ଭୁବନେଶ୍ବର: 5T ପରେ ଏବେ 5C । ରାଜ୍ୟରେ ଶିକ୍ଷା କ୍ଷେତ୍ରରେ 5T ପରେ ଲାଗୁ ହେବାକୁ ଯାଉଛି 5C । 5C ଅର୍ଥ କମ୍ୟୁନିଟି, କନେକ୍ଟ, କୋଲାବରେସନ, କ୍ରିଏଟ, କୋପରେସନ । ଏହା ଏକ ଯୋଜନା ନୁହେଁ ମୋ ସ୍କୁଲ ଅଭିଯାନର ଏକ ଅଂଶବିଶେଷ । 5C କୌଣସି ନୂଆ ସ୍କିମ ନୁହେଁ ଏକ ଚିନ୍ତାଧାରା । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍ ଅଶ୍ବଥି ।
5C ମାଧ୍ୟମରେ ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସମେତ ବିଭିନ୍ନ ଆଲୁମିନି ମଧ୍ୟରେ ସୁସମ୍ପର୍କ ସ୍ଥାପନ କରାଯିବ । ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଅଭିପ୍ରେରିତ କରାଯିବ । ମୋ ସ୍କୁଲର ଇଣ୍ଟେଗ୍ରେଲ ପାର୍ଟ ହେଉଛି 5C । ମୋ ସ୍କୁଲ କାର୍ଯ୍ୟକ୍ରମର ଏହା ଅନ୍ତର୍ନିହିତ ଅଂଶ । ବର୍ତ୍ତମାନ ମଧ୍ୟ ରାଜ୍ୟର ସମସ୍ତ ବିଦ୍ୟାଳୟର 5C ଅଧିନରେ କାମ ଚାଲୁଛି । ଆସନ୍ତା ବର୍ଷକୁ ଏହାକୁ ଅଧିକ ବ୍ୟାପକ କରାଯିବା ସହ ସମସ୍ତଙ୍କୁ ଜଣାଇ ଦିଆଯିବ ସୂଚନା ଦେଇ କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ । 5Cକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ନବୀନ ଓଡ଼ିଶାରେ ବହୁତ୍ କିଛି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । କେବଳ ସମୟକୁ ଅପେକ୍ଷା ରହିଛି ।
ଏହା ବି ପଢନ୍ତୁ: ୫ଟି ଅଧୀନରେ ବଦଳିବ ଦିବ୍ୟାଙ୍ଗ ପିଲାଙ୍କ ଶିକ୍ଷା ମନ୍ଦିରର ରୂପରେଖ
ସୂଚନା ଅନୁଯାୟୀ, 5T ମଧ୍ୟରେ ଅନେକ ଯୋଜନା କରାଯାଇଛି । ଏହି 5T ହେଉଛି ଟିମୱାର୍କ, ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି , ଟାଇମ୍, ଟ୍ରାନ୍ସଫରମେସନ । ସମସ୍ତ ବିଭାଗ ଗୁଡ଼ିକ ଧୀରେ ଧୀରେ 5T ମଧ୍ୟରେ କାର୍ଯ୍ୟ କରୁଛନ୍ତି । ଯଦି ଦେଖାଯାଏ ତେବେ 5T ଅଧୀନରେ ସ୍ୱାସ୍ଥ୍ୟ, ଶିକ୍ଷା ଭଳି ଅନେକ ବିଭାଗ କାର୍ଯ୍ୟ କରୁଛି । ଆମ ହସ୍ପିଟାଲ, ସ୍କୁଲ ରୂପାନ୍ତକରଣ ଓ ମୋ ସ୍କୁଲ ଭଳି ବିଭିନ୍ନ ଯୋଜନା 5T ହାତକୁ ନେଇଛି । ରାଜ୍ୟରେ ଚାଲିଥିବା ବିଭିନ୍ନ ଯୋଜନା ଗୁଡିକ ମଧ୍ୟ 5T ଅଧୀନରେ ଚାଲୁ ରହିଥିବା ବେଳେ ବିଶେଷ ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଥିବା ସରକାରୀ ସ୍କୁଲ ଗୁଡ଼ିକର ରୂପାନ୍ତିକରଣ, ମୋ ସ୍କୁଲ ଯୋଜନାର ଅନ୍ତର୍ଭୁକ୍ତ ରହିଛି । ମୋ ସ୍କୁଲ ଅଭିଯାନର ଏକ ଅଂଶବିଶେଷ 5C । ଆସନ୍ତାବର୍ଷରୁ ଏହାକୁ ଅଧିକ ବ୍ୟାପକ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । 5C ଜରିଆରେ ପୂର୍ବତନ ଛାତ୍ର, ଶିକ୍ଷକଙ୍କ ମଧ୍ୟରେ ସହଭାଗିତା ବଢିବ ।
ଇଟିଭି ଭାରତ, ଭୁବନେଶ୍ବର