ETV Bharat / state

Odisha Politics: ଜାତୀୟ ଦଳ ଫୋକସରେ ଓଡିଶା, ଦୃଢ ସଂଗଠନ ଥିଲେ ମିଳିବ ଫାଇଦା

author img

By

Published : Jan 12, 2023, 10:58 PM IST

ଓଡିଶା ଆସିବେ AICC ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ଖୋର୍ଦ୍ଧା ବରୁଣେଇରେ ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସମାବେଶରେ ସାମିଲ ହୋଇପାରନ୍ତି ପ୍ରିୟଙ୍କା । ତେବେ ଆସନ୍ତା ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହେବାକୁ ଥିବା ହାତ ସେ ହାତ ଯୋଡ଼ୋ କାର୍ଯ୍ୟକ୍ରମରେ ପ୍ରିୟଙ୍କା ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଅଧିକ ପଢନ୍ତୁ

Odisha Politics
Odisha Politics
ଜାତୀୟ ଦଳ ଫୋକ୍ସରେ ଓଡିଶା, ଦୃଢ ସଂଗଠନ ଥିଲେ ମିଳିବ ଫାଇଦା

ଭୁବନେଶ୍ବର: ଆଗକୁ ଆସୁଛି 2024 ସାଧାରଣ ନିର୍ବାଚନ । ଦୀର୍ଘ ବର୍ଷ ହେଲା କ୍ଷମତାରେ ଥିବା ବିଜେଡିକୁ ଗାଦିଚ୍ୟୁତ କରିବା ଲାଗି ଅଣ୍ଟା ଭିଡିଲେଣି ବିଭିନ୍ନ ରାଜନୈତିକ ଦଳ । ଓଡିଶାକୁ ଗସ୍ତ କରୁଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ୱ । ଜାତୀୟ କଂଗ୍ରେସ ଓ ଆମ ଆଦମୀ ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଆଗାମୀ ଦିନରେ ଓଡିଶା ଆସିବେ ବୋଲି ଜଣାପଡିଛି । ସରକାରୀ ବିରୋଧୀ ଲହରରୁ ଓଡିଶାରେ ସଫଳତା ପାଇବା ଲାଗି ଜାତୀୟ ଦଳ ଆଶାବାଦୀ ହୋଇଛନ୍ତି । ବିଜେଡି କହିଛି ଓଡ଼ିଶାରେ ପୁଣି ନବୀନ ସରକାର । ଆସନ୍ତା ନିର୍ବାଚନରେ ଦୃଢ଼ ସଂଗଠନ ଥିବା ଦଳକୁ ଫାଇଦା ମିଳିବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।

ଏହାବି ପଢନ୍ତୁ- Santosh Singh Saluja Lashes Out: ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାପାଳ ବିଧାୟକ ମୁହାଁମୁହିଁ

ଓଡିଶା ଆସିବେ AICC ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ଖୋର୍ଦ୍ଧା ବରୁଣେଇରେ ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସମାବେଶରେ ସାମିଲ ହୋଇପାରନ୍ତି ପ୍ରିୟଙ୍କା । ତେବେ ଆସନ୍ତା ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହେବାକୁ ଥିବା ହାତ ସେ ହାତ ଯୋଡ଼ୋ କାର୍ଯ୍ୟକ୍ରମରେ ପ୍ରିୟଙ୍କା ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ସାଧାରଣ ନିର୍ବାଚନ ପୂର୍ବରୁ ପ୍ରିୟଙ୍କାଙ୍କ ଓଡିଶା ଗସ୍ତ କଂଗ୍ରେସର ଛାମୁଆ ସଂଗଠନକୁ କ୍ରିୟାଶୀଳ କରିବ ବୋଲି ଆଶା ରଖିଛି ଦଳ । ସେହିପରି ବିଜେପିର କେନ୍ଦ୍ରୀୟ ନେତା ଲଗାତାର ଓଡିଶା ଗସ୍ତରେ ଆସୁଛନ୍ତି । ବିଭିନ୍ନ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି କେନ୍ଦ୍ରୀୟ ନେତା । ଗତ 6 ମାସରେ 2 ଥର ଓଡିଶା ଗସ୍ତରେ ଆସିଲେଣି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଗୃହ ମନ୍ତ୍ରୀ ଅମିତ ଶାହା ଗତ ବର୍ଷ ଓଡିଶା ଗସ୍ତରେ ଆସିଥିବାବେଳେ ଚଳିତ ବର୍ଷ ମଧ୍ୟ କାର୍ଯ୍ୟକ୍ରମ ରହିଛି । ସେହିପରି ସର୍ବୋଚ୍ଚ ନେତା ନରେନ୍ଦ୍ର ମୋଦି ମଧ୍ୟ ଚଳିତ ବର୍ଷ ଓଡିଶା ଗସ୍ତରେ ଆସିବେ । କେନ୍ଦ୍ରୀୟ ନେତାଙ୍କ ବରାବର ଗସ୍ତ ନେଇ ଆସନ୍ତା ନିର୍ବାଚନରେ ସରକାର ଗଢିବା ନେଇ ଆଶାବାଦୀ ହୋଇଛି ।

ଏହାବି ପଢନ୍ତୁ- MP Aparajita Sarangi Pressmeet: ଓଡିଶାକୁ ମିଳିଲା ୯ ଲକ୍ଷ PMAY ଘର

ଅନ୍ୟପକ୍ଷରେ ଦିଲ୍ଲୀ ଓ ପଞ୍ଜାବ ଦଖଲ ପରେ ଓଡିଶା ଗସ୍ତରେ ଆସିପାରନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । କେନ୍ଦ୍ରୀୟ ଦଳର ଓଡିଶା ଉପରେ ଫୋକ୍ସ ଓ ଗସ୍ତ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି,‘‘ ବିଜେଡି ଏକ ଆଞ୍ଚଳିକ ଦଳ । ବିଜେପି, କଂଗ୍ରେସ ଓ ଆପ ଜାତୀୟ ଦଳ । 3 ଦଳର ସର୍ବଭାରତୀୟ ନେତା ଓଡିଶା ଆସିବେ । ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ଜେପି ନଡ୍ଡା, କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ, ଆପର ଅରବିନ୍ଦ କେଜ୍ରିୱାଲ ଆସିବେ । ସବୁ ଦଳର ନେତା ଆସିବା ସ୍ଵାଭାବିକ କଥା । ସିପିଆଇ(ଏମ)ର ନେତା ମଧ୍ୟ ଓଡ଼ିଶା ଆସି କାର୍ଯ୍ୟକ୍ରମ କରୁଛନ୍ତି । ନିର୍ବାଚନ ବେଳେ କେନ୍ଦ୍ରୀୟ ଦଳର ନେତା ଅଧିକ ଆସିବେ । ଏଥିରେ ଆଚମ୍ବିତ ହେବାର କିଛି ନାହିଁ । ଜନସାଧାରଣଙ୍କୁ ପ୍ରଭାବିତ କରିବା ଲାଗି ସମସ୍ତେ ଆସୁଛନ୍ତି । ଲୋକ ସେବାବଦରେ ଭୋଟ ଦେଇ ଜଣାଇବେ । ଆମେ ନିଶ୍ଚିତ ଯେ, ଜନସାଧାରଣଙ୍କ ଆଶୀର୍ବାଦ ଆମ ସହିତ ରହିବ । ବିଜେଡିର ବିକାଶ ଆଭିମୁଖ୍ୟ ନେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ପ୍ରତି ଆସ୍ଥା ରହିଛି । ବାରମ୍ବାର ନିର୍ବାଚନ ପରେ ନିର୍ବାଚନ ନିରବଚ୍ଛିନ୍ନ ଭାବେ ବିଜୁ ଜନତା ଦଳ ପ୍ରତିପାଦିତ କରିଛି । ଜନସାଧାରଣଙ୍କ ଆଶୀର୍ବାଦ 2024 ରେ ପାଇବୁ ବୋଲି ଆଶାବାଦୀ ଅଛୁ ।’’ ସେହିପରି ବରିଷ୍ଠ ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ଏ କଥାର ଆଲୋଚନାର ଆବଶ୍ୟକତା କିଛି ନାହିଁ । ସବୁ ରାଜନୈତିକ ଦଳକୁ ପ୍ରସ୍ତୁତ ହେବା ଲାଗି ସ୍କୋପ ଅଛି । ଖେଳ ପଡିଆ ପଡିଛି, କେଉଁ ଖେଳାଳୀ ଆସୁଛନ୍ତି ଦେଖିବା । ଓଡ଼ିଶାରେ ଗୋଟିଏ ପଡିଆ । ଗୋଟିଏ ଖେଳ ଓ ଗୋଟିଏ ଟିମ । ସେ ହେଉଛି ନବୀନ ପଟ୍ଟନାୟକଙ୍କ ଟିମ ।

ସେହିଭଳି ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ଯେ, ରାଜ୍ୟରେ ଜନମତ ଧ୍ରୁବିକରଣ ହୋଇ ରହିଛି । ତୃତୀୟ ଶକ୍ତି ଭାବେ ଥିବା କଂଗ୍ରେସ ସଙ୍କୁଚିତ ହୋଇଯାଇଛି । ଓଡ଼ିଶାରେ 2024 କୁ ନେଇ ସମ୍ଭାବନା ଥିବା ଅନେକ ଭାବୁଛନ୍ତି । ଯେଉଁଠାରେ ସରକାର ଦୀର୍ଘ କାଳ ରହୁଛନ୍ତି ସେଠାରେ ସରକାର ବିରୋଧୀ ଲହର ରହୁଛି । ଓଡ଼ିଶାରେ ମଧ୍ୟ ସରକାର ବିରୋଧୀ ଲହର ରହିଛି । ଓଡ଼ିଶାରେ ନିର୍ବାଚନ ପୂର୍ବରୁ ସରକାରୀ ଦଳ କିଛି ନା କିଛି ପ୍ରୟୋଗ କରୁଛି, ଯାହା ଜନସାଧାରଣଙ୍କୁ ଆକର୍ଷିତ କରୁଛି । ଓଡ଼ିଶାରେ ଲୋକଙ୍କୁ ସନ୍ତୁଷ୍ଟ କରିବା ସହଜ । ଯାହା ରାଜ୍ୟ ସରକାର ବୁଝୁଛନ୍ତି, କରୁଛନ୍ତି । ଯେଉଁମାନେ ରାଜ୍ୟ ସରକାରଙ୍କ ପ୍ରତି ବିରକ୍ତି ପ୍ରକାଶ କରୁଛନ୍ତି ସେମାନେ ବିଜେପିକୁ ବିକଳ୍ପ ଭାବେ ଗ୍ରହଣ କରୁଛନ୍ତି । ତୃଣମୂଳ ସ୍ତରରେ ବଡ଼ଧରଣର ସଂଗଠନ କରିସାରିଥିବା ରାଜ୍ୟ ସରକାରଙ୍କୁ ଗାଦିଚ୍ୟୁତ କରିବା ଲାଗି ସେହି ସଂଗଠନ କୌଣସି ଦଳ କରିପାରୁନାହାନ୍ତି । ରାଜ୍ୟରେ ନମ୍ବର 2 ଥିବା ବିଜେପି ଲାଗି ସୁଯୋଗ ଥିଲେ ବି ବିଜେଡି ତୁଳନାରେ ସଂଗଠନ ଭିତ୍ତିଭୂମି ନାହିଁ ।

ଏହାବି ପଢନ୍ତୁ- ଲକ୍ଷ୍ୟ ଋଣମୁକ୍ତ ଚାଷୀ, ବିଷମୁକ୍ତ ଶସ୍ୟ; 16ଟି ଗାଁ ଚାଷୀ କଲେ ଦେଶୀ ବିହନ ବ୍ୟାଙ୍କ, ଜୀଉଁଛନ୍ତି ନିରୋଗ ଜୀବନ

ଅନ୍ୟପଟେ ବିଜେଡି ସଂଗଠନ କେତେ ମଜବୁତ ତାହା ଗତ ପଞ୍ଚାୟତ ନିର୍ବାଚନରେ ପୁନର୍ବାର ପ୍ରମାଣିତ ହୋଇଛି । ସଂଗଠନକୁ ବଞ୍ଚେଇ ରଖିବା ଲାଗି ବିଜେଡି ଗୋଟିଏ ପରେ ଗୋଟେ କାର୍ଯ୍ୟକ୍ରମ ହାତକୁ ନେଉଛି । ଯାହା ବିଜେଡି କର୍ମୀଙ୍କୁ ସକ୍ରିୟ କରି ରଖୁଛି । ଲୋକଙ୍କ ଲାଗି ଫିଲ ଗୁଡ଼ ବ୍ୟବସ୍ଥା କରୁଛି ବିଜେଡି ନେତୃତ୍ୱାଧୀନ ବିଜେଡି ସରକାର । ସରକାର ବିରୋଧୀ ଲହରକୁ ଦୂର କରିବା ଲାଗି ଯାହା ଯାହା ଦରକାର ତାହା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଛି । ଯେଉଁ ଦଳ ସତ ଓ ବାସ୍ତବତା ଲୋକଙ୍କ ପାଖରେ ପହଁଚେଇପାରିବ ଓ ସଂଗଠନ କରିପାରିବ ସେହି ଦଳ ସରକାର ବିରୋଧୀ ଲହରରୁ ଫାଇଦା ନେଇପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.