ETV Bharat / state

ସେବା ପାଇଁ ସମ୍ମାନ, କଲେଜ NSS ପ୍ରୋଗ୍ରାମ ଅଫିସର ହେବେ ପୁରସ୍କୃତ

ମହାବିଦ୍ୟାଳୟରେ କାର୍ଯ୍ୟରତ ଜାତୀୟ ସେବା ଯୋଜନା ଗୁଡ଼ିକର ପ୍ରୋଗ୍ରାମ ଅଫିସର ଓ ୟୁନିଟମାନଙ୍କୁ କରାଯିବ ପୁରସ୍କୃତ । ପ୍ରକାଶ ପାଇଲା ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 1, 2023, 7:17 AM IST

Odisha Higher secondary education department

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ସେବା ଯୋଜନା (NSS)ର ରାଜ୍ୟ ପୁରସ୍କାର ଗୁଡ଼ିକ ଲାଗି ବିଜେତାମାନଙ୍କ ନାମ ଗୁରୁବାର ଘୋଷଣା କରାଯାଇଛି । ଶିକ୍ଷା ବର୍ଷ ୨୦୨୨-୨୩ ମସିହା ପାଇଁ ବିଭିନ୍ନ ମହାବିଦ୍ୟାଳୟରେ କାର୍ଯ୍ୟରତ ଜାତୀୟ ସେବା ଯୋଜନା ଗୁଡ଼ିକର ପ୍ରୋଗ୍ରାମ ଅଫିସର ଓ ୟୁନିଟମାନଙ୍କୁ ପୁରସ୍କୃତ କରାଯିବ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗତକାଲି(ଗୁରୁବାର) ବିଜ୍ଞପ୍ତି ପ୍ରକାଶ ପାଇଛି ।

୨୦୨୨-୨୩ ମସିହା ପାଇଁ ବିଭିନ୍ନ ମହାବିଦ୍ୟାଳୟରେ କାର୍ଯ୍ୟରତ ଜାତୀୟ ସେବା ଯୋଜନା ଗୁଡ଼ିକର ପ୍ରୋଗ୍ରାମ ଅଫିସର ଓ ୟୁନିଟ ମାନଙ୍କୁ ପୁରସ୍କୃତ କରାଯିବ । ଏହା ବ୍ୟତୀତ ବୃକ୍ଷରୋପଣ, ରକ୍ତଦାନରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୟୁନିଟ ଗୁଡ଼ିକୁ ପୁରସ୍କୃତ କରାଯିବ । ଏହା ସହ ଅନୁରୂପ ଭାବରେ ଶ୍ରେଷ୍ଠ ସ୍ଵେଚ୍ଛାସେବୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ଏହି ବିଜେତାମାନଙ୍କୁ ଟ୍ରଫି, ନଗଦ ଅର୍ଥରାଶି, ପଦକ ଓ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯିବ । ବିଭାଗ ପକ୍ଷରୁ ଗଠିତ ବିଶେଷଜ୍ଞ କମିଟି ଦ୍ଵାରା ଚୟନ କରାଯାଇଥିବା ଏହି ବିଜେତାମାନଙ୍କୁ ନିକଟ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ଵତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି ।

ଏହା ବି ପଢନ୍ତୁ- 50 ବର୍ଷରେ ଏନଏସଏସ, ଚିତ୍ର ମାଧ୍ୟମରେ ସଚେତନ ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ

ତିନିଜଣ ପ୍ରୋଗ୍ରାମ ଅଫିସର, ତିନିଟି ଶ୍ରେଷ୍ଠ କଲେଜର ୟୁନିଟ୍, ବୃକ୍ଷରୋପଣ ସହ ରକ୍ତଦାନ ଶିବିର ପାଇଁ ଦୁଇଟି ୟୁନିଟ୍ ସମେତ ୧୨ଜଣ ସ୍ଵେଚ୍ଛାସେବୀଙ୍କୁ ପୁରସ୍କୃତ କରାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଚିଠି ଅନୁଯାୟୀ, ପ୍ରୋଗ୍ରାମର ଅଫିସର ଭାବରେ ତିହିଡି କଲେଜର କମଳାକାନ୍ତ ଓଝା, ଶହୀଦ ଲକ୍ଷ୍ମଣ ନାୟକ ଡିଗ୍ରୀ କଲେଜର ହିମାଂଶୁ ଶେଖର ବକ୍ସି ଏବଂ କରିଆର ସ୍ବୟଂଶାସିତ କଲେଜର ସୃଜନ ପ୍ରଧାନ । ଶ୍ରେଷ୍ଠ ପ୍ଲାଣ୍ଟେସନ ଭାବରେ କୁଣ୍ଟା ମହାବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ତପନ କୁମାର ବାରିକଙ୍କୁ ଦିଆଯିବ ଟ୍ରାଫି ସହିତ ଅର୍ଥରାଶି ।

ସୂଚନା ଅନୁଯାୟୀ, ରାଜ୍ୟରେ ଏନଏସଏସ ପକ୍ଷରୁ ଅନେକ ସମାଜସେବା କାର୍ଯ୍ୟ କରାଯାଇଥାଏ । କଲେଜଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସମାଜ ସେବୀ କାର୍ଯ୍ୟ ରକ୍ତଦାନ ଭଳି ଅନେକ କାର୍ଯ୍ୟ ହାତକୁ ନେଇଥାନ୍ତି । କୋରୋନା ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟାକୁ ନେଇ ସୁରୁଖୁରୁରେ ଶେଷ କରିଥାନ୍ତି ଏହି ଏନଏସଏସ ସେବକମାନେ। ଏହାସହ ରାଜ୍ୟରେ ବିଭିନ୍ନ କଲେଜରେ ମେଗା ରକ୍ତଦାନ ଶିବିର ଆୟୋଜନ କରି ଶହ ଶହ ୟୁନିଟ ରକ୍ତ ସଂଗ୍ରହ କରିଥାନ୍ତି । ଏହାବାଦ୍‌ ଅନେକ ସମୟରେ ଏହି ସେବାକୁ ନେଇ ଏମାନେ ବିଭିନ୍ନ ମହଲରେ ସ୍ଵାଗତ ମଧ୍ୟ କରିଥାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.