ETV Bharat / state

ପୁଣି ସକ୍ରିୟ ହେଲା ମୌସୁମୀ, 7 ତାରିଖ ପର୍ଯ୍ଯନ୍ତ ରାଜ୍ୟରେ ବିସ୍ତୃତ ବର୍ଷା - ପୁଣି ସକ୍ରିୟ ହେଲା ମୌସୁମୀ

ପୁଣି ରାଜ୍ୟରେ ସକ୍ରିୟ ହୋଇଛି ମୌସୁମୀ । ଆଜି ଓ ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ବିସ୍ତୃତ ବର୍ଷା । ଅଧିକ ପଢନ୍ତୁ

ସ୍ୱାଭାବିକ ସ୍ଥିତିକୁ ଫେରିଲା ମୌସୁମୀ
ସ୍ୱାଭାବିକ ସ୍ଥିତିକୁ ଫେରିଲା ମୌସୁମୀ
author img

By ETV Bharat Odisha Team

Published : Sep 3, 2023, 6:33 PM IST

Updated : Sep 3, 2023, 7:58 PM IST

ସ୍ୱାଭାବିକ ସ୍ଥିତିକୁ ଫେରିଲା ମୌସୁମୀ

ଭୁବନେଶ୍ବର: ସ୍ୱାଭାବିକ ସ୍ଥିତିକୁ ଫେରିଲା ମୌସୁମୀ । ସମ୍ଭାବ୍ୟ ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ହୋଇଥିବା ବେଳେ ଆସନ୍ତାକାଲିଠାରୁ ରାଜ୍ୟରେ ବଢ଼ିବ ବର୍ଷାର ବିସ୍ତୃତି । ୫ ଦିନ ପ୍ରବଳ ରାଜ୍ୟରେ ବର୍ଷାର ସମ୍ଭାବନା ଥିବା ବେଳେ ଭିଜିବ ଉପକୂଳରୂ ଉପାନ୍ତ । ତେବେ ଉତ୍ତରପୂର୍ବ ବଙ୍ଗପୋପସାଗରରେ ବାୟୁମଣ୍ଡଳର ୫.୮ କିମି ପର୍ଯ୍ୟନ୍ତ ଏକ ଘୁର୍ଣ୍ଣିବଳୟ ସକ୍ରିୟ ହୋଇ ରହିଛି । ଯାହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ ଅଞ୍ଚଳ ଅର୍ଥାତ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ଅଞ୍ଚଳରେରେ ଏହା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଅଛି । ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଗାମୀ 7 ତାରିଖରେ ରାଜ୍ୟରେ ବିସ୍ତୃତି ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ରବିବାର ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳରେ ୫ ଜିଲ୍ଲାରେ ପ୍ରବଳ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବର୍ଷାକୁ ଦେଖି ରାଜ୍ୟର 22 ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗରମ ସହ ବର୍ଷାର ପରିମାଣ ମଧ୍ୟ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅଧିକ ପଢନ୍ତୁ.. Weather Update: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଗାମୀ 48 ଘଣ୍ଟାରେ ଲଘୁଚାପ

ଗତକାଲି ମୌସୁମୀ ଦୁର୍ବଳ ଥିଲେ ବି ଦ୍ୱୈତ ନଗରୀ ସମେତ ରାଜ୍ୟର ୧୨ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । କଟକର ନରାଜରେ ସର୍ବାଧିକ ୧୩୧.୦ ମିମି ବର୍ଷା ରେକର୍ଡ କରାଯାଇଛି । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୧୩ ପ୍ରତିଶତ ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକଠାରୁ ୪୧ ପ୍ରତିଶତ ଅଧିକ ରହିଛି ।

ଏହା ବି ପଛନ୍ତୁ..ଦାନା ବାନ୍ଧୁଛି ଲଘୁଚାପ, ଆସନ୍ତା 3ରୁ ବଦଳିବ ପାଗ; 2ଦିନ ଭିଜିବ ରାଜ୍ୟ

ସେପଟେ ଜୁନ୍‌ ୧ରୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ରାଜ୍ୟରେ ୮୦୨.୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ଠାରୁ ଏବେବି ୧୩ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ଏବେବି ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ସହ ୧୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 3, 2023, 7:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.