ETV Bharat / state

ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ସ୍ଥଗିତ ରଖିବା ଦାବି କଲା ଓଡିଶା ଅଭିଭାବକ ସଂଘ - ଖୋର୍ଦ୍ଧା ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ

ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ଦ ନିଷ୍ପତ୍ତି ନିଆଯାଇଥିବା ବିଦ୍ୟାଳୟଗୁଡିକୁ ପୁନଃ ପ୍ରଚଳନ କରିବା ନେଇ ଓଡିଶା ଅଭିଭାବକ ମହାସଂଘର ଦାବି । ଅଧିକ ପଢନ୍ତୁ...

Odisha Parents Association demanded suspension of schools closing decission
ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ସ୍ଥଗିତ ରଖିବା ଦାବି କଲା ଓଡିଶା ଅବିଭାବକ ସଂଘ
author img

By

Published : Dec 30, 2020, 8:14 PM IST

ଖୋର୍ଦ୍ଧା: ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ସ୍ଥଗିତ ରଖିବା ନେଇ ଦାବି କଲା ଓଡିଶା ଅଭିଭାବକ ସଂଘ । ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ଦ ନିଷ୍ପତ୍ତି ନିଆଯାଇଥିବା ବିଦ୍ୟାଳୟଗୁଡିକୁ ପୁନଃ ପ୍ରଚଳନ କରିବା ଓ ବେଆଇନ ଭାବେ ଗଢି ଉଠିଥିବା ୫୦୯ଟି ବେସରକାରୀ ବିଦ୍ୟାଳୟକୁ ବନ୍ଦ କରିବା ଦାବିରେ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଆବାହକ ଲଳିତ ମୋହନ ମହାପାତ୍ରଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ସ୍ଥଗିତ ରଖିବା ଦାବି କଲା ଓଡିଶା ଅବିଭାବକ ସଂଘ

ଏଥିରେ ଅଭିଭାବକ ମହାସଂଘର ରାଜ୍ୟ ଅଧ୍ୟକ୍ଷ ବାସୁଦେବ ଭଟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସରକାର ନେଇଥିବା ନିଷ୍ପତ୍ତିକୁ ପୁନଃ ବିଚାର କରିବା ପାଇଁ ଅନୁରୋଧ କରିଥିଲେ । ପରେ ତାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଖୋର୍ଦ୍ଧା ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଯେଉଁ ସ୍କୁଲରେ କମସଂଖ୍ୟକ ଛାତ୍ରଛାତ୍ରୀ ରହିଛନ୍ତି ସେହି ସ୍କୁଲକୁ ବନ୍ଦ କରି ଏହାର 3 କିମି ଦୂରତା ମଧ୍ୟରେ ଥିବା ସ୍କୁଲ ସହିତ ମିଶ୍ରଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ନିଷ୍ପତ୍ତିକୁ କେବଳ ଖୋର୍ଦ୍ଧାରେ ନୁହେଁ, ବରଂ ରାଜ୍ୟର ଅନେକ ସ୍ଥାନରେ ଘୋର ବିରୋଧ କରାଯାଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.