ETV Bharat / state

ବଦଳିବେ ଓଡିଶା କଂଗ୍ରେସର ମହିଳା କ୍ୟାପ୍ଟେନ !

author img

By ETV Bharat Odisha Team

Published : Jan 15, 2024, 9:35 PM IST

Odisha Mahila Congress: ଖୁବଶୀଘ୍ର ବଦଳିପାରନ୍ତି ଓଡ଼ିଶା ମହିଳା କଂଗ୍ରେସର ସଭାନେତ୍ରୀ । ବନ୍ଦିତା ପରିଡ଼ାଙ୍କୁ ଦାୟିତ୍ବମୁକ୍ତ କରି ନୂଆ ଇନ୍‌ଚାର୍ଜ ଘୋଷଣା କରିବ ଏଆଇସିସି । ଅଧିକ ପଢ଼ନ୍ତୁ

ବଦଳିବେ ଓଡିଶା କଂଗ୍ରେସର ମହିଳା କ୍ୟାପ୍ଟେନ !
ବଦଳିବେ ଓଡିଶା କଂଗ୍ରେସର ମହିଳା କ୍ୟାପ୍ଟେନ !
ବଦଳିବେ ଓଡିଶା କଂଗ୍ରେସର ମହିଳା କ୍ୟାପ୍ଟେନ !

ଭୁବନେଶ୍ବର: 2024 ସାଧାରଣ ନିର୍ବାଚନ ପୂର୍ବରୁ ଦୁର୍ବଳ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ଏଆଇସିସିର ଆକ୍ସନ ପ୍ଲାନ୍‌ । ଦଳକୁ କିଭଳି ଅଧିକ ସକ୍ରିୟ କରିହେବ, ସେନେଇ ଏଆଇସିସିର ଫୋକସରେ ଏବେ ଓଡିଶା । ନୂଆ ପ୍ରଭାରୀ, ଗଣମାଧ୍ୟମ ବିଭାଗର ନୂଆ ଅଧ୍ୟକ୍ଷ, ଯୁବ କଂଗ୍ରେସ ସଭାପତିଙ୍କ ପରେ ଏବେ ପାଳି ମହିଳା ସଂଗଠନର । ମହିଳା କଂଗ୍ରେସ ମୁଖିଆ ମଧ୍ୟ ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି । ଯଦି ଏମିତି ହୁଏ, ତେବେ କିଏ ହେବ ପରବର୍ତ୍ତୀ ମହିଳା କଂଗ୍ରେସର ରାଜ୍ୟ ସଭାନେତ୍ରୀ, ତାକୁ ନେଇ ଚାଲିଛି ଆଲୋଚନା । ବନ୍ଦିତା ପରିଡାଙ୍କୁ ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ କିଏ ହେବେ ନୂଆ ମହିଳା ମଙ୍ଗୁଆଳ, ତାକୁ ନେଇ ଆଶା ଆଉ ଆଶଙ୍କାରେ ମହିଳା କଂଗ୍ରେସ ।

ତେଲେଙ୍ଗାନାର ସଫଳତାକୁ ଓଡ଼ିଶାରେ ଦୋହରାଇବା ପାଇଁ କଂଗ୍ରେସର ଶୀର୍ଷ ନେତୃତ୍ବଙ୍କ ଟାର୍ଗେଟରେ ଓଡିଶା । ସେଥିପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସର ଚାଲିଛି ନବକଳେବର । ପ୍ରଭାରୀଙ୍କ ପରିବର୍ତ୍ତନ ପରେ ଦଳ ପକ୍ଷରୁ ସାଙ୍ଗଠନିକ କ୍ଷେତ୍ରରେ ଚାଲିଛି ଘର ସଜଡା । ନୂଆ ପ୍ରଭାରୀ ଦାୟିତ୍ବ ନେବା ପରେ ଚଳଚଞ୍ଚଳ ହୋଇଛି କଂଗ୍ରେସ ଶିବିର । ସଂଗଠନକୁ ଅଧିକ ଲୋକାଭିମୁଖୀ କରିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି ନୂଆ ପ୍ରଭାରୀ ଡଃ ଅଜୟ କୁମାର । କଂଗ୍ରେସ ଦଳର ବିଭିନ୍ନ ବିଭାଗ ଏବଂ ଛାମୁଆ ସଂଗଠନ ଗୁଡିକୁ ସଜାଡି ଦଳକୁ ଅଧିକ କ୍ରିୟାଶୀଳ କରିବାକୁ ପୁରୁଣା ନେତାଙ୍କୁ ଅବ୍ୟାହତି ଦେଇ ନୂଆ ନେତାଙ୍କ ଉପରେ ଭରସା କରିଛି ଦଳ । ଓପିସିସିର ଗଣମାଧ୍ୟମ ବିଭାଗର ମୁଖ୍ୟଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ଯୁବ ନେତାଙ୍କୁ ଦାୟିତ୍ବ ମିଳିଛି । ସେହିପରି କିଛି ଜିଲ୍ଲା ସଭାପତି ମାନଙ୍କୁ ପରିବର୍ତ୍ତନ ନେଇ ଚିଠା ପ୍ରସ୍ତୁତ ହୋଇ ସାରିଛି ବୋଲି ଆଲୋଚନା ଚାଲିଛି । ସେହିପରି ମହିଳା ସଭାନେତ୍ରୀ ବନ୍ଦିତା ପରିଡାଙ୍କୁ ମଧ୍ୟ ଦାୟିତ୍ବମୁକ୍ତ କରାଯିବ ବୋଲି କୁହାଯାଉଛି । ଏପରିକି ଏନେଇ ପ୍ରକ୍ରିୟା ସରିଛି, କେବଳ ଘୋଷଣା ବାକି ଅଛି ବୋଲି କୁହାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...2024 ପାଇଁ ଆକ୍ସନ ମୋଡରେ କଂଗ୍ରେସ; ଫୋକସରେ ଦକ୍ଷିଣ ଓଡ଼ିଶା

ତେବେ ଏହି ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ କହିଛନ୍ତି, "ମହିଳା ସଭାପତି ବଦଳିବେ କି ନାହିଁ ମୁଁ ଜାଣିନି, କିନ୍ତୁ ମହିଳା କଂଗ୍ରେସ ଅଧିକ କ୍ରିୟାଶୀଳ ହେବ । ରାଜ୍ୟରେ ମହିଳା ବିକାଶରେ ମହିଳା କଂଗ୍ରେସର ଅବଦାନ ରହିଛି । ମହିଳା କଂଗ୍ରେସ ଆଗାମୀ ଦିନରେ ବଡ଼ ଦାୟିତ୍ବ ନିଭାଇବ ।" ସେପଟେ ମହିଳାଙ୍କ ବିକାଶ ଦିଗରେ କଂଗ୍ରେସ ସବୁବେଳେ ତତ୍ପର ରହିଛି ଏବଂ ମହିଳା ସାଙ୍ଗଠନିକ କ୍ଷେତ୍ରରେ ନିଷ୍ପତ୍ତି ଏଆଇସିସି ନେବ ବୋଲି ପରୋକ୍ଷରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.