ETV Bharat / state

ପାରଦର୍ଶୀ ପୋର୍ଟାଲରେ ମାଗଣାରେ ପାଠ ପଢିବାକୁ ଅଭିଭାବକ ମହାସଂଘର ଆହ୍ବାନ

author img

By

Published : Feb 8, 2023, 3:32 PM IST

ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ରାଜ୍ୟର ଆର୍ଥିକ ଅନଗ୍ରସର ପିଲା ମାଗଣାରେ ପାଠ ପଢିବା ପାଇଁ ଓଡିଶା ଅଭିଭାବକ ମହାସଂଘର ଆହ୍ବାନ ଦେଇଛି । ଅଧିକ ପଢନ୍ତୁ

odisha parents federation press meet
ଖୋର୍ଦ୍ଧାରେ ଅବିଭାବକ ସଂଘର ସାମ୍ବାଦିକ ସମ୍ମିଳନୀ

ଖୋର୍ଦ୍ଧା: ଘରୋଇ ସ୍କୁଲରେ 25 ପ୍ରତିଶତ ସିଟରେ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ରାଜ୍ୟର ଆର୍ଥିକ ଅନଗ୍ରସର ପିଲା ମାଗଣାରେ ପାଠ ପଢିବା ପାଇଁ ଓଡିଶା ଅଭିଭାବକ ମହାସଂଘ ଆହ୍ବାନ ଦେଇଛି । ସବୁ ପିଲା କିପରି ଗୁଣାତ୍ମକ ଶିକ୍ଷା ପ୍ରାପ୍ତ କରିପାରିବେ ସେହି ଉଦ୍ଦ୍ୟେଶରେ ଦେଶରେ 2009ରେ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରାଇଭେଟ ସ୍କୁଲ୍‌ରେ ମଧ୍ୟ 25 ପ୍ରତିଶତ ସିଟରେ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ମାଗଣାରେ ପାଠ ପଢିବାର ବ୍ୟବସ୍ଥା ହୋଇଛି । ଏଥିପାଇଁ 25 ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି । ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ଧନୀକ ଶ୍ରେଣୀର ପିଲାମାନଙ୍କ ଭଳି ଗୁଣାତ୍ମକ ଶିକ୍ଷା ପ୍ରାପ୍ତ କରି ଭବିଷ୍ୟତରେ ଉତ୍ତମ ନାଗରିକ ହୋଇ ପାରିବେ । ରାଜ୍ୟରେ ଏହି ନିୟମ ଲାଗୁ କରିବା ପାଇଁ ଓଡିଶା ଅଭିଭାବକ ମହାସଂଘ ଦୀର୍ଘ ବର୍ଷ ହେଲା ଅନେକ ଧାରଣା, ଧର୍ମଘଟ, ଆନ୍ଦୋଳନ ଏପରିକି ବହୁବାର ଆମରଣ ଅନଶନ କରିଛି ।

ରାଜ୍ୟରେ ଏହି ଆଇନ 2020-21ରେ ପ୍ରଥମ କରି ଲାଗୁ ହୋଇ ପ୍ରାୟ 5000ରୁ ଊର୍ଦ୍ଧ୍ବ ପିଲା ମାଗଣାରେ ପାଠ ପଢିଲେ । 2021-22ରେ ପ୍ରାୟ 16 ହଜାରରୁ ଊର୍ଦ୍ଧ୍ବ ପିଲାମାନେ ପ୍ରାଇଭେଟ ସ୍କୁଲରେ ମାଗଣାରେ ପଢିଲେ । ଏହି ଆଇନ ବଳରେ ରାଜ୍ୟରେ ଅତି କମ୍‌ରେ 60,000ରୁ ଊର୍ଦ୍ଧ୍ବ ପିଲା ପଢ଼ିପାରିବେ । ତେଣୁ ସେହି ପିଲାମାନଙ୍କୁ ତାଙ୍କ ନ୍ୟାର୍ଯ୍ୟ ଅଧିକାର ପ୍ରଦାନ ପାଇଁ ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ନେତୃତ୍ବରେ ରାଜ୍ୟରେ ସହର, ନଗର, ଗ୍ରାମ,ବସ୍ତି, ଗଳି, ସାହି ଆଦିରେ ବ୍ୟାପକ ଜନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଜକୁ ପ୍ରାୟ ତିନି ମାସ ହେଲା ଏହି ଆଇନରେ ସୁବିଧା ନେଇ ଆଡମିସନ କରିବାକୁ ପିଲାମାନଙ୍କୁ ଚିହ୍ନଟ କରିବା କାର୍ଯ୍ୟକ୍ରମ ଚଳାଇଛି ।

ଏହି କ୍ରମରେ ବୋଲଗଡ ଟାଉନ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶା ଅଭିଭାବକ ମହାସଂଘ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ ଅଞ୍ଚଳର ସମସ୍ତ ଅଭିଭାବକ ଏହି ଯୋଜନାର ସୁଯୋଗ ନେବାକୁ ଆହ୍ବାନ ଦେଇଛନ୍ତି । ଏହି ବ୍ୟବସ୍ଥାର କିପରି ବ୍ୟାପକ ପ୍ରଚାର ପ୍ରସାର ହେବ ଓ ପିଲାମାନେ କିପରି ଗୁଣାତ୍ମକ ଶିକ୍ଷା ପାଇ ଶିକ୍ଷିତ ଓ ଉତ୍ତମ ନାଗରିକ ହୋଇପାରିବେ ସେଥିପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ସହଯୋଗ ପାଇଁ ପ୍ରସନ୍ନ ବିଷୋୟୀ ନିବେଦନ କରିଛନ୍ତି । ଏହାଛଡା ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ତ୍ରୁଟି ସୁଧାର ତଥା ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ମହାସଂଘ ସବୁବେଳେ ଲଢେଇ କରି ଆସିଛି । 25 ପ୍ରତିଶତ ସିଟରେ ଆଡ଼ମିସନ ପାଇଁ ଆସନ୍ତା ଫ୍ରେବୁଆରୀ 13ରୁ ପିଲାଙ୍କ ଆବେଦନ ପାଇଁ ପାରଦର୍ଶି ପୋର୍ଟାଲ ଖୋଲିବାକୁ ଗଣଶିକ୍ଷା ବିଭାଗ ଚିଠି ମାଧ୍ୟମରେ ନିର୍ଦେଶନାମା ଜାରି କରିଛି ।

ଏହି ପୋର୍ଟାଲରେ ବର୍ତ୍ତମାନ ପାଇଁ ସ୍କୁଲ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି ଏହା ପରେ ପିଲାମାନେ ଆଡ଼ମିସନ ପାଇଁ ଆବେଦନ କରିବେ । ଏହି ବ୍ୟବସ୍ଥାର ରାଜ୍ୟର ଆର୍ଥିକ ଅନଗ୍ରସର ଶ୍ରେଣୀର ସମସ୍ତ ଅଭିଭାବକ ସୁଯୋଗ ନିଅନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ମହାସଂଘର ବୋଲଗଡ ପ୍ରତିନିଧି କହିଛନ୍ତି । ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପିଲାଟି 3 ବର୍ଷ ଅଧିକ ଏବଂ 7 ବର୍ଷ ବୟସରୁ କମ ହୋଇଥିବା ଆବଶ୍ୟକ । ଇଂରାଜୀ ଓ ଓଡ଼ିଆ ମାଧ୍ୟମ ସମସ୍ତ ପ୍ରାଇଭେଟ ସ୍କୁଲରେ 25 ପ୍ରତିଶତ ସିଟରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲାମାନେ ନାମଲେଖାଇ ପଢି ପାରିବେ । ଏମାନେ ତିନି ବର୍ଷରେ ନର୍ସରୀରେ ଆଡମିସନ କରିବେ ଓ ସାତ ବର୍ଷରୁ କମ୍‌ ବୟସରେ ପ୍ରଥମ ବା ଷ୍ଟାଣ୍ଡାର୍ଡ 1ରେ ଆଡ଼ମିସନ କରିପାରିବ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.