ETV Bharat / state

ପିଏମ୍ ପୋଷଣ ଦ୍ବିତୀୟ କିସ୍ତି ପ୍ରଦାନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଚିଠି

ଆର୍ଥିକ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପିଏମ ପୋଷଣ ଯୋଜନାର ଦ୍ବିତୀୟ କିସ୍ତି ଶୀଘ୍ର ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚିଠି ଳେଖିଛନ୍ତି । ଅଧିକ ପଢନ୍ତୁ

author img

By

Published : Mar 16, 2023, 10:50 PM IST

ପିଏମ ପୋଷଣ ଦ୍ବିତୀୟ କିସ୍ତି ଅର୍ଥ ଶୀଘ୍ର ଦିଅନ୍ତୁ:  ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଚିଠି । ପିଏମ ପୋଷଣ ଦ୍ବିତୀୟ କିସ୍ତି ପ୍ରଦାନ ଦାବି କରି ଚିଠି ଲେଖିଲେ ମନ୍ତ୍ରୀ । ଆର୍ଥିକ ବର୍ଷ ୨୦୨୨-୨୩ ନିମନ୍ତେ ପିଏମ ପୋଷଣ ଯୋଜନାର ଦ୍ବିତୀୟ କିସ୍ତି ଶୀଘ୍ର ପ୍ରଦାନ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ରାଜ୍ୟକୁ ଦ୍ବିତୀୟ କିସ୍ତି ମଞ୍ଜୁର ନ ହେବା ଯୋଗୁଁ ଅସୁବିଧା ସୃଷ୍ଟି ହେଉଛି ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି ।

ଆର୍ଥିକ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପିଏମ ପୋଷଣ ଯୋଜନାର ଦ୍ବିତୀୟ କିସ୍ତି ଶୀଘ୍ର ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚିଠି ଳେଖିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ବାରା ରାଜ୍ୟକୁ ଦ୍ବିତୀୟ କିସ୍ତି ମଞ୍ଜୁର ନ ହେବା ଯୋଗୁଁ ଅସୁବିଧା ସୃଷ୍ଟି ହେଉଛି। ବ୍ୟକ୍ତିଗତ ଭାବେ ଏହି ବିଷୟକୁ ଅନୁଧ୍ୟାନ କରିବା ସହ ଯଥାଶୀଘ୍ର ପିଏମ ପୋଷଣର ମ୍ୟାଚିଂ ସେୟାର ମଞ୍ଜୁର କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଗଣଶିକ୍ଷା ମନ୍ତ୍ରୀ ଅନୁରୋଧ କରିଛନ୍ତି। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ରାଜ୍ୟରେ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ‘ପିଏମ ପୋଷଣ’ କାର୍ଯ୍ୟକାରୀ ହେଉଛି।

୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ର ସରକାରଙ୍କ ଅଂଶ ବାବଦରେ ୫୯୬୮୧.୨୯ ଲକ୍ଷ ଏବଂ ରାଜ୍ୟ ଅଂଶ ବାବଦରେ ୪୫୨୯୦.୦୪ ଲକ୍ଷ ବ୍ୟବସ୍ଥା କରାଯାଇଥିଲା। ଏଥିମଧ୍ୟରୁ କେନ୍ଦ୍ର ସରକାର ଗତ ସେପ୍ଟେମ୍ବର ୨୦ ତାରିଖରେ ପ୍ରଥମ କିସ୍ତି ବାବଦକୁ ୨୭୯୯୫.୩୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ପିଏମ ପୋଷଣ ଯୋଜନାର ସଠିକ୍ ପରିଚାଳନା ପାଇଁ ବଳକା ଅର୍ଥ ରାଜ୍ୟକୁ ମଞ୍ଜୁର କରାଯିବାର ଆବଶ୍ୟକତା ରହିଛି। ଗତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୭୯୦.୪୨ ଲକ୍ଷ ଟଙ୍କାର କେନ୍ଦ୍ର ଅଂଶ ଖର୍ଚ୍ଚ ହୋଇନଥିଲା। ସେହିପରି ପ୍ରଥମ କିସ୍ତି ବାବଦରେ ୨୭୯୯୫.୩୫ ଲକ୍ଷ ଟଙ୍କା ପ୍ରାପ୍ତ ହୋଇଛି । ସମୁଦାୟ ୨୮୭୮୫.୭୭ ଲକ୍ଷ ଟଙ୍କା କେନ୍ଦ୍ରରୁ ଗ୍ରହଣ କରାଯାଇଛି। ତେବେ ୨୦୨୨-୨୩ରେ କେନ୍ଦ୍ର ଅଂଶ ବାବଦରେ ୫୯୬୮୧.୨୯ ଲକ୍ଷ ଟଙ୍କାର ବଜେଟ ବ୍ୟବସ୍ଥା ହୋଇଥିଲା। ତେଣୁ ରାଜ୍ୟ ଆଉ ୩୦୮୯୫.୫୨ ଲକ୍ଷ ଟଙ୍କା ପାଇବାକୁ ବାକି ଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଦ୍ବିତୀୟ କିସ୍ତି ମଞ୍ଜୁର ନ ହେବା ଯୋଗୁଁ ଏହି ଯୋଜନା ପାଇଁ ଆବଶ୍ୟକ ପାଣ୍ଠି ମଞ୍ଜୁର କରିବାରେ ରାଜ୍ୟ ଅସୁବିଧାର ସମ୍ମୁଖୀନ ହେଉଛି। ତେଣୁ ଏ ବିଷୟକୁ ବ୍ୟକ୍ତିଗତ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.