ETV Bharat / state

ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ; ଦାୟିତ୍ବରୁ ପଛଘୁଞ୍ଚା ଦେଉଛନ୍ତି ଓଡ଼ିଶା ସରକାର

author img

By ETV Bharat Odisha Team

Published : Jan 3, 2024, 6:48 AM IST

Western Odisha High Court Bench issue: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗ । ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଅଭିଯୋଗ କରିଛି ଯେ ଦାୟିତ୍ବରୁ ପଛଘୁଞ୍ଚା ଦେଉଛନ୍ତି ଓଡ଼ିଶା ସରକାର । ଅଧିକ ପଢନ୍ତୁ

Western Odisha High Court Bench issue
Western Odisha High Court Bench issue

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ମଙ୍ଗଳବାର ପୂର୍ବାହ୍ନରେ ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ଵାଲ । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀଙ୍କ ପ୍ରତିକ୍ରିୟାକୁ ନେଇ ଓଡ଼ିଶାର କେତେକ ଗଣମାଧ୍ୟମରେ ତ୍ରୁଟିପୂର୍ଣ୍ଣ ଖବର ପ୍ରକାଶ ପାଇଛି ବୋଲି କହିଛି ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ । ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଆଳରେ ଓଡ଼ିଶା ସରକାରଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି । ପଶ୍ଚିମ ଓଡ଼ିଶା ବେଞ୍ଚ ପ୍ରସଙ୍ଗରେ ଓଡ଼ିଶା ସରକାର ପଛଘୁଞ୍ଚା ଦେଉଛନ୍ତି ବୋଲି ଅଭିଯୋଗ କରିଛି ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ।

ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ଖଣ୍ଡପୀଠ ସମ୍ପର୍କିତ ସ୍ପଷ୍ଟୀକରଣରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ କହିଛି, "ଇ-କୋର୍ଟ ଯୋଗୁଁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ଅପ୍ରାସଙ୍ଗିକ ହୋଇଯାଇଛି । ଭାରତ ସରକାର ଓ ସୁପ୍ରିମକୋର୍ଟଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ଇ-କୋର୍ଟ ପ୍ରକଳ୍ପ ଅଧୀନରେ ଭର୍ଚ୍ଚୁଆଲ ବେଞ୍ଚ ଓଡ଼ିଶାର ବିଭିନ୍ନ ସ୍ଥାନରେ ଉପଲବ୍ଧ ଥିବାରୁ ଓଡ଼ିଶା ହାଇକୋର୍ଟର ପୃଥକ ସ୍ଥାୟୀ ଖଣ୍ଡପୀଠର ଆବଶ୍ୟକତା ପଡ଼ିନାହିଁ । କାରଣ ଏଭଳି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଯଶବନ୍ତ ସିଂହ କମିଶନଙ୍କ ସୁପାରିସ ଅନୁଯାୟୀ ଭାରତ ସରକାର ଏପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହମତି କ୍ରମେ ରାଜ୍ୟ ସରକାରଙ୍କଠାରୁ ସମ୍ପୂର୍ଣ୍ଣ ପ୍ରସ୍ତାବ ପାଇନାହାନ୍ତି ।"

ଏହି ପରିପ୍ରେକ୍ଷୀରେ ଏଠାରେ ସୂଚନା ଦିଆଯାଉଛି ଯେ, ହାଇକୋର୍ଟର ଖଣ୍ଡପୀଠ ଗଠନ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କଠାରୁ ଏକ ସମ୍ପୂର୍ଣ୍ଣ ପ୍ରସ୍ତାବ ମିଳିବା ପରେ ହିଁ ଭାରତ ସରକାର ବିଚାର କରିପାରିବେ । ଯେଉଁଥିରେ ସମ୍ପୃକ୍ତ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ରାଜ୍ୟପାଳଙ୍କ ସହମତି ରହିବା ଆବଶ୍ୟକ । ଏହା ଯଶବନ୍ତ ସିଂ କମିଶନଙ୍କ ସୁପାରିସ ଏବଂ ୨୦୦୦ ମସିହାର ଡବ୍ଲୁପି(ସି) ନଂ.୩୭୯ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ଦିଆଯାଇଥିବା ରାୟ ଅନୁରୂପ ଅଟେ । ହାଇକୋର୍ଟର ମୁଖ୍ୟ ଆସନଠାରୁ ଦୂରରେ ଏକ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ଆବଶ୍ୟକ ଭିତ୍ତିଭୂମି ସୁବିଧା ଯୋଗାଇ ଦେବାକୁ ପଡ଼ିବ । ଏହାସହ ହାଇକୋର୍ଟ ଓ ବେଞ୍ଚର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବାକୁ ପଡ଼ିବ ।

ଏହା ବି ପଢନ୍ତୁ- ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ: କେନ୍ଦ୍ର ଆଇନ ମନ୍ତ୍ରୀ

ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ହାଇକୋର୍ଟ ଓ ଏହାର ବେଞ୍ଚର ଦୈନନ୍ଦିନ ପରିଚାଳନା କାର୍ଯ୍ୟକୁ ତଦାରଖ କରିବା ସହ ସମୟ ସମୟରେ ମୁଖ୍ୟ ଆସନରୁ ବିଚାରପତିଙ୍କୁ ଖଣ୍ଡପୀଠରେ ନିୟୋଜିତ କରିବାକୁ ପଡ଼ିବ । ତେଣୁ ଉଭୟ ରାଜ୍ୟ ସରକାର ଓ ହାଇକୋର୍ଟ ଏହି ମାମଲାକୁ ସବୁ ଦିଗରୁ ବିଚାର କରି ସହମତିରେ ପହଞ୍ଚିବା ଜରୁରୀ । ୨୦୧୮ ସେପ୍ଟେମ୍ବର ୫ ଓ ୨୦୧୯ ଜାନୁଆରୀ ୧୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ୨୦୧୯ ଜାନୁଆରୀ ୧୨ ତାରିଖରେ ତତ୍କାଳୀନ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ହାଇକୋର୍ଟଙ୍କ ମତାମତ, ବେଞ୍ଚ ପାଇଁ ସ୍ଥାନ, ବିଚାରପତିଙ୍କ ପାଇଁ କୋଠା ଓ ବାସଭବନକୁ ନେଇ ଏକ ବିସ୍ତୃତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ ।

ତେବେ ହାଇକୋର୍ଟଙ୍କ ମତାମତ ଓ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଆବଶ୍ୟକତା ହାସଲ ପାଇଁ ରାଜ୍ୟ ସରକାର କୌଣସି ପ୍ରୟାସ କରିନଥିଲେ । ୨୦.୦୭.୨୦୨୩ରେ ସସ୍ମିତ ପାତ୍ର ଉଠାଇଥିବା ଅଣତାରକା ପ୍ରଶ୍ନ ସଂଖ୍ୟା ୧୧୪ର ଜବାବରେ କେନ୍ଦ୍ରମନ୍ତ୍ରୀ ଉତ୍ତର ଦେଇସାରିଛି ଯେ ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ନାହିଁ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହମତି ଏବଂ ରାଜ୍ୟପାଳଙ୍କ ସହମତିକ୍ରମେ ଏଭଳି ପ୍ରସ୍ତାବ ଆଣିବାକୁ କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ଏହା ମିଳିନାହିଁ ।

ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଆଗ୍ରହ ନାହିଁ ବୋଲି ଏହା ସ୍ପଷ୍ଟ କରୁଛି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରକ୍ରିୟାରେ ସମୟ ଲାଗୁଥିବା ବେଳେ ଭାରତ ସରକାରଙ୍କ ଇ-କୋର୍ଟ ପ୍ରୋଜେକ୍ଟ ଅଧୀନରେ ସ୍ଥାପିତ ହାଇକୋର୍ଟର ଭର୍ଚ୍ଚୁଆଲ ସେଣ୍ଟରଗୁଡ଼ିକ ଇ-ଫାଇଲିଂ, ଇ-ପେମେଣ୍ଟ ଏବଂ ଭର୍ଚୁଆଲ/ଭିଡିଓ ଶୁଣାଣି କରି ସମସ୍ତ ହିତାଧିକାରୀ ଅର୍ଥାତ୍ ଆବେଦନକାରୀ ଓ ଓକିଲମାନଙ୍କୁ ହାଇକୋର୍ଟରେ ସିଧାସଳଖ ପ୍ରବେଶ ସୁବିଧା ଯୋଗାଇ ଦେଉଛି ।

ଓଡ଼ିଶା ହାଇକୋର୍ଟ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ୩୦ଟି ଭର୍ଚୁଆଲ ସେଣ୍ଟର ଚଳାଉଛନ୍ତି । ଭର୍ଚୁଆଲ ସେଣ୍ଟରଗୁଡିକ ଇ-ଫାଇଲିଂ, ଇ-ପେମେଣ୍ଟ ଏବଂ ଭର୍ଚୁଆଲ ଉପସ୍ଥିତିର ସୁବିଧା ଯୋଗାଇ ଦେଉଛନ୍ତି । ଏସବୁ ସୁବିଧା ଯୋଗୁଁ ଓଡ଼ିଶାର ନାଗରିକମାନଙ୍କୁ ଉଚ୍ଚ ନ୍ୟାୟାଳୟକୁ ଯିବାର ଆବଶ୍ୟକତା ନଥାଇ ଅଧିକ ସହଜରେ ନ୍ୟାୟ ମିଳୁଛି। ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତାବ ପଠାଇବା ପରେ ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସ୍ତାବ ଉପରେ ଭାରତ ସରକାର ନିଶ୍ଚିତ ଭାବେ ବିଚାର କରିବେ ।

ତେବେ ନବୀନ ପଟ୍ଟନାୟକ ସରକାର ପଶ୍ଚିମ ଓଡ଼ିଶା ପାଇଁ ପ୍ରତିଶ୍ରୁତିବଦ୍ଧ ନୁହଁନ୍ତି । ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାରେ ବାଧକ ସାଜିଛନ୍ତି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାୟିତ୍ୱରୁ ଓଡ଼ିଶା ସରକାର ପଛଘୁଞ୍ଚା ଦେଉଛନ୍ତି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ସମ୍ଭାବ୍ୟତା ଅଧ୍ୟୟନ ପାଇଁ ରାଜ୍ୟ ସରକାର ସିଆର ପାଲ କମିଶନ ଗଠନ କରିଥିଲେ । ୨୦୧୪ ମାର୍ଚ୍ଚ ୩୧ ତାରିଖରେ କମିଶନ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ସିଆର ପାଲ କମିଶନଙ୍କ ରିପୋର୍ଟ ଏପର୍ଯ୍ୟନ୍ତ ସାର୍ବଜନୀନ ନ ହେବା ଦୁର୍ଭାଗ୍ୟଜନକ । ଓଡ଼ିଶା ସରକାର ପ୍ରକୃତରେ କ'ଣ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ?

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.