ETV Bharat / state

ତେଜୁଛି ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତ ଠିକା କର୍ମଚାରୀଙ୍କୁ ନିୟମିତ ଦାବି - ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ

ସ୍ୱାସ୍ଥ୍ୟ ବିଭାଗରେ ଚୁକ୍ତିଭିତ୍ତିରେ ଥିବା ଆଠ ହଜାରରୁ ଉର୍ଦ୍ଧ୍ବ ଠିକା କର୍ମଚାରୀଙ୍କ ଚାକିରୀ ନିୟମିତ ପାଇଁ ଦାବି କଲା ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ।

ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ
ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ
author img

By

Published : Oct 29, 2022, 7:48 PM IST

ଭୁବନେଶ୍ବର: ଓଡିଶାରୁ ଉଚ୍ଛେଦ ହୋଇଛି ଚୁକ୍ତି ଭିତ୍ତିକ ଠିକା ନିଯୁକ୍ତି ବ୍ୟବସ୍ଥା । ଗତ ଅକ୍ଟୋବର ୧୫ ତାରିଖରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଐତିହାସିକ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା । ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ(Odisha Health Contractual Employees Federation) ମଧ୍ୟ ଏହାକୁ ସ୍ବାଗତ କରିଥିବାବେଳେ ଚୁକ୍ତି ଭିତ୍ତିରେ ଥିବା ୮ ହଜାରରୁ ଉର୍ଦ୍ଧ୍ବ ଠିକା କର୍ମଚାରୀଙ୍କ ଚାକିରୀ ନିୟମିତ ପାଇଁ ଦାବି କରିଛି । ଏନେଇ ଆଜି ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିଛନ୍ତି ସଂଘର ସଦସ୍ୟ ।

ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ

ଜାତୀୟ ସ୍ୱାସ୍ଥ୍ୟ ମିଶନ, ରାଜ୍ୟ ଏଡସ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ, ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଇତ୍ୟାଦି ଯୋଜନାରେ ପ୍ରାୟ ୮ ହଜାର ୫୦୦ ଠିକା କର୍ମଚାରୀ କାମ କରୁଛନ୍ତି । ସେମନାଙ୍କ ମଧ୍ୟରୁ 2400 ଜଣ ଆୟୁଷ ଡାକ୍ତର, 4700 ଅଣ ଚିକିତ୍ସା ଜନ ସ୍ଵାସ୍ଥ୍ୟ ମ୍ୟାନେଜମେଣ୍ଟ କର୍ମଚାରୀ, 180 ଜଣ ଷ୍ଟାଫ ନର୍ସ, 410 ଜଣ ଫର୍ମାସିଷ୍ଟ, 416 ଜଣ ଏଏନଏମ, 42 ଜଣ ଡ୍ରାଇଭର, 128 ଜଣ ଲାବୋରେଟୋରି ଟେକ୍ନିସିଆନ, 359 ଜଣ ଏଚଆଇଭି କାଉନସିଲର, 150ରୁ ଉର୍ଦ୍ଧ୍ବ ଆଲାଏଡ଼ ହେଲଥ ପ୍ରଫେସନାଲ କର୍ମଚାରୀ ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର, ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ, ନିର୍ଦ୍ଦେଶାଳୟ ଓ ବିଭାଗରେ 2011 ମସିହାରେ ଚୁକ୍ତିଭିତ୍ତିରେ ନିଯୁକ୍ତ ପାଇଛନ୍ତି ।

ସେହିପରି ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ଅନ୍ୟାନ୍ୟ ଯୋଜନାରେ କାର୍ଯ୍ୟରତ ଥିବା 10 ହଜାର ପରାମେଡିକାଲ କର୍ମଚାରୀଙ୍କୁ ରାଜ୍ୟ ସରକାର ନିୟମିତ କରିଛନ୍ତି । ମାତ୍ର ସମସ୍ତ ସୁବିଧାରୁ ବଞ୍ଚିତ ରହିବା ସହିତ କେବଳ ସ୍ୱଳ୍ପ ବେତନ ଦେଇ ସରକାର ଆମକୁ ଦୀର୍ଘ 15 ବର୍ଷ ଧରି ଶୋଷି ଚାଲିଛନ୍ତି ବୋଲି ଅଭିଯୋଗ କରିଛି ସଂଘ ।

ଏହା ମଧ୍ୟ ପଢନ୍ତୁ-ଦଶପଲ୍ଲାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ଶକ୍ତି ପ୍ରଦର୍ଶନ କଲେ ବିଧାୟକ ରମେଶ ବେହେରା

ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ଆହୁରି ମଧ୍ୟ କହିଛି ଯେ, ''ନିକଟରେ ରାଜସ୍ଥାନ ସରକାର ତାଙ୍କ ରାଜ୍ୟରେ ଥିବା ଏକ ଲକ୍ଷ ଦଶ ହଜାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରି ସାରିଛନ୍ତି । ଆମ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁଁ ଆର୍ଥିକ ନିଅଣ୍ଟିଆ ପରିସ୍ଥିତିରୁ ଭଲ ସ୍ଥିତିକୁ ଆସି ପାରିଛି । ରାଜ୍ୟ ସରକାର ସ୍କିମରେ ଥିବା ଆମ ଭଳି ଚୁକ୍ତିଭିତ୍ତି କର୍ମଚାରୀଙ୍କ ଦ୍ୱାରା ବହୁତ ଉନ୍ନତି ମୂଳକ କାର୍ଯ୍ୟ କରି କେନ୍ଦ୍ର ଓ ବିଶ୍ୱସ୍ତରରେ ଉଚ୍ଚ ପ୍ରଶଂସିତ ହେଉଥିବାବେଳେ, ଆମକୁ ସ୍ଥାୟୀ ନିଯୁକ୍ତି ଦେବାରେ କୁଣ୍ଠାବୋଧ ନ କରିବା ପାଇଁ କହିଛି ସଂଘ । ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର ସଭାପତି କବି ପ୍ରସାଦ ସାହୁ କହିଛନ୍ତି, "ଏ ସମ୍ପର୍କରେ ସରକାରଙ୍କୁ ଆମେ ବାରମ୍ବାର ନିବେଦନ କରିଆସୁଛୁ । ଯଦି ଆଗାମୀ ଦିନରେ ନିୟମିତ କରା ନ ଯାଏ ତେବେ ସମୁହ କାର୍ଯ୍ୟବନ୍ଦ ସହିତ ଆନ୍ଦୋଳନାତ୍ମକ ପନ୍ଥା ଅପଣେଇବା ପାଇଁ ବାଧ୍ୟ ହେବୁ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.