ETV Bharat / state

ବାତ୍ୟା କ୍ଷୟକ୍ଷତି, ଏକର ପିଛା 25ହଜାର ସହାୟତା ଦିଆଯାଉ: କିଶାନ କଂଗ୍ରେସ - ମିଗଜୋମ କ୍ଷୟକ୍ଷତି

କଂଗ୍ରେସ ଅଭିଯୋଗ କରିଛି ବାତ୍ୟା ପୂର୍ବରୁ ସରକାର କେବଳ ଚାଷୀଙ୍କୁ ସତର୍କତା ସୂଚନା ଆଦେଶାବଳୀ ଜାରି କରିବା ଛଡ଼ା ଫସଲ ସୁରକ୍ଷା ପାଇଁ କୌଣସି ଜରୁରୀକାଳୀନ ସହାୟତା ଯୋଗାଇ ନଦେବା ଫଳରେ ଫସଲର ବହୁ କ୍ଷୟକ୍ଷତି ଘଟିଛି। ସବୁଠାରୁ ଧାନ ଫସଲରେ ବ୍ୟାପକ କ୍ଷତି ହୋଇଛି। ବର୍ଷା ଜଳରେ କଟାହୋଇ ପଡ଼ିଥିବା ଧାନ ପାଣିରେ ଭିଜି ଗଜା ହେଲାଣି । ଅଧିକ ପଢନ୍ତୁ

ବାତ୍ୟା କ୍ଷୟକ୍ଷତି, ଏକର ପିଛା 25 ହଜାର ସହାୟତା ଦିଆଯାଉ:  କିଶାନ କଂଗ୍ରେସ

author img

By ETV Bharat Odisha Team

Published : Dec 7, 2023, 9:37 PM IST

ବାତ୍ୟା କ୍ଷୟକ୍ଷତି, ଏକର ପିଛା 25 ହଜାର ସହାୟତା ଦିଆଯାଉ: କିଶାନ କଂଗ୍ରେସ

ଭୁବନେଶ୍ବର: ସାମୁଦ୍ରିକ ଝଡ ମିଗଜୋମ ପ୍ରଭାବରେ କ୍ଷୟକ୍ଷତିର ସଠିକ ଆକଳନ କରାଯାଉ। ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୨୫ ହଜାର ଟଙ୍କା ସହାୟତା, କୃଷି ଋଣ ଛାଡ଼, କୃଷି ଇନପୁଟ ସବସିଡ ଦେଢ଼ଗୁଣା ବୃଦ୍ଧି କରନ୍ତୁ ସରକାର । ଆଜି ପ୍ରେସମିଟ କରି ଏହି ଭଳି ଏକାଧିକ ଦାବି କରିଛି କିଶାନ କଂଗ୍ରେସ ।

କଂଗ୍ରେସ କିଶାନ ସେଲ ଓଡିଶା ଶାଖା ସଭାପତି ଅମୀୟ ପଟ୍ଟନାୟକ କହିଛନ୍ତି, ‘‘ସାମୁଦ୍ରିକ ଝଡ ମିଗଜୋମ ପ୍ରଭାବରେ କ୍ଷୟକ୍ଷତିର ସଠିକ ଆକଳନ କରାଯାଉ। ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୨୫ ହଜାର ଟଙ୍କା ସହାୟତା, କୃଷି ଋଣ ଛାଡ, କୃଷି ଇନପୁଟ ସବସିଡ ଦେଢଗୁଣା ବୃଦ୍ଧି କରନ୍ତୁ ସରକାର । ଧର୍ମକୁ ଆଖିଠାର ପରି ଫସଲ କ୍ଷୟକ୍ଷତିର ଆକଳନ କରାନଯାଉ। ସାମୁଦ୍ରିକ ଝଡ ମିଗଜୋମ ପ୍ରଭାବରେ ଦକ୍ଷଣି ଓଡ଼ିଶା ସମେତ ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକରେ ଧାନ, କପା ଓ ଅନ୍ୟାନ୍ୟ ଉଦ୍ୟାନ ଭିତ୍ତିକ ଫସଲ ବିପୁଳ ଭାବରେ ପ୍ରଭାବିତ ହୋଇଛି।’’

ଅଧିକ ପଢନ୍ତୁ- ଏସଆରସି ମାଗିଲେ ମିଗଜୋମ ପ୍ରଭାବରେ କ୍ଷୟକ୍ଷତି ରିପୋର୍ଟ

ସେହିପରି କଂଗ୍ରେସ ଅଭିଯୋଗ କରିଛି ବାତ୍ୟା ପୂର୍ବରୁ ସରକାର କେବଳ ଚାଷୀଙ୍କୁ ସତର୍କତା ସୂଚନା ଆଦେଶାବଳୀ ଜାରି କରିବା ଛଡ଼ା ଫସଲ ସୁରକ୍ଷା ପାଇଁ କୌଣସି ଜରୁରୀକାଳୀନ ସହାୟତା ଯୋଗାଇ ନଦେବା ଫଳରେ ଫସଲର ବହୁ କ୍ଷୟକ୍ଷତି ଘଟିଛି। ସବୁଠାରୁ ଧାନ ଫସଲରେ ବ୍ୟାପକ କ୍ଷତି ହୋଇଛି। ବର୍ଷା ଜଳରେ କଟାହୋଇ ପଡ଼ିଥିବା ଧାନ ପାଣିରେ ଭିଜି ଗଜା ହେଲାଣି। ଧାର କରଜ କରି ଚାଷ କରିଥିବା ଚାଷୀ ଅମଳ ସମୟରେ ଫସଲ ହରାଇବାରୁ ମାନସିକ ଦୁଶ୍ଚିନ୍ତାରେ ସମ୍ମୁଖୀନ ହେଉଛି। ଅପର ପକ୍ଷରେ ସରକାର ଧର୍ମକୁ ଆଖିଠାର ପରି ଫସଲକ୍ଷୟକ୍ଷତିର ଅନୁଧ୍ୟାନ ଆସନ୍ତା ୧୨ ତାରିଖ ସୁଦ୍ଧା ଆକଳନ କରିବାପରେ ଯେଉଁ କୃଷି ଇନପୁଟ ସହାୟତା ଦେବେ ତାହା ସମୁଦ୍ରକୁ ଶଙ୍ଖେ ଓ ଚାଷୀର ତତକ୍ଷଣାତ କ୍ଷତି ଭରଣାରେ ଏହା ସହାୟକ ହୋଇପାରିବ ନାହିଁ।

କିଷାନ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ସରକାରଙ୍କୁ ସର୍ତକ କରିବା ସହିତ ତୁରନ୍ତ ପ୍ରତି କ୍ଷେତ୍ର ସ୍ତରରୁ ଚାଷୀଙ୍କ ବାସ୍ତବ ସ୍ଥିତି ଅନୁଧ୍ୟାନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଏକର ପିଛା ୨୫ ହଜାର ଟଙ୍କା କ୍ଷତି ପୂରଣ ସହାୟତା, ଚାଷୀଙ୍କ ଠାରୁ ସଂପୂର୍ଣ୍ଣ କୃଷି ଋଣ ଛାଡ଼, ପ୍ରଚଳିତ କୃଷି ଇନପୁଟର ସବସିଡର ଦେଢ଼ ଗୁଣା ବୃଦ୍ଧି, ପନିପରିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ଶତପ୍ରତିଶତ ସହାୟତା ଓ ଚଳିତ ରବି ଚାଷପାଇଁ ମାଗଣାରେ ଆଳୁ, ପିଆଜ, ତୈଳବୀଜ ଓ ଡାଲିଜାତୀୟ ବିହନ ୭୦ ପ୍ରତିଶତ ରିହାତିରେ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପାଖରେ ଦୃଢ଼ ଦାବି କରିଛନ୍ତି। ଏହା ସହିତ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଚାଷୀଙ୍କ ସ୍ବାର୍ଥ ରକ୍ଷା ପାଇଁ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ କଂଗ୍ରେସ ଏକ ଦାବିପତ୍ର ପ୍ରଦାନ କରିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.