ETV Bharat / state

ବିକାଶ କାର୍ଯ୍ୟ ତଦାରଖ କରିବାକୁ ୩୦ IASଙ୍କୁ ଜିଲ୍ଲା ଦାୟିତ୍ୱ

author img

By

Published : Oct 23, 2022, 2:27 PM IST

୩୦ ବରିଷ୍ଠ ଆଇଏଏସଙ୍କୁ ଜିଲ୍ଲା ବିକାଶ ଦାୟିତ୍ବ ଦେଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

ବିକାଶ କାର୍ଯ୍ୟ ତଦାରଖ କରିବାକୁ ୩୦ ଆଇଏଏସଙ୍କୁ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ବର: ଜିଲ୍ଲାର ବିକାଶ କାର୍ଯ୍ୟ ତଦାରଖ କରିବେ ବରିଷ୍ଠ ପ୍ରଶାସକ । ୩୦ ବରିଷ୍ଠ ପ୍ରଶାସକଙ୍କୁ ୩୦ ଜିଲ୍ଲା ବିକାଶ ଦାୟିତ୍ବ ମିଳିଛି । ଦାୟିତ୍ବ ମିଳିଥିବା ଜିଲ୍ଲା ଗସ୍ତ କରି ବିକାଶ କାର୍ଯ୍ୟ ତଦାରଖ କରିବେ ଏହି ବରିଷ୍ଠ ପ୍ରଶାସକ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ସମସ୍ତ ସଚିବ, ସ୍ବତନ୍ତ୍ର ସଚିବ, ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ନିର୍ଦ୍ଦେଶନାମା ଅନୁସାରେ, ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ କଳାହାଣ୍ଡି ଦାୟିତ୍ବ ଦିଆଯାଇଛି । ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ ଦେବଙ୍କୁ ମୟୂରଭଞ୍ଜ ଦାୟିତ୍ବ ମିଳିଥିବାବେଳେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ କୋରାପୁଟ ଦାୟିତ୍ବ ଦିଆଯାଇଛି । ସେହିପରି ଖଣି ଇସ୍ପାତ ସଚିବ ଦେଓରଞ୍ଜନ ସିଂହଙ୍କୁ କେନ୍ଦୁଝର ଦାୟିତ୍ବ ମିଳିଥିବାବେଳେ କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କୁ କନ୍ଧମାଳ ଦାୟିତ୍ବ ମିଳିଛି ।

ଜଳସମ୍ପଦ ସଚିବ ଅନୁ ଗର୍ଗଙ୍କୁ ପୁରୀ ଦାୟିତ୍ବ ମିଳିଥିବାବେଳେ ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କୁ କଟକ ଦାୟିତ୍ବ ଦିଆଯାଇଛି । ଆଇଟି ସଚିବ ମନୋଜ କୁମାର ମିଶ୍ରଙ୍କୁ ଢେଙ୍କାନାଳ ଦାୟିତ୍ବ ଦିଆଯାଇଥିବାବେଳେ ମତ୍ସ୍ୟ ଏବଂ ପଶୁସମ୍ପଦ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ରାୟଗଡା ଦାୟିତ୍ବ ମିଳିଛି । ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଝାରସୁଗୁଡା ଜିଲ୍ଲା ଦାୟିତ୍ବ ମିଳିଛି । ସେହିପରି ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ବଲାଙ୍ଗୀର, ଇପିକଲ ଏମଡି ଭୂପେନ୍ଦ୍ର ସିଂ ପୁନିଆ ସୋନପୁର ଦାୟିତ୍ବ ଯାଇଥିବାବେଳେ ଶ୍ରମ ସଚିବ ଚିତ୍ରା ଅନୁମଗମ ଗଜପତି ଦାୟିତ୍ବ ନେବେ ।

ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବଙ୍କୁ ସମ୍ବଲପୁର ଦାୟିତ୍ବ ଦିଆଯାଇଥିବାବେଳେ ମହିଳା ଓ ଶିଶୁ ବିକାଶ ସଚିବ ଶୁଭା ଶର୍ମାଙ୍କୁ ଖୋର୍ଦ୍ଧା, ସମବାୟ ସଚିବ ସଞ୍ଜିବ କୁମାର ଚଢାଙ୍କୁ ମାଲକାନଗିରି, ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍. ଅଶ୍ବସ୍ଥିଙ୍କୁ ଗଞ୍ଜାମ, ବିଜ୍ଞାନ ଓ କାରିଗରି କୌଶଳ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ଯାଜପୁର ଦାୟିତ୍ବ ଦିଆଯାଇଛି । ହସ୍ତତନ୍ତ ଓ ବୟନ ଶିଳ୍ପ ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ଜଗତସିଂହପୁର, ଓଏମସି ପରିଚାଳନା ନିର୍ଦ୍ଦେଶକ ବଲଓ୍ବନ୍ତ ସିଂହଙ୍କୁ ସୁନ୍ଦରଗଡ଼ ଦାୟିତ୍ବ ମିଳିଛି ।

ସାମାଜିକ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଓ୍ବାଲଙ୍କୁ ନବରଙ୍ଗପୁର, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ କେନ୍ଦ୍ରାପଡ଼ା, ହସ୍ତତନ୍ତ ଓ ବୟନଶିଳ୍ପ ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ଜଗତସିଂହପୁର, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ବୃନ୍ଦା ଡିଙ୍କୁ ଅନୁଗୁଳ, ଶ୍ରମ ଆୟୁକ୍ତ ଏନ୍. ଥିରୁମାଳା ନାଏକଙ୍କୁ ବାଲେଶ୍ବର, ଜଳସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକଙ୍କୁ ବରଗଡ଼, ସ୍ପେଶାଲ ପ୍ରୋଜେକ୍ଟର ନିର୍ଦ୍ଦେଶକ ଅରବିନ୍ଦ ଡାକୁଆଙ୍କୁ ଭଦ୍ରକ, ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ଗୁହା ପୁନମ ତାପସ କୁମାରଙ୍କୁ ବୌଦ୍ଧ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍ ଆର. ଯାଦବଙ୍କୁ ନୂଆପଡା ଏବଂ ପାନୀୟ ଜଳ ଓ ପରିଚ୍ଛନ୍ନତା ନିର୍ଦ୍ଦେଶକ ବି. ପରମେଶ୍ବରଙ୍କୁ ନୟାଗଡ଼, ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳାଇଙ୍କୁ ଦେବଗଡ଼ ଜିଲ୍ଲା ଦାୟିତ୍ବ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.