ଭୁବନେଶ୍ବର : ବର୍ତ୍ତମାନ ରାଜ୍ୟରେ ଲଗାତାର ପଜିଟିଭିଟି ରେଟ କମିଚାଲିଛି । କିନ୍ତୁ ରାଜ୍ୟରେ ଏବେ ବି ୨୫ ରୁ ୩୦ ପ୍ରତିଶତ ଡେଲ୍ଟା ଭାଇରସ ସକ୍ରିୟ ଅଛି । ଡେଲ୍ଟା ଭରିଆଣ୍ଟ ଗୁରୁତର କରିଥାଏ, ତେଣୁ ସ୍ଥିତି ସୁଧୁରୁଥିଲେ ମଧ୍ୟ ବିପଦ ଟଳିନାହିଁ । ସବୁ ତଥ୍ୟକୁ ବିଶ୍ଳେଷଣ କରି ଫେବୃଆରୀ କଟକଣା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ।
ନିଓକୋଭର ଯେଉଁ ଭାରିଆଣ୍ଟ ବାହାରିଛି, ତାହା ଏବେ ପକ୍ଷୀ ଠାରେ ଦେଖିବାକୁ ମିଳୁଛି । ପକ୍ଷୀରୁ ମଣିଷକୁ ସଂକ୍ରମଣ ନେଇ କୌଣସି ତଥ୍ୟ ନଥିବା WHO କହିଛି । ଏହା ପକ୍ଷୀରୁ ମଣିଷ ପାଖକୁ କେତେ ସଂକ୍ରମିତ ହେଉଛି ସେନେଇ ତଥ୍ୟ ନାହିଁ । ତେଣୁ ନିଜକୁ ବିପଦମୁକ୍ତ ରଖିବା ପାଇଁ କରୋନା ନିୟମ ମାନିବା ସହ ଟିକା ନନେଇଥିଲେ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।
ରାଜ୍ୟର କେଉଁ ଅଞ୍ଚଳରେ ପଜିଟିଭ ବଢ଼ୁଛି କେଉଁଠି କମୁଛି, ଆମେ ସରକାରଙ୍କୁ ଟେକ୍ନିକାଲ ଇନପୁଟ ଦେବୁ। ଅନ୍ୟ ସବୁ ବିଭାଗ ବି ଇନପୁଟ ଦେଉଛନ୍ତି । ସବୁ ପ୍ରକାର ତଥ୍ୟକୁ ବିଶ୍ଳେଷଣ କରି ସରକାର ଫେବୃଆରୀ କଟକଣା କୋହଳ ନେଇ ଶେଷ ନିଷ୍ପତ୍ତି ନେବେ।
ପ୍ରକାଶ ଥାଉ କି,ରାଜ୍ୟରେ ବର୍ତ୍ତମାନ ସୁଧା ୧୨ ଲକ୍ଷ ୪୧ ହଜାର ୬୮ କୋରୋନା ସଂକ୍ରମିତ ହୋଇଛନ୍ତି। ତେବେ ଏଥିରେ ଆକ୍ଟିଭ କେସ ୫୮ ହଜାର ୫୪୪ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ୭୩ ହଜାର ୯୦୭ରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲା ରେ ଆକ୍ଟିଭ କେସ ୧୯ ହଜାର ୭୪୩, ସୁନ୍ଦରଗଡରେ ୩ ହଜାର ୯୮୬, କଟକ ଜିଲ୍ଲାରେ ଆକ୍ଟିଭ କେସ ରହିଛି ୩ ହଜାର ୭୭୨ ।ସେହିପରି ନୂଆପଡା ଜିଲ୍ଲାରେ ଆକ୍ଟିଭ କେସ ରହିଛି ୨ ହଜାର ୨୭୮, ଯାଜପୁର ଜିଲ୍ଲାରେ ୨ ହଜାର ୩୬ଜଣ ବର୍ତ୍ତମାନ ଆକ୍ଟିଭ କେସ ରହିଛି। ବର୍ତ୍ତମାନ ରାଜ୍ୟରେ ଖୋର୍ଦ୍ଧା କଟକ ଓ ସୁନ୍ଦରଗଡ ରେଡ଼ ଜୋନରେ ରହିଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ