀର ଅପରାଧ ନିୟନ୍ତ୍ରଣ ଓ ମହିଳା ସୁରକ୍ଷା ଓ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବା ଦିଗରେ ମଧ୍ୟ ଫୋକସ ଦେଇଛନ୍ତି ପୋଲିସ କମିଶନର ‌। ଏନେଇ ଟ୍ବିନସିଟିବାସୀଙ୍କ ଆସ୍ଥା ଭାଜନ ହୋଇପାରିଛି କମିଶନରେଟ ପୋଲିସ । ୨୫୦୦ଜଣଙ୍କ ଚୋରି ହୋଇଥିବା ମୋବାଇଲ ଫେରି ପାଇବାର ସହାୟତା କରିଛି । ଷ୍ଟ୍ରିଟ କ୍ରାଇମ୍ ସହରରେ ଦେଖାଦେଉଥିବା ଚୋରି ଛିନତାଇ କିପରି ମୁକାବିଲା କରାଯିବ, ଲୋକଙ୍କ ମୋବାଇଲ ହେଉ ବା ଜିନିଷ ଚୋରି ଛିନତାଇ ଦିଗରେ ଫୋକସ ଦିଆଯିବ ବୋଲି କହିଛି ବିଭାଗ । ସାଇବର ଅପରାଧ ରୋକିବାକୁ ଅଧିକ ଜ୍ଞାନକୌଶଳ ଆପଣାଇବ କମିଶନରେଟ ପୋଲିସ।

ସାଇବର ଫରେନ୍ସିକକୁ ଅଧିକ ସୁଦୃଢ କରାଯିବ । ଏନେଇ ଆଧୁନିକ ଉପକରଣ ଓ ଜ୍ଞାନକୌଶଳ ଆପଣାଇବ କମିଶନରେଟ ପୋଲିସ । ସ୍ପେସିଆଲ କ୍ରାଇମ ୟୁନିଟକୁ ଅଧିକ କ୍ରିୟାଶୀଳ କରାଯିବ । ୧୦ବର୍ଷ ମଧ୍ୟରେ କଟକ ଭୁବନେଶ୍ଵରରେ ଗାଡ଼ି ମୋଟର ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି । ସେଥିପାଇଁ ଶୃଙ୍ଖଳିତ ଟ୍ରାଫିକ ମ୍ୟାନେଜର ପାଇଁ ଟେକ୍ନୋଲୋଜି ମାଧ୍ୟମରେ ସହରରେ ଟ୍ରାଫିକ ସିଷ୍ଟମକୁ ସୁପରିଚାଳନା କରାଯିବ । ସହରର ସ୍ପିଡ୍ ଡ୍ରାଇଭିଂ ଉପରେ ତୀକ୍ଷ୍ମ ନଜର ରଖାଯିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.