ETV Bharat / state

୩୪ଟି ପାକ୍ସର ଭିତ୍ତିଭୂମି ବିକାଶ, ଖର୍ଚ୍ଚ ହେବ ୫୦ ହଜାର ଟଙ୍କା

Development of PACS: ୩୪ଟି ପାକ୍ସ (PACS)ର ଭିତ୍ତିଭୂମି ବିକାଶ ଯୋଜନା କରିଛନ୍ତି ସରକାର । ଏଥିପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 31, 2023, 10:37 PM IST

୩୪ଟି ପାକ୍ସର ଭିତ୍ତିଭୂମି ବିକାଶ
୩୪ଟି ପାକ୍ସର ଭିତ୍ତିଭୂମି ବିକାଶ

ଭୁବନେଶ୍ବର: ୩୪ ଟି ପାକ୍ସ (PACS)ର କରାଯିବ ଭିତ୍ତିଭୂମି ବିକାଶ । ଏଥିପାଇଁ ୫୦ ହଜାର ଟଙ୍କା ଖର୍ଚ୍ଚ ହେବ। ମାର୍ଶାଘାଇ ଓ ମହାକାଳପଡ଼ା ଅଞ୍ଚଳର ୩୪ ଟି ପାକ୍ସକୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି l ପର୍ଯ୍ୟାୟକ୍ରମେ ଅନ୍ୟ ସବୁ ବ୍ଲକରେ ଥିବା ପାକ୍ସ ଗୁଡିକୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ଭିତ୍ତିଭୂମିର ବିକାଶ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଛି l

୩୪ଟି ପାକ୍ସର ଭିତ୍ତିଭୂମି ବିକାଶ
୩୪ଟି ପାକ୍ସର ଭିତ୍ତିଭୂମି ବିକାଶ
ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ପାକ୍ସଗୁଡ଼ିକୁ ସହାୟତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି , "ସମବାୟ ପ୍ରାଥମିକ କୃଷି ସେବା ସମବାୟ ସମିତି ଗୁଡିକର ଉତ୍କର୍ଷ ସାଧନ ପାଇଁ ସଦସ୍ୟ ସଦସ୍ୟାଙ୍କ ନିଷ୍ଠାପର ଅବଦାନ ରହିଛି । ସମବାୟ ସମିତି ଗୁଡିକ ସୁଦୃଢ ଓ ସଶକ୍ତ ହେଲେ ଓଡ଼ିଶା ଅର୍ଥନୈତିକ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ। ରାଜ୍ୟ ସରକାର ପାକ୍ସ ଗୁଡିକୁ ସୁଦୃଢ କରିବା ପାଇଁ ସହାୟତା ପ୍ରଦାନ କରୁଛନ୍ତି। ସେଗୁଡିକୁ ଉପଯୁକ୍ତ ଜମି ଯୋଗାଇ ଦିଆଯାଉଛି। ଭିତ୍ତିଭୂମିର ବିକାଶ ନିମନ୍ତେ ୫୦ ହଜାର ଟଙ୍କାର ସହାୟତା ରାଶି ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଛି।"

ଏହା ମଧ୍ୟ ପଢନ୍ତୁ...ବିଜେଡି ପ୍ରତିଷ୍ଠା ଦିବସକୁ କଂଗ୍ରେସର କାଉଣ୍ଟର, ବିକାଶର ହିସାବ ମାଗିଲେ ପିସିସି ସଭାପତି

ବିଳମ୍ବ ନ କରି ଏହି ଆର୍ଥିକ ସହାୟତା ରାଶିର ତୁରନ୍ତ ସୁବିନିଯୋଗ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମାର୍ଶାଘାଇ ଓ ମହାକାଳପଡ଼ା ଅଞ୍ଚଳର ୩୪ ଟି ପାକ୍ସକୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ପର୍ଯ୍ୟାୟକ୍ରମେ ଅନ୍ୟ ସବୁ ବ୍ଲକରେ ଥିବା ପାକ୍ସ ଗୁଡିକୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ଅନ୍ୟପଟେ ଓଡ଼ିଶା ସମବାୟ ବ୍ୟାଙ୍କ ସଭାପତି ଟି ପ୍ରସାଦ ରାଓ ଦୋରା କହିଛନ୍ତି, "ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯିଏ ସାରା ଭାରତରେ ଚାଷୀଙ୍କ ବୀମାକୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେଉଛି । ଲ୍ୟାମ୍ପ୍ସ ଓ ପାକ୍ସଗୁଡିକର କମ୍ପୁଟର ସେବା, ମୋ ସେବା କେନ୍ଦ୍ର ପ୍ରତିଷ୍ଠା ଓ ଭିତ୍ତିଭୂମି ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ବାରୋପ କରୁଛନ୍ତି । ଜାତୀୟ ସ୍ତରରେ କୃଷି କ୍ଷେତ୍ରକୁ ସମବାୟ ଋଣ ମାତ୍ର ୧୭ ପ୍ରତିଶତ ଥିବାବେଳେ ଆମ ରାଜ୍ୟରେ କୃଷି ନିମନ୍ତେ ସମବାୟ ଋଣ ୫୨ ପ୍ରତିଶତ ହାସଲ କରିବା ଗୌରବର ବିଷୟ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.