ETV Bharat / state

ଅଣ-ସଂଗଠିତ ଗାଡି କର୍ମଚାରୀମାନଙ୍କ ବିକାଶ ପାଇଁ ସରକାରୀ ଉଦ୍ୟମ ଆରମ୍ଭ - Odisha Govt To Draw Up Action

ଅଣ-ସଂଗଠିତ କ୍ଷେତ୍ରରେ କାମ କରୁଥିବା ମଟର ଚାଳକ ଏବଂ ମଟର କର୍ମଚାରୀମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ନୂଆ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ଅଣ-ସଂଗଠିତ ଗାଡି କର୍ମଚାରୀମାନଙ୍କ ବିକାଶ ପାଇଁ ସରକାରୀ ଉଦ୍ୟମ ଆରମ୍ଭ

author img

By

Published : Oct 30, 2022, 7:02 AM IST

ଭୁବନେଶ୍ବର: ଅଣ-ସଂଗଠିତ କ୍ଷେତ୍ରରେ କାମ କରୁଥିବା ମୋଟର ଚାଳକ ଏବଂ ମଟର କର୍ମଚାରୀମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ନୂଆ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏ ସମ୍ବନ୍ଧିତ ଆର୍ଥିକ ଓ ଆଇନଗତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଛନ୍ତି ।

ଅଣ-ସଂଗଠିତ ଗାଡି କର୍ମଚାରୀମାନଙ୍କ ବିକାଶ ପାଇଁ ସରକାରୀ ଉଦ୍ୟମ ଆରମ୍ଭ
ଅଣ-ସଂଗଠିତ ଗାଡି କର୍ମଚାରୀମାନଙ୍କ ବିକାଶ ପାଇଁ ସରକାରୀ ଉଦ୍ୟମ ଆରମ୍ଭ

ବୈଠକରେ ଉପସ୍ଥିତ ପ୍ରସ୍ତାବଗୁଡିକୁ ବିଚାରକରି ମଟର କର୍ମଚାରୀ କଲ୍ୟାଣ ସମଗ୍ରିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଏଥିପାଇଁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ କର୍ମଚାରୀ ନିୟମ ପରିପ୍ରେକ୍ଷୀରେ ଏକ ସବିଶେଷ ଚିଠା-କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ମଟର କର୍ମଚାରୀମାନଙ୍କ କଲ୍ୟାଣ କାର୍ଯ୍ୟକ୍ରମ ନିମନ୍ତେ ଆବଶ୍ୟକ ହେଲେ ପ୍ରଚଳିତ ପୁରୁଣା ନିୟାମକରେ ଆବଶ୍ୟକୀୟ ସଂଶୋଧନ ଆଣିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ କହିଛନ୍ତି । ଆଇନ ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ସମନ୍ୱିଭାବେ ପ୍ରସ୍ତାବ ସହ ସଂପୃକ୍ତ ଆଇନଗତ, ପ୍ରଶାସନିକ ଏବଂ ଆର୍ଥିକ ଦିଗକୁ ଅନୁଧ୍ୟାନ କରି ଆସନ୍ତା ସପ୍ତାହ ମଧ୍ୟରେ ଚିଠା-ପ୍ରସ୍ତାବ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ବିଭିନ୍ନ ଘରୋଇ ଓ ଅଣ-ସଂଗଠିତ ପରିବହନ ସଂସ୍ଥା ପ୍ରଭୃତିରେ କାମ କରୁଥିବା ଚାଳକ ଓ କର୍ମଚାରୀମାନଙ୍କର ସଂଖ୍ୟା ଆକଳନ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଅର୍ଥ ସଚିବ ବିଶାଳ କୁମାର ଦେବ, ପରିବହନ ଆୟୁକ୍ତ ଅରୁଣ ବୋଥ୍ରାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ । ଶ୍ରମ ଓ କର୍ମଚାରୀ ରାଜ୍ୟ-ବୀମା ବିଭାଗ ଶାସନ ସଚିବ ଚିତ୍ରା ଅରୁମୁଗମ୍, ଶ୍ରମ ଆୟୁକ୍ତ ଡ଼ାକ୍ତର ଥିରୁମାଲା ନାୟକ ମଧ୍ୟ ଭିସି ଜରିଆରେ ଆଲୋଚନାରେ ଭାଗ ନେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.