ETV Bharat / state

GPS trackers For undertrial prisoners: ଘରେ ରହିବେ କଏଦୀ, ଦେହରେ ଲଗାଯିବ ଜିପିଏସ

ବିଚାରଧୀନ କଏଦୀ ଦେହରେ ଲାଗିବ ଜିପିଏସ୍ ସିଷ୍ଟମ । ଜିପିଏସ୍ ଲଗାଯାଇ ସେମାନଙ୍କୁ ଘରେ ଛଡାଯିବ । ଅଧିକ ପଢନ୍ତୁ

କଏଦୀ ଦେହରେ ଲାଗିବ ଜିପିଏସ୍  ଟ୍ରାକିଂ
କଏଦୀ ଦେହରେ ଲାଗିବ ଜିପିଏସ୍ ଟ୍ରାକିଂ
author img

By ETV Bharat Odisha Team

Published : Sep 1, 2023, 8:28 AM IST

Updated : Sep 1, 2023, 2:03 PM IST

କଏଦୀଦେହରେ ଲାଗିବ ଜିପିଏସ୍

ଭୁବନେଶ୍ବର: ଏଣିକି କଏଦୀଙ୍କ ଦେହରେ ଲାଗିବ ଜିପିଏସ୍ ଟ୍ରାକିଂ । ରାଜ୍ୟରେ ସାଧାରଣ ମାମଲାର କଏଦୀ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ସେମାନଙ୍କ ଦେହରେ ଚିପ୍ ତଥା ଜିପିଏସ ଟ୍ରାକିଂ ଲଗାଇ ଘରକୁ ଛଡାଯିବ । ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଜେଲ୍ ବିଭାଗ । ଜିପିଏସ୍ ଟ୍ରାକର ଲାଗିବା ଦ୍ବାରା କଏଦୀଙ୍କ ସମସ୍ତ ଗତିବିଧି ଓ କାର୍ଯ୍ୟକଳାପ ସମ୍ପର୍କରେ ଜେଲ୍ କର୍ତ୍ତୃପକ୍ଷଙ୍କ ପାଖରେ ଖବର ରହିବ ବୋଲି ଜେଲ୍ ବିଭାଗ କହିଛି । ଯେଉଁ କଏଦୀଙ୍କ ସଜ୍ଜା ୭ ବର୍ଷରୁ କମ୍ ହୋଇଥିବ, ସେମାନଙ୍କ ଗୋଡରେ ଏହି ଜିପିଏସ୍ ଲାଗିବ ।

ପ୍ରଥମ ପର୍ଯ୍ୟାୟରେ ଝାରପଡା ଓ କଟକ ଚୌଦ୍ୱାରରେ ଏହି ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ । ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ସବୁ ଜେଲରେ ବର୍ତ୍ତମାନ ମାତ୍ରାଧିକ କଏଦୀଙ୍କ ସଂଖ୍ୟା ଚିନ୍ତା ବଢ଼ାଇଛି । ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ କଏଦୀ ବିଚାରଧୀନ ଭାବେ ରହିଛନ୍ତି । ଅନେକ କଏଦୀ ରହିଛନ୍ତି ଯେଉଁମାନେ ସାଧାରଣ ମାମଲାରେ ସମ୍ପୃକ୍ତ ଅଛନ୍ତି ଏବଂ ସେମାନଙ୍କ ବିରୋଧରେ ଲାଗିଥିବା ଦଫା ଅନୁସାରେ ୭ ବର୍ଷରୁ କମ ସଜ୍ଜା ହେବ । ସେମାନଙ୍କ ସଂଖ୍ୟା ଅଧିକ ଥିବାରୁ ଜେଲରେ କଏଦୀ ସଂଖ୍ୟା ବଢ଼ିଯାଉଛି । ଏହି ଦୃଷ୍ଟିରୁ ଛୋଟ ଅପରାଧରେ ସାମିଲ ଥିବା ବିଚାରଧୀନ କଦଦୀଙ୍କୁ ଜେଲରେ ନ ରଖିବା ପାଇଁ ଜେଲ୍ ବିଭାଗ ଚିନ୍ତା କରିଛି । କଏଦୀଙ୍କ ଦେହରେ ଜିପିଏସ ଟ୍ରାକର ଲଗାଇ ସେମାନଙ୍କୁ ଘରକୁ ଛାଡି ଦିଆଯିବ ।

ଏହାମଧ୍ୟ ପଢନ୍ତୁ: ସେବା ପାଇଁ ସମ୍ମାନ, କଲେଜ NSS ପ୍ରୋଗ୍ରାମ ଅଫିସର ହେବେ ପୁରସ୍କୃତ

ଏହା ଟ୍ରାକର ମାଧ୍ୟମରେ କଏଦୀର ସମସ୍ତ ଗତିବିଧି ଓ କାର୍ଯ୍ୟକଳାପ ବିଷୟରେ ଜେଲ କର୍ତ୍ତୁପକ୍ଷଙ୍କ ନିକଟରେ ସମସ୍ତ ତଥ୍ୟ ରହିବ । ଟ୍ରାକର ମେସିନକୁ କୌଣସି କଏଦୀ ଯଦି ନଷ୍ଟ କରିବା ପାଇଁ ଚେଷ୍ଟା କରେ ତୁରନ୍ତ ସ୍ଥାନୀୟ ଥାନାକୁ ଆଲର୍ଟ ଯିବ ବୋଲି କୁହାଯାଇଛି । କୌଣସି ସାଂଘାତିକ ଅପରାଧ ନୁହେଁ ସାଧାରଣ ଅପରାଧ କରି ଜେଲରେ ଥିବା କଏଦୀଙ୍କୁ ଏଭଳି ଜିପିଏସ ଲଗାଇ ବାହାରକୁ ଛଡା ଯାଇପାରିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଏଦୀଙ୍କ ଦେହରେ ଜିପିଏସ୍ ଲାଗିବା ବ୍ୟବସ୍ଥା ୪୦ରୁ ୪୫ଟି ଦେଶରେ ପ୍ରଚଳିତ ଅଛି । ସେହି କ୍ରମରେ ଓଡ଼ିଶାରେ ଏହି ବ୍ୟବସ୍ଥା ଲାଗୁ ହେବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ବେଳେ କଏଦୀ ଅନୁମତି ଦେଲେ ସେ ପିନ୍ଧି ପାରିବେ ବୋଲି କୁହାଯାଇଛି । ଯଦି କଏଦୀ ମନା କରିବ ତେବେ ସେ ଜେଲରେ ରହିବ । ତେବେ ଆଜି ପର୍ଯ୍ୟନ୍ତ ଦେଶର କୌଣସି ରାଜ୍ୟରେ ଏ ପ୍ରକାର ବ୍ୟବସ୍ଥା କରାଯାଇନି । ଯଦି ଏହା ଓଡ଼ିଶାରେ ଲାଗୁ ହୁଏ ତେବେ ଭାରତର ପ୍ରଥମ ରାଜ୍ୟ ଭାବେ କଏଦୀଙ୍କ ଦେହରେ ଲାଗିବ ଜିପିଏସ୍ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 1, 2023, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.