ଭୁବନେଶ୍ବର: ସ୍ବଂୟ ସହାୟକ ଗୋଷ୍ଠୀ (ଏସଏଚଜି) ମହିଳା ମାନଙ୍କ ଅର୍ଥନୈତିକ ବିକାଶ ପାଇଁ ହୋଇଛି । କିନ୍ତୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ସରକାର । ସରକାରୀ ପଇସାରେ ସରକାରୀ ଦଳ ରାଜନୀତି କରୁଛି। ମହିଳାଙ୍କ ବିକାଶ ପରିବର୍ତ୍ତେ ବିନାଶ ହେଉଛି। ଉଦ୍ଦେଶ୍ୟ ସାଧିତ ନ ହୋଇ ଋଣ ପରିଶୋଧ ନହେଲେ କ୍ଷତି ସହୁଛନ୍ତି ସରକାର। ରାଜକୋଷର ହେଉଛି କ୍ଷତି । ରାଜ୍ୟ ସରକାରଙ୍କର ଷ୍ଟାଣ୍ଡିଂ କମିଟି ଉପରେ ଯଦି ଭରଷା ନାହିଁ ଗୃହ କମିଟି ଗଠନ କରନ୍ତୁ । ଆଜି ବିଧାନସଭା ଶୁନ୍ୟକାଳରେ ମୁଲତବୀ ନୋଟିସ ଦେଇ ଏଭଳି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ।
ଏହାବି ପଢନ୍ତୁ- 5T Fight: ପୁଣି ଘେରିଲ ଜୟ, ଜବାବ ଦେଲେ ଅରୁଣ
ଆଜି ବିଧାନସଭା ଶୁନ୍ୟକାଳରେ ମୁଲତବୀ ନୋଟିସ ‘‘ଲକ୍ଷ୍ୟ ଠାରୁ ଦୂରେଇ ଯାଇଛି ମିଶନ ଶକ୍ତି କାର୍ଯ୍ୟକ୍ରମ, ମହିଳା ସଶକ୍ତି ନା ରେ କୋଟି କୋଟ ହରିଲୁଟ’’ ଶୀର୍ଷକ ମୁଲତବୀ ନୋଟିସ ଦେଇଥିଲେ ନରସିଂହ ମିଶ୍ର । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ନରସିଂହ କହିଥିଲେ, ସ୍ବଂୟ ସହାୟକ ଗୋଷ୍ଠୀ (ଏସଏଚଜି) ମହିଳା ମାନଙ୍କ ଅର୍ଥନୈତିକ ବିକାଶ ପାଇଁ ହୋଇଛି । କିନ୍ତୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ସରକାର । ସରକାରୀ ପଇସାରେ ସରକାରୀ ଦଳ ରାଜନୀତି କରୁଛି। ମହିଳାଙ୍କ ବିକାଶ ପରିବର୍ତ୍ତେ ବିନାଶ ହେଉଛି। ଉଦ୍ଦେଶ୍ୟ ସାଧିତ ନ ହୋଇ ଋଣ ପରିଶୋଧ ନହେଲେ କ୍ଷତି ସହୁଛନ୍ତି ସରକାର। ରାଜକୋଷର ହେଉଛି କ୍ଷତି ।
ସେପଟେ ଆଲୋଚାନରେ ଭାଗ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ସରକାର ମାଛ ତେଲରେ ମାଛ ଭାଜୁଛନ୍ତି। ମିଶନ ଶକ୍ତି ବିଜେଡିର ଅସ୍ତ୍ର ସାଜିଛି । ଏସଏଚଜି ମହିଳା ମାନେ ଋଣ ଅର୍ଥକୁ ନିୟମ ଅନୁସାରେ ଖର୍ଚ୍ଚ ନକରି ଗାଁ ଗାଁ ରେ ମହାଜନୀ କାରବାର କରୁଛନ୍ତି । ଚାଷୀଙ୍କୁ ଋଣ ଦେଉଛନ୍ତି । ବିଭିନ୍ନ ଲୋକଙ୍କ ମୋଟା ଅଙ୍କର ସୁଧ ଲଗାଉଛନ୍ତି । ଏବେ ଷ୍ଟାଡିଂ କମିଟିର ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ।
ଏହାବି ପଢନ୍ତୁ- ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ଡ୍ରପଆଉଟ ଛାତ୍ରଛାତ୍ରୀ: ଗଣଶିକ୍ଷା ମନ୍ତ୍ରୀ
ଅନ୍ୟପଟେ ମୁଲତବୀ ନୋଟିସର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ରେମ୍ବ କହିଛନ୍ତି ଗତ ୨୦୦୧ ମସିହାରେ ଆରମ୍ଭ ହୋଇଥିଲା ମିଶନ ଶକ୍ତି। ମହିଳାଙ୍କ ସଶକ୍ତିକରଣ ଲକ୍ଷ୍ୟ ନେଇ ରାଜ୍ୟ ସରକାର ଅନେକ କାମ କରୁଛନ୍ତି। ମହିଳାଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟରେ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ । ପଞ୍ଚାୟତ, ବ୍ଲକସ୍ତରରେ ମିଶନ ଶକ୍ତି ଗୃହ, ମହାସଂଘ କାର୍ଯ୍ୟାଳୟ, ମିଶନ ଶକ୍ତି ଭବନ ନିର୍ମାଣ ହେଉଛି । ମହିଳା ମାନଙ୍କ ଉତ୍ପାଦ ବିକ୍ରି ପାଇଁ ମିଶନଶକ୍ତି ବଜାର ସୃଷ୍ଟି କରାଯିବ । ସରକାରଙ୍କ ବିଭିନ୍ନ ବିଭାଗରେ ଏସଏଚଜି ମହିଳା କାର୍ଯ୍ୟ କରୁଛନ୍ତି। ବିରୋଧୀ ଆଣିଥିବା ଅଭିଯୋଗର କୌଣସି ଆଧାର ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।
ଇଟିଭି ଭାରତ, ଭୁବନେଶ୍ବର