ETV Bharat / state

ଆଜିଠାରୁ ଆରମ୍ଭ ଓଜେଇଇ, 15 ତାରିଖ ଯାଏଁ 3ଟି ସିଫ୍ଟରେ ଚାଲିବ ପରୀକ୍ଷା - ଓଜେଇଇ 2023

ଆଜିଠାରୁ ଆରମ୍ଭ ହୋଇଛି ଓଜେଇଇ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଦୈନିକ ୩ଟି ସିଫ୍ଟରେ ପରୀକ୍ଷା ହେବ । ଅଧିକ ପଢନ୍ତୁ

Odisha Joint Entrance Examination
ଆଜିଠାରୁ ଆରମ୍ଭ ହେଲା ଓଜେଇଇ
author img

By

Published : May 8, 2023, 11:53 AM IST

Updated : May 8, 2023, 1:20 PM IST

ଭୁବନେଶ୍ବର: ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଆରମ୍ଭ ହୋଇଛି । ସିବିଟି ମୋଡ଼ରେ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ । ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଦୈନିକ ୩ଟି ସିଫ୍ଟରେ ପରୀକ୍ଷା ହେବ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇଛି । ସନ୍ଧ୍ୟା ସାଢେ଼ ୬ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ରାଜ୍ୟରେ 30ଟି ସହରରେ 44ଟି ପରୀକ୍ଷା କେନ୍ଦ୍ର ଓ ରାଜ୍ୟ ବାହାରେ 3ଟି କେନ୍ଦ୍ରରେ ପରୀକ୍ଷା ହୋଇଛି । ମୋଟ 47 ସେଣ୍ଟରରେ ପରୀକ୍ଷା ହୋଇଛି ।

ଆଜିଠାରୁ ଆରମ୍ଭ ହେଲା ଓଜେଇଇ
ଆଜିଠାରୁ ଆରମ୍ଭ ହେଲା ଓଜେଇଇ

ଏହା ବି ପଢ଼ନ୍ତୁ: IAF MiG 21 crashes in Rajasthan: ଘର ଉପରେ ଖସିଲା ବାୟୁସେନା ବିମାନ, ୩ ମୃତ

କମ୍ପୁଟର ବେସଡ ଟେଷ୍ଟ୍‌ (ସିବିଟି) ମୋଡ଼ରେ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ । ଆଜିଠାରୁ ଓଜେଇଇ ପରୀକ୍ଷା । ଦିନକୁ ୩ଟି ସିଫ୍ଟରେ ହେବ ପରୀକ୍ଷା । ସକାଳ ୯ଟାରୁ ୧୧ ମଧ୍ୟରେ ହୋଇଛି ପ୍ରଥମ ସିଫ୍ଟ ପରୀକ୍ଷା, ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ୩୦ ସମୟ ମଧ୍ୟରେ ଦ୍ବିତୀୟ ସିଫ୍ଟ ଓ ସାଢ଼େ ୪ ଟାରୁ ସାଢ଼େ ୬ଟା ମଧ୍ୟରେ ତୃତୀୟ ସିଫ୍ଟ ପରୀକ୍ଷା ତୃତୀୟ ସିପ୍ଟ ପରୀକ୍ଷା ସମୟ ରହିଛି । ତେବେ ପ୍ରଥମ ଦିନର ପରୀକ୍ଷାରେ ଲାଟେରାଲ‌ ଡିପ୍ଲୋମା ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।

ଦ୍ବିତୀୟ ଦିନ ୯ ତାରିଖରେ ଏମ୍‌ସିଏ, ଏମ୍‌ଟେକ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଭାବରେ ତୃତୀୟ ଦିନ ୧୧ ତାରିଖରେ ଏମବିଏ । ସେହିପରି ୧୨ ତାରିଖରେ ବି.ଫାର୍ମା। ୧୫ ତାରିଖରେ ଲାଟେରାଲ‌ ଡିପ୍ଲୋମା ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହେବ । ୨୩ଟି ବର୍ଗରେ ନାମଲେଖା ପାଇଁ ୫୫ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରୀକ୍ଷା କେନ୍ଦ୍ରକୁ ଇଲେକ୍ଟ୍ରୋନିକ୍‌ ଗାଜେଟ ବାରଣ ହୋଇଛି । ହଲ୍‌କୁ ପରୀକ୍ଷାର୍ଥୀ ପ୍ରବେଶ କରିବା ପୂର୍ବୁର କଡ଼ା ଯାଞ୍ଚ କରାଯାଇଛି ।

ଏହା ବି ପଢନ୍ତୁ...ସାଧୁଙ୍କ ଅସାଧୁ କାମ, ପୁରୁଷ ସିକ୍ୟୁରିଟି ଗାର୍ଡକୁ ଦେଲେ ଯୌନ ନିର୍ଯାତନା

ସୂଚନା ଅନୁଯାୟୀ, ବି.ଫାର୍ମରେ ୧୩ ହଜାର ୮୧୩, ଏମବିଏରେ ୯ ହଜାର ୩୦୫, ଇଣ୍ଟିଗ୍ରେଟେଡ ଏମବିଏରେ ୧ ହଜାର ୩୭୨, ଲାଟେରାଲ‌ ଡିପ୍ଲୋମାରେ ୧୭ ହଜାର ୭୬୩, ଏମ୍‌.ଫାର୍ମା ୧ ହଜାର ୧୮୭, ଏମ୍‌ସିଏରେ ୮ ହଜାର ୮୪୧, ଲାଟେରାଲ‌ ଫର୍ମାରେ ୮୪୮, ଏମ୍‌.ଟେକ୍‌ରେ ୧ ହଜାର ୬୫୯ ଜଣ ପରୀକ୍ଷା ଦେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 8, 2023, 1:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.