ETV Bharat / state

OJEE Result 2023: ପ୍ରକାଶ ପାଇଲା ଓଜେଇଇ ଫଳାଫଳ, ବି-ଫାର୍ମରେ ସୌରଭ ପତି ଟପ୍ପର

author img

By

Published : Jun 2, 2023, 11:40 AM IST

Updated : Jun 2, 2023, 1:06 PM IST

ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି । 48, 815 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 48,783 ଜଣ ରାଙ୍କ ପାଇଛନ୍ତି । ଅଧିକ ପଢନ୍ତୁ

ପ୍ରକାଶ ପାଇଲା ଓଜେଇଇ ଫଳାଫଳ
ପ୍ରକାଶ ପାଇଲା ଓଜେଇଇ ଫଳାଫଳ
ପ୍ରକାଶ ପାଇଲା ଓଜେଇଇ ଫଳାଫଳ

ଭୁବନେଶ୍ବର: ପ୍ରକାଶ ପାଇଲା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ ବା ଓଜେଇଇ । ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଢାଇ ପ୍ରେସମିଟ କରି ବିଦ୍ଧିବଦ୍ଧ ଭାବେ ଓଜେଇଇ ପରୀକ୍ଷା ଫଳ ଘୋଷଣା କରିଛନ୍ତି । 48, 815 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 48, 783 ଜଣ ରାଙ୍କ ପାଇଛନ୍ତି । ବି-ଫାର୍ମରେ ସୌରଭ କୁମାର ପତି, ଏମବିଏରେ ସତ୍ୟଜିତ ସାହୁ ଓ ଏମସିଏରେ ଅପୂର୍ବ ସୁନ୍ଦର ସାହୁ ଟପ୍ପର ହୋଇଛି । ସେହିପରି ସିଭିଲ ଇଞ୍ଜିନିୟରିଂରେ ସୁବାଷ ପୃଷ୍ଟି ଟପରେ ରହିଛନ୍ତି । ମୋଟ 23 ବିଭାଗରେ ଟପ୍ପରଙ୍କ ନାମ ଘୋଷଣା ହୋଇଛି । www.oje.nic.in ୱେବସାଇଟରେ ଫାଳାଫଳ ଉପଲବ୍ଧ ହୋଇଛି । ଆସନ୍ତା 26ରୁ 30 ସ୍ପେଶାଲ ଓଜେଇଇ ।

ପ୍ରକାଶ ପାଇଲା ଓଜେଇଇ ଫଳାଫଳ
ପ୍ରକାଶ ପାଇଲା ଓଜେଇଇ ଫଳାଫଳ

ସେହିପରି ଇଲେକ୍ଟ୍ରିକାଲରେ ସତ୍ୟଜିତ ମହାନ୍ତି, ଫିଲ୍ମ ଏଡିଟିଙ୍ଗରେ ସନସନୀ ଗୁପ୍ତା କେମିକାଲ ଇଞ୍ଜିନିୟରିଂରେ ସଂଗ୍ରାମ ପାତ୍ର ଟପ୍ପରେ ହୋଇଛନ୍ତି । ଏମ ଫାର୍ମରେ ରଶ୍ମିଞ୍ଜନ ପାଣିଗ୍ରାହୀ ଓ ମେକାନିକାଲ ଇଞ୍ଜିନିୟରିଂରେ ସୁମିତ ପରିଡା ଟପ୍ପର ହୋଇଛନ୍ତି । ବି-କ୍ୟାଟରେ ପ୍ରିୟଙ୍କା ଦେ,ଏମ.ପ୍ଲାନ ରୁପଲ ରତ୍ନପ୍ରିୟା, କମ୍ୟୁଟର ଇଞ୍ଜିନିୟରିଂରେ ଦୀପର କୁମାର ସ୍ବାଇଁ, କେମିକାଲ ଇଞ୍ଜିନିୟରିଂରେ ସଂଗ୍ରାମ ପାତ୍ର ଓ ମେଟାଲୋଜିକାଲ ଇଞ୍ଜିନିୟରିଂରେ ଶତ୍ରୁଘ୍ନ ଦିୱାନ ଟପ୍ପର ହୋଇଛନ୍ତି । ଆସନ୍ତା 26ରୁ ସ୍ପେଶାଲ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । 30 ତାରିଖ ଯାଏ ଚାଲିବ । ଆସନ୍ତାକାଲିଠୁ (ଶନିବାର) ପଞ୍ଜୀକରଣ ଆରମ୍ଭ ହୋଇ 8 ତାରିଖ ଯାଏ ଚାଲିବ । ସ୍ପେଶାଲ ଓଜେଇଇ ପରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ ।

OJEE ଟପ୍ପର ତାଲିକା
OJEE ଟପ୍ପର ତାଲିକା

ଏହା ବି ପଢନ୍ତୁ...ଉତ୍କଳ ବିଶ୍ବବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ପରାମର୍ଶ, ଦୁର୍ବଳତା ଚିହ୍ନଟ କର

ପ୍ରକାଶଥାଉ କି, ଚଳିତବର୍ଷ ମେ' ୮ରୁ ମେ' ୧୨ ଯାଏଁ ଚାଲିଥିଲା ଏହି ପରୀକ୍ଷା । ସିବିଟି ମୋଡ୍‌ରେ ପରୀକ୍ଷା ହୋଇଥିଲା । ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଏଥର ପରୀକ୍ଷା ହୋଇଥିଲା । ପ୍ରାୟ ୫୬ ହଜାର ପିଲା ପରୀକ୍ଷା ଦେଇଥିଲେ । ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଏଥର ପରୀକ୍ଷା ହୋଇଥିଲା । କୋଲକାତା, ରାଞ୍ଚି, ପାଟନାରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ବିଭିନ୍ନ କଲେଜରେ ବିଫାର୍ମା, ଏମବିଏ, ଏମସିଏ ଭଳି ପାଠ୍ୟକ୍ରମରେ ନାମ ଲେଖାଇପାରିବେ । ଓଡ଼ିଶାର ୩୦ଟି ଜିଲ୍ଲାର ୪୪ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା ।

୫୫ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ । ମୋଟ ୨୩ଟି ବର୍ଗରେ ପରୀକ୍ଷା ହୋଇଥିଲା । ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ଏମବିଏ, ଏମସିଏ, ଏମଏସସି, ଏମଟେକ, ଏମ.ପ୍ଲାନ୍‌, ଲାଟେରାଲ ଏଣ୍ଟ୍ରି ଏମବିଏ, ଲାଟେରାଲ ଏଣ୍ଟ୍ରି ବିଏସସି ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ଲାଗି ପରୀକ୍ଷା ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 2, 2023, 1:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.