ETV Bharat / state

Increase in MSP on Kharif crops: ‘ଚାଷୀଙ୍କୁ ପ୍ରତାରିତ କରିଛନ୍ତି ମୋଦି ସରକାର’

author img

By

Published : Jun 8, 2023, 6:21 PM IST

ଏମଏସପି ବୃଦ୍ଧିକୁ ନେଇ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ କେବଳ ଓଡିଶାର ନୁହେଁ ସାରା ଭାରତର ଚାଷୀ ନିଜର ନାର୍ଯ୍ୟ ଦାବି ପାଇବା ପାଇଁ ଦାବି କରି ଆସିଛନ୍ତି । ଏମଏସ ସ୍ବାମୀନାଥନ କମିଟିର ସୁପାରିଶ ଲାଗୁ କରିବା ପାଇଁ ଦାବି ହୋଇଆସୁଛି । ଅଧିକ ପଢନ୍ତୁ

‘ଚାଷୀଙ୍କୁ ପ୍ରତାରିତ କରିଛନ୍ତି ମୋଦି ସରକାର’
‘ଚାଷୀଙ୍କୁ ପ୍ରତାରିତ କରିଛନ୍ତି ମୋଦି ସରକାର’
‘ଚାଷୀଙ୍କୁ ପ୍ରତାରିତ କରିଛନ୍ତି ମୋଦି ସରକାର’

ପୁରୀ: ଖରିଫ ବିପଣନ ଋତୁ ୨୦୨୩/୨୪ ପାଇଁ ସାଧାରଣ ଧାନର କ୍ବିଣ୍ଟାଲ ପିଛା ସର୍ବନିମ୍ନ ସହାୟତା ମୂଲ୍ୟରେ ୧୪୩ ଟଙ୍କା ବୃଦ୍ଧି କରାଯାଇଛି । ଫଳରେ ଧାନର ଏମଏସପି ୨୦୪୦ରୁ ବୃଦ୍ଧି ପାଇ ୨୧୮୩ ହୋଇଛି । ଏ-ଗ୍ରେଡ ଧାନର ଏମଏସପି ୧୪୩ ଟଙ୍କା ବୃଦ୍ଧି ପାଇ ୨୨୦୩ ଟଙ୍କା ହୋଇଛି । ମୁଗ ଓ ରାଶି ଏମଏସପିରେ ୮୦୦ ଟଙ୍କାରୁ ଅଧିକ ବୃଦ୍ଧି ହୋଇଛି । ହରଡ ଏମଏସପି ୪୦୦ ଟଙ୍କା ବୃଦ୍ଧି ପାଇ ୭୦୦୦ ଟଙ୍କା ହୋଇଛି । ତେବେ ଏହାକୁ ଗ୍ରହଣ କରିନାହାଁନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଉଭୟ ଦଳ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଏହାବି ପଢନ୍ତୁ - Cabinet Decisions: ବଢିଲା ଧାନର ଏମଏସପି, ଲାଭାନ୍ବିତ ହେବେ ଚାଷୀ

ଏମଏସପି ବୃଦ୍ଧିକୁ ନେଇ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ କେବଳ ଓଡିଶାର ନୁହେଁ ସାରା ଭାରତର ଚାଷୀ ନିଜର ନାର୍ଯ୍ୟ ଦାବି ପାଇବା ପାଇଁ ଦାବି କରି ଆସିଛନ୍ତି । ଏମଏସ ସ୍ବାମୀନାଥନ କମିଟିର ସୁପାରିଶ ଲାଗୁ କରିବା ପାଇଁ ଦାବି ହୋଇଆସୁଛି । ଯାହାକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ କହି ଆସୁଛନ୍ତି କି ଚାଷୀଙ୍କ ଖର୍ଚ୍ଚର ଦେଢ଼ ଗୁଣା ଏମଏସପିରେ ଆମେ ଦେବୁ । ନିର୍ବାଚନ ବେଳେ ବିଜେପି ମଧ୍ୟ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ହୋଇପାରିଲା ନାହିଁ । କିଛି ବଢେଇଛନ୍ତି । ଅଳ୍ପ ବୃଦ୍ଧି ମଧ୍ୟ ସ୍ବାଗତ ଯୋଗ୍ୟ । ଏମଏସ ସ୍ବାମୀନାଥନ କମିଶନ ଅନୁସାରେ ଧାନ ପାଇଁ ଶାଢେ ତିନି ହଜାର ଖର୍ଚ୍ଚ ହେଉଛି । ଏମିତି କି ରାଜ୍ୟ ବିଧାନସଭାର ସର୍ବଦଳୀୟ କମିଟି ୨୯୩୦ ଟଙ୍କା ଦେବାକୁ ଦାବି କରିଥିଲା । ତେଣୁ ଆମେ ଆଶା କରୁଛୁ ଏହାର ପୁନର୍ବାର ବିଚାର କରି ବଢାଇବେ । ଅନ୍ତତଃ ୨୯୩୦ ଟଙ୍କାରେ ପହଞ୍ଚାଇବେ । ପୂର୍ବରୁ ବିଜେପି ଏନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା । ଦେଢ ଗୁଣା ଉତ୍ପାଦନ ଖର୍ଚ୍ଚର ପାଇବ । ଅନ୍ତତଃ ସେ ଯାଏଁ ନ ହେଲେ ବି ଖର୍ଚ୍ଚର ୧୦ ପ୍ରତିଶତ ହେଲେ ଚାଷୀ ପାଉ । ନହେଲେ ଲୋକ ଚାଷ ଛାଡି ପଳାଉଛନ୍ତି ।

ସେହିପରି ବରିଷ୍ଠ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ, ଖାଲି ଓଡିଶା ନୁହେଁ ଭାରତ ବର୍ଷର ଚାଷୀଙ୍କ ପ୍ରତି କେନ୍ଦ୍ର ସରକାର ବେଇମାନି କରିଛନ୍ତି । କୃଷକ ମାନଙ୍କୁ ପ୍ରତାରିତ କରିଛନ୍ତି । ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଭିନ୍ନ ସମୟରେ ମିଥ୍ୟା ପ୍ରତିଶ୍ରୁତିର ସାହାରା ନେଇଛନ୍ତି । ପୁନର୍ବାର ଏମଏସପି ନିର୍ଦ୍ଧାରିତ କରିବା ସମୟରେ ଏହା ପ୍ରତିଫଳିତ ହୋଇଛି । ଓଡ଼ିଶା ସରକାର ବିଧାନସଭାରେ କହିଛନ୍ତି କୁଇଣ୍ଟାଲ ଧାନ ଉତ୍ପାଦ ପାଇଁ ଚାଷୀ ୨୩୪୪ ଟଙ୍କା ଖର୍ଚ୍ଚ କରେ । ସ୍ବାମୀ ନାଥନ କମିଶନ ରିପୋର୍ଟ ଲାଗୁ କଲେ ଏହା ଦେଢ ଗୁଣା ହେବ । ଗୋଟେ କୁଇଣ୍ଟାଲ ୩୫୧୬ ହେବା କଥା । ଏହା ପୁରୁଣା ହିସାବ, ନୂଆ ନୁହେଁ । ବର୍ତ୍ତମାନର ଏହା ଢେର ଅଧିକ ହେବ । ବିଜେପି କ୍ଷମତାକୁ ଆସିବା ଆଗରୁ ୨୦୧୪ ରେ କହିଥିଲା ସ୍ବାମୀ ନାଥନ କମିଟି ରିପୋର୍ଟ ଗ୍ରହଣ କରିବୁ । ସେହି ଅନୁସାରେ ଏମଏସପି ନିର୍ଦ୍ଧାରିତ ହେବ । ତାହାଲେ କୁଆଡେ ଗଲା ବିଜେପିର ସେ ପ୍ରତିଶୃତି ? ଅତଏବ ଏବେ ଯାହା ଏମଏସପି ବଢ଼ାଇଛନ୍ତି, ତାହା ଚାଷୀମାନଙ୍କ ପ୍ରତି ବେଇମାନି ହୋଇଛି । ଚାଷୀ ପ୍ରତାରିତ ହୋଇଛନ୍ତି । ଏହାର ଜବାବ ଚାଷୀ ଆଗାମୀ ନିର୍ବାଚନରେ ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.