ETV Bharat / state

ଘରୋଇ ହସ୍ପିଟାଲ ବିସ୍ଫୋରଣ, ତଦନ୍ତ ଆରମ୍ଭ କଲା ଶ୍ରମ ବିଭାଗ - Odisha Labour Department

Investigation starts in Private Medical Blast case: ଭୁବନେଶ୍ବର ସ୍ଥିତ ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା । ତଦନ୍ତ ଆରମ୍ଭ କଲା ଶ୍ରମ ବିଭାଗ । ଅଧିକ ପଢନ୍ତୁ

Private Medical Blast case
Private Medical Blast case
author img

By ETV Bharat Odisha Team

Published : Jan 11, 2024, 8:43 PM IST

ଭୁବନେଶ୍ବର: ରାଜଧାନୀ ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା । କିଛି ଦିନ ଧରି ବିରୋଧୀଙ୍କ ତୀବ୍ର ବିରୋଧ ପରେ ତଦନ୍ତ ଆରମ୍ଭ କଲା ଶ୍ରମ ବିଭାଗ । ହସ୍ପିଟାଲକୁ ସ୍ବତନ୍ତ୍ର ଟିମ ପଠାଇ ତଦନ୍ତ କଲା ବିଭାଗ । ମୃତାହତ ଶ୍ରମିକଙ୍କ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମଗାଗଲା ତଥ୍ୟ । ତଦନ୍ତ ପରେ ଖୁବଶୀଘ୍ର ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ରହିଛି । ଏନେଇ ତଦନ୍ତ ଓ କ୍ଷତିପୂରଣ ଆବେଦନ ନେଇ ଶ୍ରମ ଯୁଗ୍ମ କମିଶନର ସୂଚନା ଦେଇଛନ୍ତି ।

ଘରୋଇ ମେଡିକାଲ କଲେଜ ବିସ୍ପୋରଣରେ ୩ ଜଣ ନିରୀହ ଜୀବନ ଚାଲିଯିବା ସହ ଜଣେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ଚାଲିଛି । ଏପରିକି ମୃତଦେହ ଅଦଳ ବଦଳ ଓ ଦିଲ୍ଲୀପ ସାମନ୍ତରାୟଙ୍କ ଗର୍ଭବତୀ ପତ୍ନୀ ସ୍ବାମୀଙ୍କ ଭୁଲ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କରିବାର ଅଭିଯୋଗ ତାଙ୍କ ପରିବାର କରିଛନ୍ତି । ଶ୍ରମିକମାନଙ୍କ ସୁରକ୍ଷା ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଙ୍ଘନ କରିବାର ଅଭିଯୋଗ ମଧ୍ୟ ହୋଇଛି । ଏପଟେ ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘର ଆବାହକ ବିପ୍ଳବ ପ୍ରକାଶ ମହାନ୍ତି ଗତ ୮ ତାରିଖରେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ, ୫ଟି ଅଧ୍ୟକ୍ଷ ଓ ଶ୍ରମ ସଚିବଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହା ବି ପଢନ୍ତୁ- ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା, ଲାଇସେନ୍ସ ରଦ୍ଦ ଦାବି କଲା ବିଜେପି

ଘଟଣାର ଗୁରୁତ୍ବକୁ ଉପଲବ୍ଧ କରି ଆଜି ରାଜ୍ୟ ସରକାରଙ୍କ ଶ୍ରମ କମିଶନରଙ୍କୁ ଘଟଣାର ତଦନ୍ତ କରିବା ସହ ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ଯଥାଶୀଘ୍ର ସାରି ରିପୋର୍ଟ ଦେବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିହତ ଓ ଆହତ ପରିବାରକୁ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ କରିବାକୁ ଦୃଢ ଦାବି କରିଛନ୍ତି ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘର ଆବାହକ ବିପ୍ଳବ ପ୍ରକାଶ ମହାନ୍ତି । ଯଦି ହାଇଟେକ କର୍ତ୍ତୃପକ୍ଷ ତୁରନ୍ତ ୫୦ ଲକ୍ଷର କ୍ଷତି ପୂରଣ ପ୍ରଦାନ ନ କରନ୍ତି ତେବେ ଆଗାମୀ ଦିନରେ ରାଜ୍ୟ ମାନବାଧିକାର କମିଶନରଙ୍କ ଦ୍ବାରସ୍ଥ ହେବା ସହ ହାଇକୋର୍ଟଙ୍କ ନିକଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ଏହା ବି ପଢନ୍ତୁ- ଘରୋଇ ହସ୍ପିଟାଲ ବିସ୍ଫୋରଣ: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ କଲା କଂଗ୍ରେସ

ସୂଚନା ଥାଉ କି ଗତ ୨୯ ତାରିଖରେ ରାଜଧାନୀର ଘରୋଇ ହସ୍ପିଟାଲରେ ହୋଇଥିଲା ବିସ୍ଫୋରଣ । ଏଥିରେ ୪ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ । ସେଥିରେ ଏଯାବତ ୩ ଜଣଙ୍କର ମୃତ୍ୟୁ ଘଟିଛି । ବିରୋଧୀଙ୍କ ଅଭିୟୋଗ ଅନୁସାରେ ମେଡିକାଲ କର୍ତ୍ତୃପକ୍ଷ ବିଜୁ ଜନତା ଦଳର ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ସେପଟେ ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ହସ୍ପିଟାଲର ଲାଇସେନ୍ସ ରଦ୍ଦ ନେଇ ମଧ୍ୟ ଦାବି କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.