ETV Bharat / state

ବଢ଼ିଲା ହାବିଲଦାର ଓ କନେଷ୍ଟବଳଙ୍କ ଖାଇବା ଭତ୍ତା - ବଢ଼ିଲା ହାବିଲଦାର ଖାଇବା ଭତ୍ତା

Food Packet Allowance Hikes: ନୂଆବର୍ଷ ପୂର୍ବରୁ ହାବିଲଦାର, କନେଷ୍ଟବଳ ଓ ସିପାହୀଙ୍କ ପାଇଁ ଖୁସି ଖବର । ସେମାନଙ୍କର ଦୈନିକ ଖାଇବା ଭତ୍ତା ବଢାଇଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

ହାବିଲଦାର ଓ କନେଷ୍ଟବଳଙ୍କ ଖାଇବା ଭତ୍ତା ବୃଦ୍ଧି

author img

By ETV Bharat Odisha Team

Published : Dec 23, 2023, 7:26 AM IST

ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟରତ ହାବିଲଦାର, କନେଷ୍ଟବଳ ଓ ସିପାହୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ରାଜ୍ୟ ସରକାର । ସେମାନଙ୍କର ଦୈନିକ ଖାଇବା ଭତ୍ତା ପରିମାଣକୁ ବୃଦ୍ଧି କରିଛନ୍ତି । ଏହି ଭତ୍ତା ଏବେ ୫୦ରୁ ୭୫ ଟଙ୍କାକୁ ବୃଦ୍ଧି କରାଯାଇଛି । ଏନେଇ ଶୁକ୍ରବାର ଦିନ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି କର୍ମଚାରୀମାନେ କ୍ରମାଗତ ୮ ଘଣ୍ଟା ଓ ତା’ଠୁ ଅଧିକ ସମୟ ଡ୍ୟୁଟି କରୁଥିବା ବେଳେ ସେମାନଙ୍କୁ ଖାଇବା ବାବଦରେ ଦିଆଯାଉଥିଲା ୫୦ ଟଙ୍କା । ରାଜ୍ୟ ସରକାର ଏହାକୁ ୭୫ ଟଙ୍କାକୁ ବୃଦ୍ଧି କରିଛନ୍ତି ।

ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ କାର୍ଯ୍ୟରତ ହାବିଲଦାର, କନେଷ୍ଟବଳ ଓ ସିପାହୀଙ୍କ ଦୈନିକ ଖାଇବା ଭତ୍ତା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ନୂଆବର୍ଷ ଭେଟି ଦେଇଛନ୍ତି ରାଜ୍ୟ ସରକାର । ଏହି କର୍ମଚାରୀମାନଙ୍କୁ ଖାଇବା ବାବଦରେ ୫୦ ଟଙ୍କା ଦିଆଯାଉଥିଲା । ଯାହାକି ସେମାନଙ୍କ ପାଇଁ ଯଥେଷ୍ଟ ହେଉନଥିଲା । ତେଣୁ ଏହି ଭତ୍ତା ଏବେ ୫୦ରୁ ୭୫ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ଭତ୍ତା ତତ୍କାଳ ପ୍ରଭାବରୁ ଲାଗୁ ହୋଇଛି । ଏହି ନିଷ୍ପତ୍ତି ଫଳରେ ରାଜ୍ୟର ପ୍ରାୟ ୫୫ ହଜାର ହାବିଲଦାର, କନେଷ୍ଟବଳ ଓ ସିପାହୀ ଉପକୃତ ହେବେ ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟପାଳଙ୍କ ରାୟଗଡ଼ା ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ଉଦଘାଟନ

ଏହା ମଧ୍ୟ ପଢନ୍ତୁ: ଯୋରନ୍ଦା ପୀଠ ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ: ଖର୍ଚ୍ଚ ହେବ ୧୧୨ କୋଟି

ରାଜ୍ୟ ସରକାରଙ୍କ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ସ୍ବାଗତ କରିଛି ଓଡ଼ିଶା ପୋଲିସ । ଏକ୍ସରେ ପୋଷ୍ଟ କରି ଓଡିଶା ପୋଲିସ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟରତ ହାବିଲଦାର , କନଷ୍ଟେବଳ ଏବଂ ସିପାହୀମାନଙ୍କ ପାଇଁ ଖାଦ୍ୟ ପ୍ୟାକେଟ ଭତ୍ତା ବୃଦ୍ଧି କରିଥିବାରୁ ଓଡ଼ିଶା ଗୃହ ବିଭାଗକୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛୁ । ଏହି ସକରାତ୍ମକ ପଦକ୍ଷେପ କ୍ରମାଗତ ୮ ଘଣ୍ଟା କର୍ତ୍ତବ୍ୟ ସମ୍ପାଦନ କରିବାରେ ନିଶ୍ଚିତ ଭାବେ ଉତ୍ସାହିତ କରିବ । ଆଗାମୀ ଦିନରେ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଉପଯୁକ୍ତ ସେବା ପ୍ରଦାନ କରିବାରେ ଅନନ୍ୟ ଭୂମିକା ଗ୍ରହଣ କରିବେ । ୮ ଘଣ୍ଟାରୁ ଅଧିକ ସମୟ ଡ୍ୟୁଟି କରୁଥିବା ହାବିଲଦାର, କନେଷ୍ଟବଳ ଓ ସିପାହୀଙ୍କ ଖାଇବା ଭତ୍ତା ବଢାଇ ନୂଆବର୍ଷ ଭେଟି ଦେଇଛନ୍ତି ରାଜ୍ୟ ସରକାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.