ETV Bharat / state

ଏଣିକି ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ କୋଡିଂ ଓ ଆଇଟି - ତିନିଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ‘କୌଶଳୀ’ ସ୍କୁଲ କ୍ଲବ ଜରିଆରେ ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷା ଗ୍ରହଣ କରିବେ । ସେମାନଙ୍କ ପାଇଁ ତିନି ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

odisha high school students to learn coding and IT
ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ କୋଡିଂ ଓ ଆଇଟି
author img

By

Published : Jul 14, 2023, 8:28 PM IST

ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ କୋଡିଂ ଓ ଆଇଟି । ଏନେଇ ‘କୌଶଳୀ’ ବ୍ଲକ ମୁଖ୍ୟ ପ୍ରଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଭୁବନେଶ୍ଵରର ୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ପ୍ରଶିକ୍ଷଣ ଆରମ୍ଭ କରାଯାଇଛି । ଏହା ଦ୍ବାରା ଛାତ୍ରଛାତ୍ରୀ କୁଶଳୀ ହୋଇପାରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ‘ମୋ ସ୍କୁଲ’ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛି ।

ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ‘କୌଶଳୀ’ ସ୍କୁଲ କ୍ଲବ ଜରିଆରେ ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷା ଗ୍ରହଣ କରିବେ । ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବା ପାଇଁ ରାଜ୍ୟସ୍ତରରେ ଏକ ପ୍ରଶିକ୍ଷଣ ଆରମ୍ଭ କରାଯାଇଛି । ତିନି ଦିନ ଧରି ଭୁବନେଶ୍ୱରର ୩ଟି ଉଚ୍ଚ ବିଦ୍ୟାଳୟରେ ଏହି ପ୍ରଶିକ୍ଷଣ କରାଯାଉଛି। ଯଥା ୟୁନିଟ୍‌ ୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌ ୮ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସୟଦ ମମତାଜ ଅଲ୍ଲୀ ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଛି । ଏହି ପ୍ରଶିକ୍ଷଣରେ ସାଧାରଣ ଭାବେ ମୁଖ୍ୟ ପ୍ରଶିକ୍ଷକମାନଙ୍କୁ (ମାଷ୍ଟର ଟ୍ରେନର) ତାଲିମ ଦିଆଯାଉଛି । ବ୍ଲକସ୍ତରରୁ ୮୯ ଜଣ ବିଜ୍ଞାନ ଶିକ୍ଷକ ଏଥିରେ ଯୋଗ ଦେଇଛନ୍ତି । ତେବେ ଏମାନଙ୍କୁ ପ୍ରଯୁକ୍ତିବିଦ୍ୟାର ବିଶେଷଜ୍ଞମାନେ ପ୍ରଶିକ୍ଷଣ ଦେଉଛନ୍ତି । ତେବେ ଏହାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ‘ମୋ ସ୍କୁଲ’ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛି ।

ଏହା ମଧ୍ୟ ପଢ଼ନ୍ତୁ: ଫୋକସରେ ଗୁଣାତ୍ମକ ଶିକ୍ଷା, ପାଠ ପଢାଇବା ପାଇଁ ୩୦୦୦ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ୱତନ୍ତ୍ର ପ୍ରଶିକ୍ଷଣ

ବିଦ୍ୟାଳୟ ଗୁଡିକରେ ସ୍କୁଲ କ୍ଲବ ମାଧ୍ୟମରେ ଆକାଂକ୍ଷୀ ପାଠ୍ୟକ୍ରମର ପ୍ରଚଳନ କରାଯାଉଛି । ପାଠ୍ୟକ୍ରମରେ ୪ଟି ସ୍କୁଲ କ୍ଲବ (କ୍ରୀଡାଙ୍ଗନ, କୌଶଳୀ, ସାହିତ୍ୟ ସୃଜନୀ, ଜିଜ୍ଞାସା) ନୂତନ ଭାବେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହାକୁ ସଫଳ ପରିଚାଳନା ପାଇଁ ମୁଖ୍ୟ ପ୍ରଶିକ୍ଷକଙ୍କୁ ରାଜ୍ୟସ୍ତରରେ ପ୍ରଶିକ୍ଷଣ ଦିଆଯାଇଛି । ଗତ ସପ୍ତାହରେ କ୍ରୀଡାଙ୍ଗନ କ୍ଲବ ନିମନ୍ତେ ଏହି କାର୍ଯ୍ୟକ୍ରମ ଶେଷ ହୋଇଛି । ଏବେ କୌଶଳୀ କ୍ଲବର ପ୍ରଶିକ୍ଷଣ ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମେ ପ୍ରତି ବ୍ଲକରୁ ଜଣେ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି । ପରବର୍ତ୍ତୀ ସମୟରେ ବ୍ଲକ ସ୍ତରରେ ସମସ୍ତ ଶିକ୍ଷକମାନଙ୍କୁ ତାଲିମ ଦିଆଯିବ । ଜାତୀୟସ୍ତରରେ କାର୍ଯ୍ୟ କରୁଥିବା ବିଭିନ୍ନ ଅନୁଷ୍ଠାନର ସହଭାଗିତାରେ ‘ମୋ ସ୍କୁଲ’ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛି । ବର୍ତ୍ତମାନ ସମୟର ଆହ୍ୱାନ ଅନୁସାରେ ଛାତ୍ରଛାତ୍ରୀଙ୍କର ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷାର ଆବଶ୍ୟକତାକୁ ଭିତ୍ତିକରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ଏକ ନୂତନ ପାଠ୍ୟକ୍ରମକୁ ବିଶେଷ ଭାବରେ ଗୁରୁତ୍ୱ ଦେଉଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.